Odisha News: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମ ଚନ୍ଦ୍ର କାଡାମ
Advertisement
Article Detail0/zeeodisha/odisha2346147

Odisha News: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମ ଚନ୍ଦ୍ର କାଡାମ

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା।

Odisha News: କଂଗ୍ରେସ ବିଧାୟକ ଦଳର ନେତା ହେଲେ ରାମ ଚନ୍ଦ୍ର କାଡାମ

ଭୁବନେଶ୍ଵର: ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ଏନେଇ ଏଆଇସିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କାଡାମ ପଟାଙ୍ଗୀ ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଛନ୍ତି। 

ଆସନ୍ତାକାଲିଠାରୁ ରାଜ୍ୟ ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସରୁ କେହି ସାମିଲ ହୋଇ ନଥିଲେ। କଂଗ୍ରେସର ବିଧାୟକ ଦଳ ନେତା ବଛା ହୋଇ ନଥିବାରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖୋଦ୍ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ସେ କହିଥିଲେ ଯେ କଂଗ୍ରେସ ଭଳି ଏକ ପୁରୁଣା ଦଳ ସର୍ବଦଳୀୟ ବୈଠକରେ ଯୋଗ ନଦେଇ ପାରିବା ଦୁର୍ଭାଗ୍ୟଜନକ।

ଅନ୍ୟପଟେ ବୈଠକରେ କଂଗ୍ରେସ ଯୋଗ ନ ଦେବାକୁ ନେଇ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏତେ ପୁରୁଣା ଦଳ ହେଲେ ବିଧାୟକ ଦଳ ନେତା ବଛା ହୋଇପାରୁ ନାହିଁ। ଏହାକୁ ନେଇ କାହାକୁ କଣ ଦାୟୀ କରିବି, ମୁଁ ନିଜକୁ ଦାୟୀ କରୁଛି। ମୋତେ ନ କଲେ ବି ଯାହାକୁ କରନ୍ତୁ, ମୋର ଆପତ୍ତି ନାହିଁ। ଦିଲ୍ଲୀରେ ନିଷ୍ପତ୍ତି ନ ହୋଇ ପାରିବାରୁ କେହି ଯୋଗଦେଇ ପାରିଲେନି। ମୁଁ ପିସିସି ସଭାପତିଙ୍କୁ ପଚାରିଥିଲି ହେଲେ ସେ କହିଲେ ମୋତେ ନିର୍ଦ୍ଦେଶ ଆସିନି।

ଅନ୍ୟପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ବୈଠକରେ କଂଗ୍ରେସ ଏବଂ ସିପିଏମର ନେତା ସାମିଲ ହୋଇନାହାନ୍ତି। ସେ କିନ୍ତୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ଦଳର ବିଧାୟକ ଦଳ ନେତା ସ୍ଥିର ହୋଇପାରିନଥିବାରୁ କେହି ବୈଠକରେ ସାମିଲ ହୋଇନାହାନ୍ତି । ସେହିପରି ବାମପନ୍ଥୀ ନେତା ଲକ୍ଷ୍ଣଣ ମୁଣ୍ଡାଙ୍କୁ ମଧ୍ୟ ସେ ଫୋନ୍ କରିଥିଲେ ବୋଲି କହିଛନ୍ତି। 

୧୯୯୧ ମସିହାରେ ପ୍ରଥମ କରି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ସେହି ଦିନ ଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ୧୯୯୫ ମସିହାରେ ପ୍ରଥମ କରି କଂଗ୍ରେସ ତରଫରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୦ ଏବଂ ୨୦୦୪ ମସିହାରେ ନିର୍ବାଚନ ରେ ପରାଜିତ ହୋଇଥିଲେ। କିନ୍ତୁ ୨୦୦୯ ମସିହାରେ ପୁଣି ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଚଳିତ ୨୦୨୪ ଚଳିତ ନିର୍ବାଚନର ବିଜୟୀ ହୋଇଛନ୍ତି। ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ, ୧୯୯୧ ମସିହାରୁ ନିରବଚ୍ଛିନ୍ନ ଭାବେ କଂଗ୍ରେସ ଦଳ ରେ ରହି ଆସିଛନ୍ତି। ଯାହାକୁ ପାଥେୟ କରି ଚଳିତ ବିଧାନସଭା ଆରମ୍ଭ ପୂର୍ବରୁ ଏ ଆଇ ସି ସି, ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡ଼ାମ୍ ଙ୍କ ନାମ ଘୋଷଣା କରିଛି। କାଡ଼ାମ୍ ଜଣେ ଆଦିବାସୀ ସଂପ୍ରଦାୟର। ଦୀର୍ଘ ବର୍ଷ ର ରାଜନୈତିକ କ୍ୟାରିଅର ଭିତରେ କେବେ ବି ବିବାଦ ଭିତରକୁ ଟାଣି ହୋଇ ନାହାନ୍ତି। ତାଙ୍କର ନିର୍ମଳ ଭାବ ମୂର୍ତ୍ତି ଆଜି ତାଙ୍କୁ ଏହି ସ୍ଥର କୁ ପହଞ୍ଚାଇଛି। ଏଥି ପୂର୍ବରୁ ସେ କୋରାପୁଟ ଜିଲ୍ଲାର କଂଗ୍ରେସ ଦଳ ର କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। 

ତାରା ବାହିନୀପତି ଏବଂ ସେ ନିଜେ କୋରାପୁଟ ଜିଲ୍ଲାରୁ ଆସିଛନ୍ତି। ଆମ ଭିତରେ କୌଣସି ମନାନ୍ତର ନାହିଁ। ଆମେ ଏକ ହୋଇ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ଉଥାଇବୁ ବୋଲି କହିଛନ୍ତି। ଏହା ବ୍ୟତୀତ ବିଧାନସଭାରେ ଲୋକଙ୍କ ସମସ୍ୟା ଉତ୍ଥାପନ କରାଯିବ ଏବଂ ସମସ୍ୟା ସମାଧାନ ଦିଗରେ ପ୍ରଚେଷ୍ଟା କରାଯିବ। ନିର୍ବାଚିତ ସମସ୍ତ ବିଧାୟକଙ୍କ ସହ ସମନ୍ଵୟ ରକ୍ଷା କରି ବିଧାନସଭା ରେ ଲୋକଙ୍କ ସମସ୍ୟା ଉତ୍ଥାପନ କରାଯିବ ବୋଲି ଆମ ପ୍ରତିନିଧିଙ୍କୁ ଟେଲିଫୋନ ଯୋଗେ ବାର୍ତ୍ତାଳାପ ସମୟରେ କହିଛନ୍ତି ରାମଚନ୍ଦ୍ର କାଡ଼ାମ।