ପୁରୀ: ରଥଖଳାରେ ଚାଲିଛି ବିଶ୍ୱ ନିୟନ୍ତାଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ। ମେ ୨୦ ତାରିଖ ଗୁରୁବାର ସୁଦ୍ଧା ୪୨ଟି ତୁମ୍ଭର ବୋଳାକାର୍ଯ୍ଯ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତା ଶୁକ୍ରବାର ଅନୁକୂଳ ହେବ ତୁମ୍ଭରେ ସୂତା ବାଡିଆ। ସେପଟେ ରଥଖଳାରେ ନିୟୋଜିତ ଥିବା ରଥନିର୍ମାଣ ସେବକଙ୍କ କୋଭିଡ୍ ପଜିଟିଭ ବାହାରିବା ଏବେ ଶ୍ରୀମନ୍ଦିର ପ୍ରଶାସନ ଲାଗି ଚିନ୍ତା ବଢାଇଛି। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ ଶ୍ରୀମନ୍ଦିର ଯାଇ ସେବାୟତଙ୍କ ସହ ଆଲୋଚନା କରିବା ପରେ ରଥ ନିର୍ମାଣ ସେବକଙ୍କ ସହ କରିଛନ୍ତି ସମୀକ୍ଷା ବୈଠକ। ଶୃଙ୍ଖଳିତ ରଥନିର୍ମାଣ ନେଇ କୋଭିଡ୍ କଟକଣା (Corona Guidelines) ଅନୁପାଳନ କରି ରଥନିର୍ମାଣ ସେବକଙ୍କୁ ସଙ୍ଗରୋଧରେ ରଖାଯାଇଛି। ରଥଯାତ୍ରା (Rathyatra 2021) ପର୍ଯ୍ୟନ୍ତ ରଥ ନିର୍ମାଣ (Chariot Construction) ସେବକଙ୍କ ସହ ଶ୍ରୀମନ୍ଦିର ସେବାୟତଙ୍କ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି।


Also Read: କୋରୋନା କଟକଣାରେ ଚାଲିଛି ରଥନିର୍ମାଣ; ଦ୍ୱିତୀୟ ଲହରକୁ ନେଇ ସତର୍କ ଶ୍ରୀମନ୍ଦିର ପ୍ରଶାସନ


ଶ୍ରୀମନ୍ଦିର ସେବାୟତଙ୍କ (Srimandir Sevayat) ପରେ ଏବେ ରଥନିର୍ମାଣ ସେବକଙ୍କ ମଧ୍ୟରେ ବଢୁଛି ସଂକ୍ରମଣ। ରଥ ନିର୍ମାଣରେ ନିୟୋଜିତ ହୋଇଥିବା ୮୮ ଜଣ ସେବକଙ୍କ ମଧ୍ୟରୁ ଗତ ବୁଧବାର ୨ ଆଉ ଗୁରୁବାର ଜଣେ ବିଶ୍ୱକର୍ମାଙ୍କ ପାଞ୍ଚ ଭୋଇ ସେବକ କୋରୋନା ଆକ୍ରାନ୍ତ (Corona Positive) ଚିହ୍ନଟ ହୋଇଛନ୍ତି ଦୁଇ ଦିନ ମଧ୍ୟରେ ମୋଟ ୮ ଜଣ ସଂକ୍ରମିତଙ୍କୁ ଶ୍ରୀମନ୍ଦିର ପ୍ରଶାସନ (Srimandir Adminstration) ଅଧିନସ୍ଥ ନିଳାଚଳ ଭକ୍ତ ନିବାସସ୍ଥିତ (Nilachal Bhakta Niwas) କୋଭିଡ୍ କେୟାର ସେଣ୍ଟର (Covid Care Center) ଠାରେ ଭର୍ତ୍ତି କରାଯାଇଛି।


ସେପଟେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିରର ୧୯୨ ଜଣ ସେବାୟତ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କୋରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଥିବା ସମୟରେ ୨ ସେବାୟତଙ୍କ ସେମାନଙ୍କ ଦୁଇ ପରିବାର ସଦସ୍ଯ ଏବଂ ଜଣେ ଶ୍ରୀମନ୍ଦିର ଜେଟିପି (Jagannath Temple Police) ପ୍ରାଣ ହରାଇଛନ୍ତି। ସେବାୟତଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। 


Also Read: Rathyatra 2021: କୋଭିଡ ଗାଇଡଲାଇନ ପାଳନ କରି ହେଉଛି ରଥ ନିର୍ମାଣ


କୋଭିଡ୍ କଟକଣା ଭିତରେ ରଥଯାତ୍ରା କରିବା ପ୍ରଶାସନ ପାଇଁ ବଡ ଚ୍ଯାଲେଞ୍ଜ। ଶ୍ରୀମନ୍ଦିରକୁ ଯାଇ ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସେବାୟତଙ୍କ ସହ ବାହାର ଚନ୍ଦନଯାତ୍ରା, ଦୈନନ୍ଦିନ ନୀତିକାନ୍ତିକୁ ନେଇ ପାଳିଆ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଅନ୍ଯପଟେ ରଥଖଳାରେ ୭ ଜଣ ବଢୁଥିବାରୁ ରଥ ନିର୍ମାଣରେ ନିୟୋଜିତ ମୁଖ୍ୟ ବିଶ୍ୱକର୍ମା ମହାରଣା , ଭୋଇସର୍ଦ୍ଦାର, ଶ୍ରୀମନ୍ଦିର ପ୍ରଶାସନ ତତ୍ତ୍ୱାବଧାରକଙ୍କୁ ନେଇ କରିଛନ୍ତି ସମୀକ୍ଷା ବୈଠକ। 


Also Read: ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ


ରଥଖଳାକୁ ରଥନିର୍ମାଣ ସେବକଙ୍କ ପ୍ରବେଶ ଛଡା ଅନ୍ୟ କାହାକୁ ଅନୁମତି ଦିଆଯିବ ନାହିଁ। ରଥନିର୍ମାଣ ସେବକଙ୍କୁ ମିଳିବ ଏନ୯୫ ମାସ୍କ (N95 Mask) ସହିତ ସାନିଟାଇଜର (Sanitizer)। କୋଭିଡ୍ ସ୍ଥିତି ଦୃଷ୍ଟିରୁ ରଥଖଳାକୁ ପ୍ରବେଶ ଉପରେ ରହିବ କଟକଣା। ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ମିଳିବ ନାହିଁ ପ୍ରବେଶ ଅନୁମତି। ପ୍ରତିଦିନ ଗଣମାଧ୍ୟମ ପାଇଁ ରଥ ନିର୍ମାଣ ସମ୍ପର୍କିତ ତଥ୍ଯ, ଫଟୋ, ଭିଜୁଆଲ ପ୍ରଦାନ କରିବ ଶ୍ରୀମନ୍ଦିର ପ୍ରଶାସନ। ସମୀକ୍ଷା ବୈଠକ ପରେ ଏନେଇ ଜଣାଇଛନ୍ତି ମୁଖ୍ୟ ପ୍ରଶାସକ।


Also Read: ରଥଯାତ୍ରା ପାଇଁ ରଥକାଠ ଅନୁକୂଳ


ଗତବର୍ଷ କୋଭିଡ୍ ସ୍ଥିତିକୁ ନେଇ ରଥଯାତ୍ରା ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ଚଳିତବର୍ଷ କିଭଳି ସମସ୍ତଙ୍କ ସହଯୋଗ ଏବଂ ବିନା ଭକ୍ତରେ ରଥଯାତ୍ରା କରିବାକୁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ।