Odisha News: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଚର୍ଚ୍ଚିତ ଆଇଏଏସ ଅଧିକାରୀ
Advertisement
Article Detail0/zeeodisha/odisha2394331

Odisha News: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଚର୍ଚ୍ଚିତ ଆଇଏଏସ ଅଧିକାରୀ

ଭୁବନେଶ୍ୱର: ମୋହନ ସରକାର ପୁଣିଥରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୮ ଜଣ ବରିଷ୍ଠ ଆଇଏଏସଙ୍କୁ ବଦଳି ଓ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସ

Odisha News: ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ବଦଳିଲେ ଚର୍ଚ୍ଚିତ ଆଇଏଏସ ଅଧିକାରୀ

Odisha News: ଭୁବନେଶ୍ୱର: ମୋହନ ସରକାର ପୁଣିଥରେ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୮ ଜଣ ବରିଷ୍ଠ ଆଇଏଏସଙ୍କୁ ବଦଳି ଓ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ସନ୍ଧ୍ୟାରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ମିଳିଛି। ସେହିପରି ଦେଓ ରଞ୍ଜନ ସିଂହଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ ଭାବେ ଦାୟିତ୍ୱ ଦିଆଯାଇଛି। ଏହା ସହିତ ସେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ। 

ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ବିଷ୍ଣୁପଦ ସେଠୀଙ୍କୁ ଅନୂସୁଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ପଦ ସହିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। 

ସେହିପରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି ଉଷା ପାଢ଼ୀ। ଏଥିସହ ସେ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ PRC ହୋଇଛନ୍ତି ବିଶାଲ ଗଗନ। ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରଣାଳୟ ଓ ମିଶନ ଶକ୍ତିର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ୍ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ଅଶ୍ୱଥି ଏସଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। 

ରୂପା ରୋଶନ ସାହୁଙ୍କୁ ଦକ୍ଷିଣାଞ୍ଚଳ RDC ଭାବେ ନିଯୁକ୍ତି ମିଳିଭା ବେଳେ ସଚିନ ରାମନ୍ଦ୍ର ଯାଦବଙ୍କୁ ଉତ୍ତରାଞ୍ଚଳ RDC ଏବଂ ବି ପରମେଶ୍ୱରନଙ୍କୁ କେନ୍ଦ୍ରାଞ୍ଚଳ RDC ଭାବେ ଦାୟିତ୍ୱ ମିଳିଛି। ସେହିପରି ଆଦର୍ଶ ବିଦ୍ୟାଳୟ ସଂଗଠନ ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କୁ କମର୍ସିଆଲ ଟ୍ୟାକ୍ସ ଓ GSTର କମିଶନର ଅତିରିକ୍ତ ଦାୟିତ୍ବ ମିଳିଛି। ବିଡିଏ ଉପାଧ୍ୟକ୍ଷ ହୋଇଛନ୍ତି ଏନ୍. ଥିରୁମାଲା ନାୟକ। ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ଭାବେ ବଲୱନ୍ତ ସିଂହଙ୍କୁ ଦାୟିତ୍ବ । ଯାମିନୀ ଷଡ଼ଙ୍ଗୀଙ୍କୁ ବାଣିଜ୍ୟକର ଓ ଜିଏସଟି କମିଶନର ଦାୟିତ୍ବ ।ସେହିପରି ବି. ପରମେଶ୍ୱରନ ହେଲେ କଟକ କେନ୍ଦ୍ରୀୟ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର। ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦାୟିତ୍ବ ତୁଲାଇବେ ସମର୍ଥ ବର୍ମା । ଅନନ୍ୟା ଦାସଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି ।