ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ
Advertisement

ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ଚଳିତ ବର୍ଷର ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।

ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ। ନୟାଗଡ ଜିଲ୍ଲା ଦଶପଲ୍ଲା ବନଖଣ୍ଡରୁ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ଗୋଟିଏ ରଥ କାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ଆସି ପହଞ୍ଚିଛି। ଏଥିରେ ମୋଟ ୧୩ଟି ଫାସୀ କାଠ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। 

ଚଳିତ ବର୍ଷର ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ରଥଯାତ୍ରା (Rath Yatra) ପାଇଁ ଆବଶ୍ୟକ ମୋଟ କାଠରୁ ଏ ପର୍ଯ୍ୟନ୍ତ ମୋଟ ୬୨ ଖଣ୍ଡ କାଠ ରଥଖଳାକୁ ଆସିଥିବା ବେଳେ କଟକସ୍ଥିତ (Cuttack) ଖପୁରିଆ କରତ କଳକୁ (Khapuria Saw Mill) ୧୫୩ ଖଣ୍ଡ ଯାଇଛି। ମୋଟ ୨୧୫ଖଣ୍ଡ କାଠ ପହଞ୍ଚିଥିବା ବେଳେ ବଳକା ୫୮୧ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ। ଗତ ସରସ୍ୱତୀ ପୂଜା (Saraswati Puja) ଦିନ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) କାର୍ଯ୍ୟାଳୟ ସମ୍ମୁଖରେ ୩ କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା। 

Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଆସନ୍ତା ଅକ୍ଷୟ ତୃତୀୟା (Akshaya Tritiya) ଦିନ ୩ ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ (Sri Ram Navami) ଠାରୁ କଟକ ସ୍ଥିତ ଖପୁରିଆ କରତ କଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ।