ପୁରୀ ରେଲୱେ ଷ୍ଟେସନ୍ କୁ ରଥଯାତ୍ରା ପାଇଁ ଦୁଇ ଦିନରେ ଦୁଇ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଯାତ୍ରା
Advertisement
Article Detail0/zeeodisha/odisha2329448

ପୁରୀ ରେଲୱେ ଷ୍ଟେସନ୍ କୁ ରଥଯାତ୍ରା ପାଇଁ ଦୁଇ ଦିନରେ ଦୁଇ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଯାତ୍ରା

ୟୁଟିଏସ୍ ଆପ୍ ମାଧ୍ୟମରେ ଟିକେଟ୍ ପାଇଁ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି। ଅନଧିକୃତ ଯାତ୍ରୀଙ୍କୁ ରୋକିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟିକେଟ୍ ଯାଞ୍ଚ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପୁରୀ ରେଲୱେ ଷ୍ଟେସନ୍ କୁ ରଥଯାତ୍ରା ପାଇଁ ଦୁଇ ଦିନରେ ଦୁଇ ଲକ୍ଷରୁ ଅଧିକ ଯାତ୍ରୀଙ୍କ ଯାତ୍ରା

ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୂର୍ବତଟ ରେଳବାଇ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ପୁରୀ ରେଳ ଷ୍ଟେସନ୍ କୁ ପ୍ରଥମ ଦୁଇ ଦିନରେ ଦୁଇ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି। ପୁରୀ ରେଳ ଷ୍ଟେସନ୍ ରେ ଭକ୍ତଙ୍କ ରହିବା ପାଇଁ ୧୦ହଜାର ବର୍ଗ ମିଟର ଅଞ୍ଚଳର ଏକ ଜେମାନ୍ ହ୍ୟାଙ୍ଗର୍ ର ଅସ୍ଥାୟୀ ମେଳା ସେଡ୍ ନିର୍ମାଣ କରାଯାଇଛି। ଯେଉଁଥିରେ ଶୌଚାଳୟର ସୁବିଧା ରହିଛି। ଭିଡ଼ ସମୟରେ ଟିକେଟ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଅସ୍ଥାୟୀ ମେଳା ସେଡ୍ ଏବଂ ଟୁରିଷ୍ଟ କମ୍ପ୍ଲେକ୍ସରେ ଅତିରିକ୍ତ ୨୮ଟି ବୁକିଂ କାଉଣ୍ଟର ସ୍ଥାପନ କରାଯାଇଛି।

ସେହିପରି ଯାତ୍ରୀମାନଙ୍କ ଟିକେଟ୍ କାଉଣ୍ଟରରେ ଲମ୍ବା ଧାଡ଼ିରୁ ଏଡ଼ାଇବା ପାଇ ୩୦ଟି ମୋବାଇଲ୍ ଅଣ ସଂରକ୍ଷିତ ଟିକେଟ୍ ସିଷ୍ଟମ୍, ୮ଟା ଅଟୋମେଟିକ୍ ଟିକେଟ୍ ଭେଣ୍ଡିଂ ମେସିନ୍ ସ୍ଥାପନ କରାଯାଇଛି। ୟୁଟିଏସ୍ ଆପ୍ ମାଧ୍ୟମରେ ଟିକେଟ୍ ପାଇଁ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି। ଅନଧିକୃତ ଯାତ୍ରୀଙ୍କୁ ରୋକିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଟିକେଟ୍ ଯାଞ୍ଚ କର୍ମଚାରୀ ନିୟୋଜିତ ହୋଇଛନ୍ତି। ପୁରୀ ରେଳ ଷ୍ଟେସନ୍ ରେ ମୋବାଇଲ୍ ଏଟିଏମ୍, ରିଜର୍ଭଡ୍ ଲଞ୍ଜ, ଡିଜିଟାଲ୍ ଡିସପ୍ଲେ ବୋର୍ଡ, ଏୟାର ବ୍ଲୋୟର, ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ମାଗଣା ବ୍ୟାଟେରି ଚାଳିତ ଯାନ ଭଳି ଅନେକ ନୂତନ ଅତ୍ୟାଧୁନିକ ସୁବିଧା ଯୋଗାଇ ଦିଆଯାଇଛି।

ଏଥିସହ ପର୍ଯ୍ୟାପ୍ତ ଥଣ୍ଡା ପାନୀୟ ଜଳ ଟ୍ୟାପ୍, ମୋବାଇଲ୍ ଚାର୍ଜିଂ ପଏଣ୍ଟ, ସହଯୋଗ କେନ୍ଦ୍ର, ଅତିରିକ୍ତ କ୍ୟାଟରିଂ ଷ୍ଟଲ୍, ଆମ୍ବୁଲାନ୍ସ ସେବା ସହିତ ଚିକିତ୍ସା ସହାୟତା ବୁଥ୍ ଉପଲବ୍ଧ ରହିଛି। ସେହିପରି ତୀର୍ଥଯାତ୍ରୀ ମାନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳର ଉତ୍ପାଦ ହ୍ୟାଣ୍ଡଲୁମ୍, ହସ୍ତଶିଳ୍ପ, ସ୍ଥାନୀୟ ମିଠା ସହ ୧୦ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍ ପ୍ରତିଷ୍ଠା କରାଯାଇଛି। 

ଅନ୍ୟପଟେ ପୁରୀ ରେଳ ଷ୍ଟେସନ୍ ରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତା ପାଇଁ ଆରପିଏଫ୍ କଣ୍ଟ୍ରୋଲ ରୁମ, ସିସି ଟିଭି କଣ୍ଟ୍ରୋଲ ରୁମ, ଡ଼ଗ୍ ସ୍କ୍ୱାର୍ଡ, ୩ ରୁ ୪ ମୋର୍ଚ୍ଚା ସଶସ୍ତ୍ର ଆରପିଏଫ୍ ଦିନରାତି କାର୍ଯ୍ୟ କରୁଛନ୍ତି। ଭିଡ଼ ପରିଚାଳନା ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ଵାରରେ ଯାଞ୍ଚ ପାଇଁ ସିଭିଲ୍ ଡିଫେନ୍ସ ଏବଂ ସ୍କାଉଟ୍ ଗାଇଡ୍ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି।

ଅନ୍ୟପଟେ ନାଲକୋ, ଏମସିଏଲ, ଜିନ୍ଦଲ ଇସ୍ପାତ, ଗୌଡ଼ିଆ ମଠ ଏବଂ ଶିଶୁ ସହାୟତା ଫାଉଣ୍ଡେସନ ସହ ସମନ୍ୱୟରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ପୁରୀ ରେଳ ଷ୍ଟେସନ୍ ରେ ପ୍ରଥମ ଦୁଇ ଦିନରେ ୭୦ହଜାରରୁ ଅଧିକ ଭକ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି।