କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ
Advertisement

କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ନିଳାଦ୍ରୀ ଭକ୍ତନିବାସରେ ସେବକଙ୍କ ରହିବା ଖାଇବା ନେଇ ବ୍ଯବସ୍ଥା କରାଯାଇଛି।

କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଚାଲିଛି ବିଶ୍ୱ ନିୟନ୍ତାଙ୍କ ରଥନିର୍ମାଣ। ସୋମବାର ଠାରୁ ସଙ୍ଗରୋଧରେ ରହି ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ରଥ ନିର୍ମାଣ ସେବକ। ସେପଟେ କୋଭିଡ୍ ନେଗେଟିଭ ଥିବା ସେବକଙ୍କୁ ରଥଖଳାରେ କାର୍ଯ୍ୟ କରିବାକୁ ମିଳିବ ଅନୁମତି। କୋରୋନା ସଂକ୍ରମଣ ମାମଲକୁ ଦୃଷ୍ଟିରେ ରଖି ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରାଯାଇଛି ଶ୍ରୀମନ୍ଦିର। 

ସ୍ନାନଯାତ୍ରା, ରଥଯାତ୍ରା ପାଇଁ ସେବାୟତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ। ପବିତ୍ର ଅକ୍ଷୟତୃତୀୟାରୁ ଆରମ୍ଭ ହୋଇଛି ରଥ ନିର୍ମାଣ। ପ୍ରାଥମିକ ପର୍ଯ୍ୟାୟରେ ରଥଖଳାରେ ଚାଲିଛି ତୁମ୍ଭ ନିର୍ମାଣ କାର୍ଯ୍ୟ। ୪୨ ଗୋଟି ତୁମ୍ଭ ମଧ୍ୟରୁ ତିନୋଟି ନାହାକା ତୁମ୍ଭ ଚିରଟ ହେବା ପରେ ଚୌପଟ କରାଯାଉଛି। ସେପଟେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ରଥନିର୍ମାଣ ସେବକ କାର୍ଯ୍ଯରେ ଯୋଗ ଦେଇଥିବା ବେଳେ ସୋମବାର ଠାରୁ ସେମାନେ ସଙ୍ଗରୋଧରେ ରହିବା ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ଯବସ୍ଥା। 

Also Read: Rathyatra 2021: କୋଭିଡ ଗାଇଡଲାଇନ ପାଳନ କରି ହେଉଛି ରଥ ନିର୍ମାଣ

ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ପକ୍ଷରୁ ନିଳାଦ୍ରୀ ଭକ୍ତନିବାସରେ ସେବକଙ୍କ ରହିବା ଖାଇବା ନେଇ ବ୍ଯବସ୍ଥା କରାଯାଇଛି। ଏପର୍ଯ୍ୟନ୍ତ କାର୍ଯ୍ଯରେ ଯୋଗଦେଇଥିବା ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ କେବଳ ନେଗେଟିଭ ରିପୋର୍ଟ ଥିବା ସେବକଙ୍କୁ ରଥ ନିର୍ମାଣ କାର୍ଯ୍ଯରେ ନିୟୋଜିତ କରାଯିବ। ପଜିଟିଭ ରିପୋର୍ଟ ଆସିଲେ ସେମାନଙ୍କୁ ନୀଳାଚଳ ଭକ୍ତନିବାସ କୋଭିଡ୍ କେୟାର ସେଣ୍ଟର (Covid Care Center) ଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯିବ। 

ରଥଖଳାରେ କାର୍ଯ୍ୟ ବଢିଲେ ଧିରେଧିରେ ରୂପକାର, ଚିତ୍ରକାର, କମାର ସେବକ, ଦର୍ଜି, ଭୋଇ ସେବକଙ୍କୁ ନିର୍ମାଣ କାର୍ଯ୍ୟରେ ସାମିଲ କରାଯିବ। ତୁମ୍ଭ ଚୌପଟର ୭ ଦିନ ପରେ ସୂତାବାଡିଆ କାର୍ଯ୍ୟ କରାଯିବାକୁ ଥିବା ବେଳେ ନୃସିଂହ ଚତୁର୍ଦ୍ଦଶୀ ଦିନ ଗୁଜ ଅନୁକୂଳ କରାଯିବ। ଆଉ ଭଉଁରୀ ଦିନ ତିନି ରଥର ନାହାକା ଅଖଚକ ସଂଯୋଗ ବିଧି କରାଯିବ। ରଥ କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ରଥଖଳାରେ ବିଶୋଧନ  (Sanization), ଥର୍ମାଲ ସ୍କ୍ରିନିଂ (Thermal Screening) ସହ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରାଯାଇଛି।

Also Read: ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ସେପଟେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ପ୍ରକଟ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ପର୍ଯ୍ୟନ୍ତ ୧୬୫ରୁ ଉର୍ଦ୍ଧ୍ବ ସେବାୟତ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମାନଙ୍କ ମଧ୍ୟରୁ ୨ ଜଣଙ୍କ  ମୃତ୍ୟୁ ହୋଇଛି। ଯାହାକୁ ନେଇ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଅବଧିକୁ ଆହୁରି ମାସେ ବୃଦ୍ଧି କରାଯାଇଛି। ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପୂର୍ବ କଟକଣା ଅନୁସାରେ ମେ ମାସ ୧୫ ତାରିଖ ପର୍ଯ୍ୟନ୍ତ ରହିଥିଲା ଶ୍ରୀମନ୍ଦିର ଦର୍ଶନ ଉପରେ କଟକଣା। 

ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗତକାଲି ଭର୍ଚୁଆଲ ବୈଠକରେ ନିଆଯାଇଥିଲା ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। କୋରୋନାର ଦ୍ବିତୀୟ ଲହରକୁ ନେଇ ସଂକ୍ରମଣ ବଢୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ସେବାୟତ ପ୍ରତିନିଧିଙ୍କ ଠାରୁ ମତାମତ ନେବା ପରେ ଏପରି ପଦକ୍ଷେପ ଗ୍ରହଣ କରିଥିଲା। ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ସହ ରଥଯାତ୍ରା ନୀତି ଶୃଙ୍ଖଳିତ ଭାବେ ସୁଚାର ରୂପେ ପରିଚାଳନା ଏବଂ ସେବାୟତଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦେଇ ଏଭଳି ନିଷ୍ପତି ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। 

Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସେବାୟତଙ୍କ ମଧ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଗୁଆ ସତର୍କ ନହେଲେ ପ୍ରସିଦ୍ଧ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜା ପ୍ରଭାବିତ ହୋଇପାରେ।