ପୁରୀ: କୋଭିଡ କଟକଣାକୁ ନଜରରେ ରଖି କଡା ସୁରକ୍ଷା ବଳୟ ମଧ୍ୟରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ଶୁକ୍ରବାର ବିଧି ମୁତାବକ ସୂତାବାଡିଆ ସହ ବିନ୍ଧ ଅନୁକୂଳ କରାଯାଇଛି। ସେପଟେ ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାସହ ନିର୍ମାଣ କାର୍ଯ୍ୟ ସୁବ୍ଯବସ୍ଥିତ କରିବା ପାଇଁ ରଥଖଳାରେ ଲାଗୁ ହୋଇଛି ବାଇଓ ବବଲ୍ ବ୍ଯବସ୍ଥା। 


COMMERCIAL BREAK
SCROLL TO CONTINUE READING

ଏଥର ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ (Prohibited Area) ଘୋଷଣା କରାଯାଇଥିବା ବେଳେ କେବଳ ରଥ କାମରେ ନିୟୋଜିତ ନିର୍ମାଣ ସେବକ ଏବଂ ଶ୍ରୀମନ୍ଦିର ପ୍ରଶାସନ ଅଧିକୃତ କର୍ମଚାରୀଙ୍କ ପ୍ରବେଶ ଅନୁମତି ରହିଛି। ଉଭୟ ଜିଲ୍ଲାପାଳ (Puri Collector) ଏବଂ ଏସପି (Puri SP) ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। କୋଭିଡ୍ ପଜିଟିଭ (Covid Positive) ଚିହ୍ନଟ ହୋଇଥିବା ସେବକଙ୍କୁ ମନ୍ଦିର ପ୍ରଶାସନ (Srimandir Adminstration) ଦ୍ୱାରା ପରିଚାଳିତ କୋଭିଡ୍ କେୟାର ସେଣ୍ଟର (Covid Care Center) ଠାରେ ରଖାଯାଉଛି।


Also Read: Corona Alert: ସଂକ୍ରମଣ ବୃଦ୍ଧିକୁ ନେଇ ସତର୍କ ହୋଇଉଠିଲା Srimandir Adminstration


ଚଳଚଞ୍ଚଳ ରଥଖଳା। ଶେଷ ହୋଇଛି ତୁମ୍ଭବୋଳା କାର୍ଯ୍ଯ। ଶୁକ୍ରବାର ରଥ ସଂହିତା ବିଧି ଅନୁସାରେ ତୁମ୍ଭରେ ସୂତାବାଡିଆ ସହ ବିନ୍ଧ ଅନୁକୂଳ କାର୍ଯ୍ଯ କରାଯାଇଛି। ନନ୍ଦିଘୋଷ (Nandighosh) ରଥର ୧୬,  ତାଳଧ୍ଵଜ (Taladhwaja) ରଥର ୧୪ ଏବଂ ଦର୍ପଦଳନ (Darpadalan) ରଥର ୧୨ଟି ତୁମ୍ଭର ସୂତାବାଡିଆ କାର୍ଯ୍ଯ ଜାରୀ ରହିଛି। ସେପଟେ ଏ ପର୍ଯ୍ୟନ୍ତ ୧୮ ଜଣ ରଥନିର୍ମାଣ ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 


ସେମାନଙ୍କ ମଧ୍ୟରେ ୧୨ ବିଶ୍ୱକର୍ମା ସେବାୟତ ଥିବା ବେଳେ ୬ ଜଣ ଭୋଇସେବକ ଅଛନ୍ତି। ରଥକାର୍ଯ୍ଯରେ ଯୋଗଦେବା ପୂର୍ବରୁ ରଥ ନିର୍ମାଣ (Chariot Construction) ସେବକଙ୍କ କୋଭିଡ୍ ଟେଷ୍ଟ (Covid Test) କରାଯାଉଛି। ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସେମାନଙ୍କୁ ଶ୍ରୀଗୁଣ୍ଡିଚା ଭକ୍ତନିବାସ ଠାରେ ସଙ୍ଗରୋଧରେ ରଖାଯାଉଛି। ନେଗେଟିଭ ରିପୋର୍ଟ (Negative Corona Report) ଥିଲେ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହେଉଛନ୍ତି। 


Also Read: କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ


ପଜିଟିଭ ହୋଇଥିଲେ ନୀଳାଚଳ ଭକ୍ତନିବାସସ୍ଥିତ (Nilachal Bhakta Niwas) କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଉଛି। ରଥନିର୍ମାଣ ସେବକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଶୁକ୍ରାବାର  ଠାରୁ ରଥଖଳାକୁ "ବାଇଓ ବବଲ୍" (Bio Bubble) ସୁରକ୍ଷା ଯୋଗାଇ ଦିଆଯାଇଛି। ଅନଧିକୃତ ବ୍ଯକ୍ତିଙ୍କ ପ୍ରବେଶ ଉପରେ କଡା କଟକଣା ଜାରି କରାଯାଇଛି। 


ରଥ ନିର୍ମାଣ ସେବକଙ୍କ ମଧ୍ୟରୁ  ରଥ କାମରେ ନିୟୋଜିତ ୮ ଜଣରୁ ଉର୍ଦ୍ଧ୍ୱ ସେବାୟତ ଏବେ କୋରୋନା ସଂକ୍ରମିତ ହୋଇସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ମଧ୍ୟରେ ରଥନିର୍ମାଣ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ଗତକାଲି ମୁଖ୍ୟ ପ୍ରଶାସକ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଶୁକ୍ରବାର ରଥଖଳାରେ "ବାଇଓ ବବଲ୍" ସୁରକ୍ଷା ଜନିତ କଟକଣା ଜାରି କରାଯାଇଛି।


Also Read: Rathyatra 2021: କୋଭିଡ ଗାଇଡଲାଇନ ପାଳନ କରି ହେଉଛି ରଥ ନିର୍ମାଣ


ଉଭୟ ଜିଲ୍ଲାପାଳ-ଏସପି ଶୁକ୍ରବାର ରଥଖଳାକୁ ଆସି "ବାଇଓ ବବଲ୍" ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା (Akashya Tritiya) ଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ମେ ୨୧ ତାରିଖ ଶୁକ୍ରବାର ସପ୍ତମ ଦିନରେ ପହଞ୍ଚିଛି। ଏହି ସୁରକ୍ଷା ବ୍ଯବସ୍ଥା ଲାଗୁ ହୋଇଥିବାରୁ ରଥ ଖଳାକୁ ସମ୍ପୂର୍ଣ୍ଣ ଭାବେ କଡା ସୁରକ୍ଷା ବଳୟ ମଧ୍ୟରେ ଆବଦ୍ଧ କରାଯାଇଛି। ପୋଲିସ ମୁତୟନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଲୁହା ବ୍ଯାରିକେଡିଂ (Iron Barricading) କରାଯାଇଛି। 


Also Read: ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ


ରଥନିର୍ମାଣ ସେବକଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ବ୍ଯତୀତ ଅନ୍ୟ କାହାରିକୁ ଛଡାଯିବ ନାହିଁ। ନିୟମ ଉଲଂଘନ କରାଗଲେ କଡା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି। ସେପଟେ ରଥ ନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ସମସ୍ତ ସେବାୟତ କଟକଣାକୁ ମାନି ପ୍ରଶାସନକୁ ସହଯୋଗ କରି ଯାତ୍ରାକୁ ଶୃଙ୍ଖଳିତ କରିବେ ବୋଲି କହିଛନ୍ତି ଏସପି କନୱର ବିଶାଳ ସିଂହଙ୍କ (Puri SP Dr. Kanwar Vishal Singh) ସହ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର।


Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ


ଗୋଟିଏ ପଟେ ରଥଖଳାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନ୍ଯପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ପ୍ରତିହତ କରିବା ପାଇଁ ନିଆଯାଉଛି ସ୍ୱତନ୍ତ୍ର ପଦକ୍ଷେପ। ହେଲେ ବିଶ୍ୱ ନିୟନ୍ତାଙ୍କ କାର୍ଯ୍ଯ କିଭଳି ନିର୍ବିଘ୍ନରେ ହେବ ତାହା ହିଁ ମହାପ୍ରଭୁଙ୍କ ଇଚ୍ଛା ବୋଲି ନିଜକୁ ସମର୍ପି ଦେଇଛନ୍ତି ସେବାୟତ।