ରାଜଧାନୀରେ ନାବାଳିକାକୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ
Advertisement
Article Detail0/zeeodisha/odisha2317718

ରାଜଧାନୀରେ ନାବାଳିକାକୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ

ଅଭିଯୁକ୍ତ କାହ୍ନା ଗତକାଲି ସାହିର ଜଣେ ୩ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ପାଖକୁ ଡାକି ବଳାତ୍କାର କରିଥିଲା

ରାଜଧାନୀରେ ନାବାଳିକାକୁ ବଳାତ୍କାର ଘଟଣା, ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପାଞ୍ଚଗାଁ କୋଠସାହିର ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏୟାରଫିଲ୍ଡ ଥାନା ପୁଲିସ ଅଭିଯୋଗ ପାଇ ଏକ ବଳାତ୍କାର ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଉକ୍ତ ଗାଁର କାହ୍ନା। ଗିରଫ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୁଲିସ। 

ସୂଚନା ମୂତାବକ ଅଭିଯୁକ୍ତ କାହ୍ନା ଗତକାଲି ସାହିର ଜଣେ ୩ ବର୍ଷର ନାବାଳିକାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ପାଖକୁ ଡାକି ବଳାତ୍କାର କରିଥିଲା। ପରିବାର ଲୋକ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୁକ୍ତକୁ ଉଠାଇ ଆଣି ଥାନାରେ ଅଟକ ରଖିଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ। ତେବେ ଏହି ଘଟଣାକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏ ଭଳି ଅମାନୁଷିକ ଭାବେ ଅଭିଯୁକ୍ତ ଘଟଣା ଘଟାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି।