ବଧୂ ନିର୍ଯାତନା ମାମଲା, କୋର୍ଟରେ ହାଜର ହେଲେନି ଶଶୀଭୂଷଣ ବେହେରା
Advertisement
Article Detail0/zeeodisha/odisha2324533

ବଧୂ ନିର୍ଯାତନା ମାମଲା, କୋର୍ଟରେ ହାଜର ହେଲେନି ଶଶୀଭୂଷଣ ବେହେରା

ବହୁକୁ ଶଶୁର ଘର ଲୋକ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଇବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ବଧୂ ନିର୍ଯାତନା ମାମଲା, କୋର୍ଟରେ ହାଜର ହେଲେନି ଶଶୀଭୂଷଣ ବେହେରା

କଟକ: ବୋହୂକୁ ନିର୍ଯାତନା ଦେଉଥିବା ଅଭିଯୋଗରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ଯ ସେ ଆଜି କୋର୍ଟରେ ହାଜର ହୋଇନାହାନ୍ତି ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା। ପୁଅ ସତ୍ୟଭୂଷଣ ବେହେରା କୋର୍ଟରେ ହାଜର ହୋଇଥିଲେ ମଧ୍ଯ କୋର୍ଟରେ ହାଜର ହୋଇନଥିଲେ ଶଶି ଭୂଷଣ। ତେଣୁ ଶଶିଙ୍କ ହାଜର ପାଇଁ ପୁଣି ଏକ ତାରିଖ ଧାର୍ଯ୍ୟ କରିଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। ବାଙ୍କୀ ଏସଡିଜେଏମ କୋର୍ଟରେ ଆଜି ମାମଲାର ଶୁଣାଣି ଥିବା ବେଳେ ଶଶୀଭୂଷଣ ବେହେରା ଦ୍ୱିତୀୟ ଥର ପାଇଁ ହାଜର ହୋଇ ନାହାନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ସେ କୋର୍ଟକୁ ଆସିନଥିବା ସୂଚନା ମିଳିଛି। 

ସୂଚନାଯୋଗ୍ୟ ଯେ, ବହୁକୁ ଶଶୁର ଘର ଲୋକ ଟଙ୍କା ଏବଂ ସୁନା ଗହଣା ଆଣିବାକୁ ଚାପ ପକାଇବା ସହ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏ ନେଇ ବୋହୁ ରୋନାଲି ବେହେରା ଗତବର୍ଷ ମେ ୧୭ ତାରିଖରେ ବାଙ୍କି ଥାନାରେ ଅଭିଯୋଗ କରିଥିଲେ। ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଧୁମଧାମର ସହ ବିଧାୟକ ଶଶିଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶ ବେହେରାଙ୍କୁ ବିବାହ କରିଥିଲେ ରୋନାଲି। ତାରକା ହୋଟେଲରେ ବିବାହର ଆୟୋଜନ କରିବାକୁ ଶଶୁରଘର ଲୋକ ଚାପ ପକାଇଥିବା ରୋନାଲି ଅଭିଯୋଗ ମଧ୍ୟ କରିଥିଲେ।