BCCI increase monthly pensions: ବଢିଲା ପୂର୍ବତନ କ୍ରିକେଟର ଓ ଅମ୍ପେୟାରଙ୍କ ପେନସନ, ଜାଣନ୍ତୁ ଏବେ କିଏ ପାଇବେ କେତେ?
Advertisement
Article Detail0/zeeodisha/odisha1219163

BCCI increase monthly pensions: ବଢିଲା ପୂର୍ବତନ କ୍ରିକେଟର ଓ ଅମ୍ପେୟାରଙ୍କ ପେନସନ, ଜାଣନ୍ତୁ ଏବେ କିଏ ପାଇବେ କେତେ?

ପୂର୍ବତନ ଭାରତୀୟ କ୍ରିକେଟର (ଉଭୟ ପୁରୁଷ ଓ ମହିଳା) ଏବଂ ଅମ୍ପେୟାରଙ୍କ ପାଇଁ ଏକ ଖୁସି ଖବର ଆସିଛି। ସେମାନଙ୍କ ମାସିକ ପେନସନକୁ ବିସିସିଆଇ ଦୁଇ ଗୁଣା କରିଛି। ନୂଆ ପେନସନ ଚଳିତବର୍ଷ ଜୁନ ପହିଲାରୁ ଲାଗୁ ହେବ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCC

BCCI increase monthly pensions: ବଢିଲା ପୂର୍ବତନ କ୍ରିକେଟର ଓ ଅମ୍ପେୟାରଙ୍କ ପେନସନ, ଜାଣନ୍ତୁ ଏବେ କିଏ ପାଇବେ କେତେ?

 

BCCI monthly pensions: ପୂର୍ବତନ ଭାରତୀୟ କ୍ରିକେଟର (ଉଭୟ ପୁରୁଷ ଓ ମହିଳା) ଏବଂ ଅମ୍ପେୟାରଙ୍କ ପାଇଁ ଏକ ଖୁସି ଖବର ଆସିଛି। ସେମାନଙ୍କ ମାସିକ ପେନସନକୁ ବିସିସିଆଇ ଦୁଇ ଗୁଣା କରିଛି। ନୂଆ ପେନସନ ଚଳିତବର୍ଷ ଜୁନ ପହିଲାରୁ ଲାଗୁ ହେବ ବୋଲି ବିସିସିଆଇ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି। 

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ତାର ପୂର୍ବତନ କ୍ରିକେଟର ଓ ଅମ୍ପେୟାରଙ୍କୁ ଏକ ବଡ ଉପହାର ଦେଇଛି। ଏମାନଙ୍କ ପେନସନରେ ଅହେତୁକ ବୃଦ୍ଧି କରାଯାଇଛି। ବିସିସିଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆମ ପୂର୍ବତନ କ୍ରିକେଟରଙ୍କ ଆର୍ଥିକ ସ୍ଥିତିର ଧ୍ୟାନ ରଖିବା ଆମ ପାଇଁ ମହତ୍ୱପୂର୍ଣ୍ଣ ବିଷୟ। ଖେଳାଳିମାନେ ଆଜୀବନ ଖେଳାଳି ହିଁ ରୁହନ୍ତି। ସେମାନଙ୍କ ଅବସର ପରେ ମଧ୍ୟ ତାଙ୍କ ସହ ଠିଆ ହୋଇରହିବା ବୋର୍ଡର କର୍ତବ୍ୟ। ଏହି କ୍ରମରେ ଅମ୍ପେୟାରଙ୍କର ଅବଦାନର ମଧ୍ୟ ମହତ୍ତ୍ୱ ରହିଛ।

Also Read: କ'ଣ ସେହି National Herald case, ଯାହାକୁ ନେଇ କଂଗ୍ରେସ ଛାତିରେ ପଶିଛି ଛନକା?

 

ବିସିସିଆଇ ସଚିବ ଜୟ ଶାହା କହିଛନ୍ତି, 'ଆମର ବର୍ତ୍ତମାନ ଓ ପୂର୍ବତନ କ୍ରିକେଟରଙ୍କ କଲ୍ୟାଣ ହେଉ ହେଉଛି ଆମ ସର୍ବପ୍ରଥମ ପ୍ରାଥମିକତା ଏବଂ ସେହି ଦିଗରେ ପେନସନ୍ ରାଶି ବୃଦ୍ଧି ଏକ ପଦକ୍ଷେପ। ବିସିସିଆଇ ବର୍ଷ ବର୍ଷ ଧରି ଅମ୍ପେୟାରଙ୍କ ଅବଦାନକୁ ଗୁରୁତ୍ୱ ଦେଇଥାଏ ଏବଂ ଭାରତୀୟ କ୍ରିକେଟ୍ ପ୍ରତି ସେମାନଙ୍କର ପରିଶ୍ରମ ପାଇଁ ଆମର କୃତଜ୍ଞତା ଜଣାଇବା ପାଇଁ ଏହା ହେଉଛି ଏକ ଉପାୟ। ସମୁଦାୟ ୯୦୦ ଜଣ ଏହି ଯୋଜନାରେ ଉପକୃତ ହେବେ।  ୭୫%ରୁ ଅଧିକ ହିତାଧିକାରୀଙ୍କ ପେନସନ ୧୦୦% ବୃଦ୍ଧି ପାଇବ।

'fallback

ଏଣିକି ମାସିକ ୧୫୦୦୦ ଟଙ୍କା ପେନସନ ପାଉଥିବା କ୍ରିକେଟର ବା ଅମ୍ପେୟାର ୩୦୦୦୦ ଟଙ୍କା ପାଇବେ। ୨୨୫୦୦ ଟାଙ୍କା ପାଉଥିଲେ ୪୫୦୦୦ ଟଙ୍କା ଓ ୩୦୦୦୦ ଟଙ୍କା ପାଉଥିଲେ ତାଙ୍କୁ ୫୨୫୦୦ ଟଙ୍କା ମିଳିବ। ୩୭୫୦୦ ଟଙ୍କା ପେନସନ ପାଉଥିବା ଖେଳାଳିଙ୍କୁ ୬୦୦୦୦ ଟଙ୍କା ଓ ୫୦ ହଜାର ଟଙ୍କା ପାଉଥିଲେ ତାଙ୍କୁ ୭୦୦୦୦ ଟଙ୍କା ମିଳିବ।