ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି
Advertisement

ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି

 Asia Cup 2022: ଇଂଲଣ୍ଡ ଗସ୍ତ ସମୟରେ ଅର୍ଶଦୀପ ସିଂ ଡେବ୍ୟୁ କରି ୬ଟି ମ୍ୟାଚ୍‌ରେ ବିଶେଷ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଏକ ବଡ଼ ଛାପ ଛାଡ଼ିଛନ୍ତି । ସେ ୬.୩୩ ଇକୋନମିରେ ୧୫ ୱିକେଟ୍ ନେଇଛନ୍ତି । 

ସିଲେକ୍ଟର୍ସ ଦେଲେ ସଙ୍କେତ, ପ୍ରଥମ ଥର ଭାରତ ପାଇଁ ଟି-20 ବିଶ୍ୱକପରେ ଖେଳିବେ ଏହି ୪ ଖେଳାଳି

ମୁମ୍ୱାଇ: Asia Cup 2022: ଅଗଷ୍ଟ ୨୭ରୁ ୟୁଏଇରେ ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା ହୋଇସାରିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅର୍ଶଦୀପ ସିଂ ଓ ଆବେଶ ଖାନ ସମେତ ଅନେକ ଯୁବ ଖେଳାଳିଙ୍କ ପାଇଁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଆଇସିସି ଟି-20 ବିଶ୍ୱକପ ପାଇଁ ନିଜ ଦାବିଦାର ଉପସ୍ଥାପନ କରିବାର ଶେଷ ସୁଯୋଗ ହୋଇପାରେ । ଭାରତୀୟ କ୍ରିକେଟ୍ ବୋର୍ଡ ସୋମବାର ଏସିଆ କପ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଏହି ଦଳରେ ବିରାଟ କୋହଲି ଓ ଓପନର କେଏଲ୍ ରାହୁଲଙ୍କ ଭଳି ଭେଟେରାନମାନେ ରିଟର୍ଣ୍ଣ କରିଥିବାବେଳେ ପେସର୍ ଜସପ୍ରୀତ ବୁମ୍ରା ଓ ହର୍ଷଲ ପଟେଲ ଆହତ କାରଣରୁ ବାଦ ପଡ଼ିଛନ୍ତି ।

ଅର୍ଶଦୀପ ସିଂ, ଆବେଶ ଖାନ, ରବି ବିଷ୍ଣୋଇ ଏବଂ ଦୀପକ ହୁଡ୍ଡାଙ୍କ ପାଖରେ ଏସିଆ କପରେ ଚମତ୍କାର ପ୍ରଦର୍ଶନ କରି ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-20 ବିଶ୍ୱକପରେ ନିଜର ସ୍ଥାନ ପକ୍କା କରିବାର ବଡ଼ ସୁଯୋଗ ରହିଛି । ସମସ୍ତ ଚାରି ଜଣ କ୍ରିକେଟର ଡେବ୍ୟୁ କରିବା ପରଠାରୁ ଛୋଟ ଫର୍ମାଟରେ ପ୍ରଭାବ ପକାଇଛନ୍ତି । ଯେତେବେଳେ କି ବିଷ୍ଣୋଇ ନିଜର ବିବିଧତା ଯୋଗୁଁ ସମସ୍ତଙ୍କୁ  ପ୍ରଭାବିତ କରିଛନ୍ତି । ସେ ଟି-20ର ୯ଟି ମ୍ୟାଚରେ ୭.୧୫ ଇକୋନମିରେ ୧୫ଟି ୱିକେଟ୍ ନେଇଛନ୍ତି, ଗୁଗଲିରେ ତାଙ୍କର ଦକ୍ଷତା ଅନେକ ବ୍ୟାଟ୍ସମ୍ୟାନ୍ଙ୍କୁ ଅସୁବିଧାରେ ପକାଇଥାଏ ।

ଇଂଲଣ୍ଡ ଗସ୍ତ ସମୟରେ ଅର୍ଶଦୀପ ସିଂ ଡେବ୍ୟୁ କରି ୬ଟି ମ୍ୟାଚ୍‌ରେ ବିଶେଷ କରି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ହୋଇଥିବା ସିରିଜରେ ଏକ ବଡ଼ ଛାପ ଛାଡ଼ିଛନ୍ତି । ସେ ୬.୩୩ ଇକୋନମିରେ ୧୫ ୱିକେଟ୍ ନେଇଛନ୍ତି । ୱେଷ୍ଟଇଣ୍ଡିଜରେ ଆବେଶ ଖାନ ଚମତ୍କାର ବୋଲିଂ କରିଥିଲେ, ଯେଉଁଥି ପାଇଁ ତାଙ୍କୁ ଏସିଆ କପରେ ସୁଯୋଗ ମିଳିଛି । ଏହାସହ ତାଙ୍କ ପାଖରେ ବିଶ୍ୱକପ ଦଳରେ ସ୍ଥାନ ପକ୍କା କରିବା ପାଇଁ ଭଲ ସୁଯୋଗ ରହିଛି । ଆଇସିସି ଅନୁଯାୟୀ, ସେ ୧୩ ମ୍ୟାଚରେ ୮.୬୭ ଇକୋନମିରେ ୧୧ଟି ୱିକେଟ୍ ନେଇଛନ୍ତି ।

ସେପଟେ ଦୀପକ ହୁଡ୍ଡା ନିଜର ଆକ୍ରାମକ ଉଦ୍ଦେଶ୍ୟ ଓ ପ୍ରତିଭା ଯୋଗୁଁ ଶ୍ରେୟସ୍ ଆୟରଙ୍କୁ ପଛକୁ କରୁଥିବାର ନଜରକୁ ଆସୁଛନ୍ତି । ୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଆୟର୍ଲାଣ୍ଡ ବିପକ୍ଷରେ ଏକ ଚମତ୍କାର ଶତକ ସହ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ଟି-୨୦ ଖେଳି ୫୪.୮୦ ଏଭେରେଜ ଓ ୧୬୧.୧୭ର ଚମତ୍କାର ଷ୍ଟ୍ରାଇକ୍ ରେଟରେ ୨୭୪ ରନ୍ ସ୍କୋର କରିଛନ୍ତି । ତାଙ୍କର ଅଫ୍ ସ୍ପିନର ବୋଲିଂ ମଧ୍ୟ ତାଙ୍କ ସପକ୍ଷରେ କାମ କରିଛି ଓ ଦଳକୁ ଅତିରିକ୍ତ ବୋଲିଂ ବିକଳ୍ପ ଦେଇଛି । ସମସ୍ତ ଚାରି ଖେଳାଳିଙ୍କ ପାଇଁ ଏସିଆ କପରେ ଭଲ ପ୍ରଦର୍ଶନ ଓ ସେମାନେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପରେ ନିଜର ସ୍ଥାନ ପକ୍କା କରିନେବେ । 

ଏହା ବି ପଢ଼ନ୍ତୁ:-୩୬ ପ୍ରତିଶତ ଶସ୍ତା ମିଳୁଛି ସୁନା! ଜାଣନ୍ତୁ କେମିତି କିଣିବେ ଓ କେଉଁଠି ମିଳିବ

ଏହା ବି ପଢ଼ନ୍ତୁ:-କାର-ବାଇକ୍-ଅଟୋ ଚାଳକଙ୍କ ପାଇଁ ନିତିନ ଗଡକରୀ କଲେ ବଡ଼ ଘୋଷଣା, ଲୋକମାନେ ଶୁଣି ଚକିତ

ଏହା ବି ପଢ଼ନ୍ତୁ:-ନୂଆ ଫର୍ମୂଲା ଆଧାରରେ ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ମୋଦି ସରକାର ଲୋକସଭାରେ ଦେଲେ ବହୁତ ବଡ଼ ସୂଚନା

ସୂଚନାଯୋଗ୍ୟ, ୟୁଏଇରେ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଏସିଆ କପ୍ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ୧୫ତମ ସିଜନ ୬ଟି ଦଳ ମଧ୍ୟରେ ଖେଳା ଯିବ । ଯେଉଁଥିରେ ଏକ କ୍ୱାଲିଫାୟର ଦଳ ସାମିଲ ଅଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଭାରତ ଏହି ପ୍ରତିଯୋଗିତାରେ ପ୍ରବେଶ କରିବ ଓ ୭ ଥର ଟ୍ରଫି ଜିତିଥିବା ସବୁଠାରୁ ସଫଳ ଦଳ ମଧ୍ୟ । ଭାରତକୁ ଅଗଷ୍ଟ ୨୮ରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ । ଟୁର୍ଣ୍ଣାମେଣ୍ଟର ପୂର୍ବ ସିଜନ୍ ODI ଫର୍ମାଟରେ ଅନୁଷ୍ଠିତ ହୋଇଥିବାବେଳେ ଏହି ସଂସ୍କରଣ ଟି-20 ଫର୍ମାଟରେ ଖେଳାଯିବ । କାରଣ ୨୦୨୨ ଟି-20 ବିଶ୍ୱକପର ବର୍ଷ । ପାକିସ୍ତାନ ଓ କ୍ୱାଲିଫାୟର ଦଳ ସହିତ ଭାରତ ଗ୍ରୁପ୍ ଏରେ ଥିବାବେଳେ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଗ୍ରୁପ୍ ବିରେ ଅଛନ୍ତି ।