Advertisement
Article Detail0/zeeodisha/odisha2063206
Zee OdishaZee OdishaSalaar movie:୫ଶହ କୋଟି କ୍ଲବରେ ସାମିଲ ହେବା ଦୈ।ଡରେ ଧ ଇଁସଇଁହେଉଛି ସାଲାର

Salaar movie:୫ଶହ କୋଟି କ୍ଲବରେ ସାମିଲ ହେବା ଦୈ।ଡରେ ଧ ଇଁସଇଁହେଉଛି 'ସାଲାର'

ସାଉଥର ବଡ ସୁପରଷ୍ଟାରଙ୍କ ମଧ୍ୟରେ ପ୍ରଭାସଙ୍କୁ ଗଣା ଯାଇଥାଏ। ବାହୁବଲୀ ପରେ ପାନ୍ ଇଣ୍ଡିଆନ୍ ଷ୍ଟାର ମାନ୍ୟତା ପାଇଥିବା ପ୍ରଭାସ କିନ୍ତୁ  ଦୀର୍ଘ ଦିନ ଧରି ଗୋଟିଏ ସୁପରହିଟ୍ ଫିଲ୍ମର ଅପେକ୍ଷାରେ ଥିଲେ। ଆଦିପୁରୁଷ ସହିତ ତାଙ୍କ ଅପେକ୍ଷାର ଅନ୍ତ ଘଟିବା ବୋଲି ପ୍ରଭାସ ଭାବିଥିଲେ କିନ୍ତୁ ଆଦିପୁରୁଷ ତାଙ୍କୁ ନିରାଶ କରିଥିଲା। ତେବେ ସାଲାର ବ

SOCIAL MEDIA
SOCIAL MEDIA

Salaar movie:

ସାଉଥର ବଡ ସୁପରଷ୍ଟାରଙ୍କ ମଧ୍ୟରେ ପ୍ରଭାସଙ୍କୁ ଗଣା ଯାଇଥାଏ। ବାହୁବଲୀ ପରେ ପାନ୍ ଇଣ୍ଡିଆନ୍ ଷ୍ଟାର ମାନ୍ୟତା ପାଇଥିବା ପ୍ରଭାସ କିନ୍ତୁ  ଦୀର୍ଘ ଦିନ ଧରି ଗୋଟିଏ ସୁପରହିଟ୍ ଫିଲ୍ମର ଅପେକ୍ଷାରେ ଥିଲେ। ଆଦିପୁରୁଷ ସହିତ ତାଙ୍କ ଅପେକ୍ଷାର ଅନ୍ତ ଘଟିବା ବୋଲି ପ୍ରଭାସ ଭାବିଥିଲେ କିନ୍ତୁ ଆଦିପୁରୁଷ ତାଙ୍କୁ ନିରାଶ କରିଥିଲା। ତେବେ ସାଲାର ବ୍ଲକବଷ୍ଟର ମରୁଡି ଦୂର କରିବାରେ ସଫଳ ହୋଇଛି।  ପ୍ରଥମ ଦିନରେ ସାଲାର ବକ୍ସ ଅଫିସରେ ହଙ୍ଗାମା କରିଥିଲା। ଫାଷ୍ଟ ଡେ କଲେକ୍ସନରେ ଏହା ବାଜି ମାରିଥିଲା।  ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ସହ ମୁହାଁମୁହିଁ ହୋଇଥିଲେ ବି ଏହି ଫିଲ୍ମ ପ୍ରଥମ ଦିନରେ ହିଁ ୯୦ କୋଟି ଟଙ୍କା ଆୟ କରିଥିଲା ।କୁହାଗଲା ଯେ, ସାଲାର ଖୁବଶୀଘ୍ର 5ଶହ କୋଟି କ୍ଲବରେ ସାମିଲ ହେବ। କିନ୍ତୁ  ରିଲିଜ୍ ହେବାର ୨୪ ଦିନ ପରେ ବି ସାଲାର 5ଶହ କୋଟି ଛୁଇଁ ପାରିନି। ଏବେ ଏହା 5ଶହ କୋଟି ଛୁଇଁବ କି ନାହିଁ ତାକୁ ନେଇ ମଧ୍ୟ ସନ୍ଦେହ ଉତ୍ପନ ହେଲାଣି। କାରଣ 24 ଦିନ ପରେ ସାଲାର କଲେକ୍ସନ୍ କୋମାରେ ଅଛି ବୋଲି କୁହାଯାଉଛି। ଏବେ ଏହି ଫିଲ୍ମ ନଗଣ୍ୟ କଲେକ୍ସନ କରୁଛି ବୋଲି ଟ୍ରେଡ୍ ସର୍କଲରେ ଆଲୋଚନା ହେଉଛି।

ରିପୋର୍ଟ ଅନୁଯାୟୀ, ପ୍ରଭାସଙ୍କ ସାଲାର ୨୪ତମ ଦିନରେ ମାତ୍ର ୯୦ଲକ୍ଷ  ଟଙ୍କା ଆୟ କରିଥିଲା। ମୋଟାମୋଟି ଭାବେ ଏହି ଫିଲ୍ମ ଭାରତରେ ୪୦୩.୮୫ କୋଟି ଟଙ୍କାର ବ୍ୟବସାୟ କରିଛି।  ପ୍ରଥମ ସପ୍ତାହରେ ଏହି ଫିଲ୍ମ ୨୦୦ ମିଲିୟନ ଅତିକ୍ରମ କରିଥିଲା । ଏଭଳି ସ୍ଥିତିରେ ସଦ୍ୟତମ ତଥ୍ୟ ଦେଖିବା ପରେ ଫିଲ୍ମ 5ଶହ କୋଟି ଛୁଇଁବା  ଆଶା କମି ଯାଇଛି।  ଆପଣଙ୍କୁ କହିରଖୁଛୁ ଯେ ଯଦି ଫିଲ୍ମ ଟି ସପ୍ତାହାନ୍ତରେ ଏତେ କମ କଲେକ୍ସନ କରିଛି  ତେବେ ଏବେ ଗୋଟିଏ କଥା ସ୍ପଷ୍ଟ ଯେ,ସାଲାର  ଆକାଉଣ୍ଟ କ୍ଲୋଜ୍ ହେବାକୁ ଯାଉଛି ।

Add Zee News as a Preferred Source

ଆନିମଲଠାରୁ ପଛରେ

 ୱାର୍ଲଡୱାଇଡ୍ ଆୟ ମାମାଲରେ  ସାଲାର ୬୦୦ କୋଟି ଅତିକ୍ରମ କରିଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୬୧୦ କୋଟି ଟଙ୍କା ରୋଜଗାର କରିସାରିଛି । ବିଦେଶୀ ସଂଗ୍ରହରେ ଏହି ଫିଲ୍ମ ୧୩୩.୫ କୋଟି ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ଭାରତରେ ଗ୍ରସ୍  କଲେକ୍ସନ ୪୭୬.୫ କୋଟି ଟଙ୍କା ରହିଛି । ପାଖାପାଖି ୨୦୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ଟଙ୍କା ଆଦାୟ କରିବା ସହ ସୁପରହିଟ୍ ସାବ୍ୟସ୍ତ ହୋଇଛି । କିନ୍ତୁ ଭାରତରେ ୫୦୦ କୋଟି ଛୁଇଁ ନପାରିବା ନିର୍ମାତାଙ୍କ ପାଇଁ ନିଶ୍ଚିତ ଭାବେ ନିରାଶଜନକ।

ଦୀପିକା ସହ  ପରବର୍ତ୍ତୀ ଫିଲ୍ମ

ଏବେ ଫିଲ୍ମକୁ ଭଲ ବ୍ୟବସାୟ କରିବା ପାଇଁ ସଂଘର୍ଷ କରିବାକୁ ପଡିବ । ତେବେ ପ୍ରଥମ ଦିନରେ ୯୦ କୋଟି ଆୟ କରି ସଲାର ୨୦୨୩ର ସବୁଠାରୁ ବଡ ଓପନିଂ ଫିଲ୍ମ ତାଲିକାରେ ମଧ୍ୟ ସାମିଲ ହୋଇଛି । ତେବେ ପ୍ରଭାସଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ ଖୁବଶୀଘ୍ର କଲ୍କି ୨୮୯୮ ଏଡିରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିବେ ଦୀପିକା ପାଦୁକୋନ ।

About the Author