Advertisement
Article Detail0/zeeodisha/odisha2093636
Zee OdishaOdisha Sportsଖୁବଶୀଘ୍ର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ ବିରୁଷ୍କା: ଖୁଲାସା କଲେ ଏବି ଡି଼ଭିଲିୟର୍ସ, ଦେଖନ୍ତୁ ଭିଡ଼ିଓ

ଖୁବଶୀଘ୍ର ଦ୍ବିତୀୟ ସନ୍ତାନକୁ ସ୍ବାଗତ କରିବେ ବିରୁଷ୍କା: ଖୁଲାସା କଲେ ଏବି ଡି଼ଭିଲିୟର୍ସ, ଦେଖନ୍ତୁ ଭିଡ଼ିଓ

Anushka Expecting Second Child:  ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ସେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ତେବେ ଏହାର କାରଣକୁ ନେଇ କ୍ରମାଗତ ଭାବେ କଳ୍ପନାଜଳ୍ପନା ଜାରି ରହିଛି । ଏଥି ସହିତ ବିସିସିଆଇ ମଧ୍ଯ ବିରାଟ କୋହଲିଙ୍କୁ ଏହାକୁ ଗୋପନୀୟ ରଖିବା ପାଇଁ କହିଛି । କିନ୍ତୁ ଶନିବାର ଦିନ ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ ସୋସିଆଲ ମିଡ଼ିଆରେ ଲାଇଭ ମାଧ୍ଯରେ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଅପଡ଼େଟ ଦେଇଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ
ସୌଜନ୍ୟ-ସୋସିଆଲ ମିଡିଆ

Virat Anushka Expecting Second Child: ବ୍ୟକ୍ତିଗତ କାରଣରୁ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ଟିମ୍ ଇଣ୍ଡିଆଠାରୁ ଦୂରେଇ ରହିବା ସହ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରୁ ସେ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ତେବେ ଏହା ପଛର କାରଣକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି । ସେପଟେ ବିସିସିଆଇ ମଧ୍ଯ କୋହଲିଙ୍କୁ ଏହାକୁ ଗୋପନୀୟ ରଖିବା ପାଇଁ ପରାର୍ମଶ ଦେଇଛି। କିନ୍ତୁ ଶନିବାର ଦିନ ଦକ୍ଷିଣ ଆଫ୍ରିକାର ପୂର୍ବତନ କିମ୍ବଦନ୍ତୀ ଖେଳାଳି ଏବି ଡିଭିଲିୟର୍ସ ସୋସିଆଲ ମିଡ଼ିଆ ଲାଇଭ ମାଧ୍ଯରେ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ।

କୁହାଯାଉଛି ଯେ, ଦୀର୍ଘ ଦିନରୁ ବିସିସିଆଇ ଠାରୁ ଆରମ୍ଭ କରି କୋହଲି ଓ ଅନୁଷ୍କାଙ୍କ ଲୁଚିଥିବା କଥାକୁ ପଦାରେ ପକାଇଛନ୍ତି ଏ .ବି ଡି଼ଭିଲିୟର୍ସ । ୟୁଟ୍ୟୁବ୍ ଲାଇଭରେ ମାଧ୍ୟମରେ ଯେତେବେଳେ ପ୍ରଶଂସକ ଡି଼ଭିଲିୟର୍ସଙ୍କୁ ବିରାଟଙ୍କ ବିଷୟରେ ପଚାରିଥିଲେ, ସେତେବେଳେ ଖେଳାଳି କହିଥିଲେ ଯେ, 'ଯେତେବେଳେ ବିରାଟ ଇଂଲଣ୍ତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ରୁ ନିଜ ନାଁ ଫେରାଇ ଆଣିଥିଲେ ସେତେବେଳେ ସେ କୋହିଲିଙ୍କ ସହ କଥା ହୋଇଥିଲେ । ଏନେଇ ସେ କହିଛନ୍ତି, ‘ସେ ତାଙ୍କ ପରିବାର ସହିତ ଅଛନ୍ତି। ଖୁବ୍ ଶୀଘ୍ର ସେ ଏବଂ ଅନୁଷ୍କା ଦ୍ୱିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଏହା ତାଙ୍କ ପାଇଁ ଜରୁରୀ ଅଟେ । ମୋ ମତରେ ଅଧିକାଂଶ ଲୋକଙ୍କ ପ୍ରାଥମିକତା ପରିବାର ଅଟେ । ଆପଣ ବିରାଟଙ୍କୁ ଏଥିପାଇଁ ଜଜ୍ କରିପାରିବେ ନାହିଁ । ଆମେ ତାଙ୍କୁ ମିସ୍ କରୁଛୁ କିନ୍ତୁ ସେ ବାସ୍ତବରେ ସଠିକ୍ ନିଷ୍ପତ୍ତି ନେଇଛନ୍ତି’ ।

 

 ପ୍ରକାଶ ଥାଉ କି, ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ନଖେଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ଦ. ଆଫ୍ରିକାର ବ୍ୟାଟର ଡିଭିଲିୟର୍ସ ଏବେ ଏହା ପଛର କାରଣ ଖୁଲାସା କରିଛନ୍ତି । ଡିଭିଲିୟର୍ସ ନିଜ ୟୁଟ୍ୟୁବ ଚ୍ୟାନେଲରେ ହୋଇଥିବା କଥାବର୍ତ୍ତା ସେୟାର କରିଛନ୍ତି ।

 

About the Author