କାହିଁକି ସମାଜବାଦୀ ପାର୍ଟି ଛାଡି଼ ବିଜେପି ହାତ ଧରିଲେ ଅପର୍ଣ୍ଣା ଯାଦବ?
ସମାଜବାଦୀ ବିଚାରଧାରାର ପ୍ରଚାର ପ୍ରସାର ହେଉଛି। ମୁଁ ଆଶା କରୁଛି ଯେ ଆମର ଆଦର୍ଶ ସେଠାରେ ପହଞ୍ଚିବ ଏବଂ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରିବ।
ଲକ୍ଷ୍ନୌ: ବଂଶବାଦ ଏବଂ ପରିବାରବାଦୀ ରାଜନୀତି କରୁଥିବା ନେଇ ଅନ୍ୟ ଦଳ ତୁଳନାର ସମାଜବାଦୀ ପାର୍ଟି ବିରୋଧରେ ରହିଛି ସର୍ବାଧିକ ଅଭିଯୋଗ। ଯାହାର ଫଳସ୍ୱରୂପ ଏହାକୁ ପ୍ରସଙ୍ଗ କରି ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜିମାତ କରିଥିଲା ବିଜେପି। ଏହା ପରେ ଚାଚା ଶିବପାଲ ଯାଦବ ଏବଂ ପୁତୁରା ଅଖିଲେଶ ଯାଦବଙ୍କ ମଧ୍ୟରେ ବିବାଦର ଲାଭ ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ଉଠାଇଥିଲା।
ପାରିବାରିକ ବିବାଦ କାରଣରୁ ଦଳରେ ସୃଷ୍ଟି ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବ (Akhilesh Yadav)। ଏହି କ୍ରମରେ ସେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (UP Assembly Election 2022) ଚାଚା ଶିବପାଲ ଯାଦବଙ୍କ ଦଳ ସହ କେବଳ ମେଣ୍ଟ କରିଛନ୍ତି ଏବଂ ତାଙ୍କ ଦଳକୁ ସମାଜବାଦୀ ପାର୍ଟି (Samajwadi Party) ସହ ବିଲୟ କରିନାହାଁନ୍ତି। ଏହାର କାରଣ ହେଉଛି ପାରିବାରିକ ରାଜନୀତି କରୁଥିବା ନେଇ ଦଳ ବିରୋଧରେ ଆସୁଥିବା ଅଭିଯୋଗ ଉପରେ ପୂର୍ଣ୍ଣଚ୍ଛେଦ ଟାଣିବା। ବିଧାନସଭା ଏହି ନିର୍ବାଚନରେ ଅନ୍ୟ ଦଳ ନେତାଙ୍କୁ ସାମ୍ନାକୁ ଆଣିବା ପଛରେ ତାଙ୍କର ଏକ ସୁଚିନ୍ତିତ ରଣନୀତି ରହିଛି।
Also Read: UP Polls 2022: ଲକ୍ଷ୍ନୌ କ୍ୟାଣ୍ଟ ଆସନ ପାଇଁ ବିଜେପିର କେତେ ପ୍ରତ୍ୟାଶୀ?
ଉପରୋକ୍ତ କାରଣରୁ ଅଖିଳେଶ ଯାଦବ ଏଥର ଅପର୍ଣ୍ଣା ଯାଦବ ଏବଂ ହରି ଓମ ଯାଦବଙ୍କ ପରି ପରିବାରର ସଦସ୍ୟଙ୍କୁ ଦଳୀୟ ଟିକେଟ ଦେବାକୁ ମନା କରିଦେଇଥିଲେ। ଯାହା ପରେ ତାଙ୍କ ପରିବାରର ଏହି ୨ ସଦସ୍ୟ ସମାଜବାଦୀ ପାର୍ଟି ଛାଡି଼ ବିଜେପି ହାତ ଧରିଥିଲେ। ଅପର୍ଣ୍ଣା ଯାଦବ ଲକ୍ଷ୍ନୌ କ୍ୟାଣ୍ଟ ଏବଂ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଦୂର ସମ୍ପର୍କୀୟ ହରି ଓମ ଯାଦବ ସିରସାଗଞ୍ଜ ଆସନରୁ ସମାଜବାଦୀ ପାର୍ଟି ଟିକେଟ ମାଗୁଥିଲେ। ଅପର୍ଣ୍ଣା ଯାଦବଙ୍କ ବ୍ୟତୀତ ମୁଲାୟମ ସିଂହ ଯାଦବଙ୍କ ସମଗ୍ର ପରିବାର ସମାଜବାଦୀ ପାର୍ଟି ସହିତ ଏକ ହୋଇ ରହିଛନ୍ତି।
ସମାଜବାଦୀ ପାର୍ଟି ଛାଡି ବିଜେପି (BJP) ହାତ ଧରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଅଖିଳେଶ ଯାଦବ କହିଛନ୍ତି ନେତାଜୀ (Nataji) ଅର୍ଥାତ ତାଙ୍କ ପିତା ମୁଲାୟମ ସିଂହ ଯାଦବ (Mulayam Singh Yadav) ଅପର୍ଣ୍ଣା ଯାଦବଙ୍କୁ (Aparna Yadav) ଏ ବାବଦରେ ଅନେକ ଥର ବହୁତ କିଛି ବୁଝାଇଥିଲେ। ହେଲେ ସେ ଏଥିରେ ସହମତ ନଥିଲେ। ଏହି କାମ ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛୁ। କାରଣ ଏହା ଦ୍ୱାରା ସମାଜବାଦୀ ବିଚାରଧାରାର (Socialist Ideology) ପ୍ରଚାର ପ୍ରସାର ହେଉଛି। ମୁଁ ଆଶା କରୁଛି ଯେ ଆମର ଆଦର୍ଶ ସେଠାରେ ପହଞ୍ଚିବ ଏବଂ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରିବ।
ଉଭୟ ଅପର୍ଣ୍ଣା ଯାଦବ-ହରିୟମ ଯାଦବଙ୍କୁ ଛାଡି଼ ଚାଚା ଶିବପାଲ ଯାଦବଙ୍କ ଆଗମନ ପରେ ବର୍ତ୍ତମାନ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହଙ୍କ ସମଗ୍ର ପରିବାର ବର୍ତ୍ତମାନ ସମୟରେ ଅଖିଳେଶ ଯାଦବଙ୍କ ସହିତ ଅଛନ୍ତି। ଏଥର ସମାଜବାଦୀ ପାର୍ଟି ସୁପ୍ରିମୋ ଦଳର ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରିଛନ୍ତି। ଏହା ମାଧ୍ୟମରେ ସେ ଦଳରୁ ପାରିବାରିକ କଳହ ଏବଂ ଜାତିଭେଦ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ଏଥର ଦଳ ପରିବାରରୁ ଅଧିକ ଟିକେଟ ଦେଉନାହିଁ। ଅଣ-ଯାଦବ ପଛୁଆ ବର୍ଗ ଏବଂ ବ୍ରାହ୍ମଣ ଭୋଟ୍ ବ୍ୟାଙ୍କ ଉପରେ ସତର୍କ ନଜର ରଖିଛି ସମାଜବାଦୀ ପାର୍ଟି।
Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଟାକ୍ଷ: କହିଲେ ଦଙ୍ଗାକାରୀଙ୍କୁ ଟିକେଟ ଦେଉଛି ସମାଜବାଦୀ ପାର୍ଟି
ଏନେଇ ପ୍ରସ୍ତୁତ ହୋଇଥିବା ରଣନୀତି ଆଧାରରେ କାମ କରୁଛନ୍ତି ଅଖିଲେଶ ଯାଦବ। ଏଥର ସେ ପରିବାରରୁ ଅଧିକ ଲୋକଙ୍କୁ ଟିକେଟ ନଦେବା ଉପରେ କାର୍ଯ୍ୟ କରୁଛନ୍ତି। ଏପରିକି ଚଳିତ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି ସୁପ୍ରିମୋ ରାଜ୍ୟର କୌଣସି ଏକ ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
Also Read: 'ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ଲଢିବି ବିଧାନସଭା ନିର୍ବାଚନ'
ପ୍ରଥମ ଥର ଲାଗି ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ଅଖିଲେଶ ଯାଦବ। ଯଦିଓ ସେ ରାଜ୍ୟର କେଉଁ ଆସନରୁ ନିର୍ବାଚନ ଲଢିବେ ସେ ନେଇ ସମାଜବାଦୀ ପାର୍ଟି ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ହେଲେ ସେ ପୂର୍ବାଞ୍ଚଳ କିମ୍ବା ମଧ୍ୟ ଉତ୍ତର ପ୍ରଦେଶର କୌଣସି ଆସନରୁ ନିର୍ବାଚନ ଲଢିପାରନ୍ତି। ଏହା ମଧ୍ୟ କୁହାଯାଉଛି ସେ ଆଜମଗଡ କିମ୍ବା ଗାଜିପୁର ବିଧାନସଭା ଆସନରୁ ନିର୍ବାଚନ ଲଢିପାରନ୍ତି। ଏନେଇ ପ୍ରତିକ୍ରିୟା ରଖି ଅଖିଲେଶ ଯାଦବ କହିଛନ୍ତି ମୁଁ ଆଜମଗଡ଼ ଲୋକଙ୍କ ଠାରୁ ଅନୁମତି ନେବା ପରେ ବିଧାନସଭା ନିର୍ବାଚନ ଲଢିବି। ଲୋକଙ୍କ ରିପୋର୍ଟ ଏବଂ ସମୀକରଣ ଆଧାରରେ ଏଥର ଦଳୀୟ ଟିକେଟ୍ ପ୍ରଦାନ କରାଯାଉଥିବା ସେ କହିଛନ୍ତି।