ଶ୍ରୀପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ରଥକାଠ ଅନୁକୂଳ।
Trending Photos
ସଞ୍ଜୟ ମହାପାତ୍ର,ପୁରୀ: ଶ୍ରୀପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ରଥକାଠ ଅନୁକୂଳ। ଏହା ସହିତ ବିଶ୍ୱ ବ୍ରହ୍ମାଣ୍ଡନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ଆରମ୍ଭ ହୋଇଛି ପ୍ରଥମ ପର୍ବ। ପରମ୍ପରା ମୁତାବକ ମହାପ୍ରଭୁଙ୍କ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ସରସ୍ୱତୀ ପୂଜାରେ ଅନୁକୁଳ ହୋଇଛି। ରାଜପୁରୋହିତ, ସ୍ୱତ୍ରୀୟ ବ୍ରାହ୍ମଣ ୩ ଖଣ୍ଡ ୧୨ଫୁଟିଆ ଧଉରା କାଠ ଉପରେ ପଞ୍ଚାମୃତ ସିଞ୍ଚନ କରି ଦିପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥିଲେ।
ମହାପ୍ରଭୁଙ୍କ ମହାପ୍ରସାଦକୁ ସମର୍ପଣ କରାଯାଇଥିଲା। ଏହି ପର୍ବରେ ଶ୍ରୀମନ୍ଦିର (Srimandir) ମୁଖ୍ୟ ପ୍ରଶାସକ ଡକ୍ଟର କ୍ରୀଶନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ପରିଚାଳନା କମିଟି ସଦସ୍ଯ ଉପସ୍ଥିତ ଥିଲେ। ଏଥିଲାଗି ଗତକାଲି ରଥଖଳାକୁ ପରିସ୍କାର କରାଯିବା ସହ ୩ ରଥର ତିନୋଟି ଧଉରା କାଠକୁ ରଖାଯାଇଥିଲା। ମଙ୍ଗଳବାର ସଂନ୍ଧ୍ଯାବେଳେ ସ୍ୱତ୍ରୀୟ ବ୍ରାହ୍ମଣ, ରାଜଗୁରୁ ବନଜାଗ ପଦ୍ଧତିରେ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ।
Also Read: ସୁନା ବେଶ ପାଇଁ ସ୍ୱର୍ଣ୍ଣ ଅଳଙ୍କାର ଦେଲେ ଦାତା
ଏହି ୩ଟି ଧଉରା କାଠ ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ଯର ଅନୁକୂଳ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ରଥନିର୍ମାଣ ଲାଗି ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ (Srimandira Administration) ପକ୍ଷରୁ ଏକ ଟିମ୍ ମନ୍ଦିରରୁ ମାଳ ମାହାର୍ଦ୍ଦ ନେଇ ନୟାଗଡ଼ ଯାତ୍ରା କରିଥିଲେ। ସେଠାରେ ବଡରାଉଳ ଠାକୁରାଣୀଙ୍କ ନିକଟରେ ମାଳମାହାର୍ଦ୍ଦ ଲାଗି କରି କାଠ କାଟିବା ପାଇଁ ଆଦେଶ ପାଇବା ପରେ କାଠକଟା ଯାଇଥିଲା।
Also Read: ମନ୍ଦିର ମାଳିନୀ ସହର ପରେ ଶ୍ରୀକ୍ଷେତ୍ରକୁ ଉଡିବ ବିମାନ
ବିଧି ଅନୁଯାୟୀ ପ୍ରଥମ ପର୍ଯ୍ଯାୟ କାଠ ପୁରୀ ରଥଖଳାରେ ପହଞ୍ଚିବା ପରେ ଶ୍ରୀପଞ୍ଚମୀ ଅବସରରେ ରଥକାଠ ଅନୁକୁଳ ହୋଇଛି। ସେପଟେ ଗତବର୍ଷ କୋଭିଡ୍ କଟକଣା କାରଣରୁ ବିନାଭକ୍ତରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏପରିକି ଅକ୍ଷୟ ତୃତୀୟା ରଥକାଠ ଅନୁକୂଳ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରାର କୌଣସି ନୀତିକାନ୍ତି ଦର୍ଶନ କରିବାର ସୁଯୋଗ ପାଇନଥିଲେ ଭକ୍ତ। ଏଥର ଘୋଷଯାତ୍ରା ଦେଖିବା ପାଇଁ ଭକ୍ତଙ୍କ ମନରେ ବେଶ୍ ଉତ୍କଣ୍ଠା ରହିଛି। ସମସ୍ତେ ସେହି ସମୟକୁ ଚାହିଁ ବସିଛନ୍ତି। ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।