T20 world cup 2024: କାହାକୁ ମିଳିବ ଟି -20 ବିଶ୍ବକପ କ୍ୟାପଟେନ୍ସି ,ଏପରି ପ୍ରତିକ୍ରିୟା ଦେଲେ ହରଭଜନ ସିଂ
Advertisement

T20 world cup 2024: କାହାକୁ ମିଳିବ ଟି -20 ବିଶ୍ବକପ କ୍ୟାପଟେନ୍ସି ,ଏପରି ପ୍ରତିକ୍ରିୟା ଦେଲେ ହରଭଜନ ସିଂ

T20 world cup 2024: ଟିମ୍ ଇଣ୍ତିଆ  ୨୦୧୩ ପରଠାରୁ ଖେଳିଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଓ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ଯ ଟାଇଟଲ ଜିତିବାକୁ ସକ୍ଷମ ହୋଇନାହିଁ । ନିକଟରେ ଦିନିକିଆ ବିଶ୍ୱକପ ୨୦୨୩ରେ ମଧ୍ଯ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ।  ।

ସୌ(ସୋସିଆଲ ମିଡିଆ)

T20 world cup 2024: ୨୦୨୪ରେ ଆଇସିସି ଟ୍ରଫି ଜିତିବା ନେଇ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ତିଆ। ଦଳ ୨୦୧୩ ପରଠାରୁ ଖେଳିଥିବା ଆଇସିସି ଟୁର୍ଣ୍ଣାମେଣ୍ଟରେ ଫାଇନାଲ ଓ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ଯ ଟାଇଟଲ ଜିତିବାକୁ ସକ୍ଷମ ହୋଇନାହିଁ । ନିକଟରେ ଦିନିକିଆ ବିଶ୍ୱକପ ୨୦୨୩ରେ ମଧ୍ଯ ଭାରତ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି । ତେବେ ବର୍ତ୍ତମାନ ଫୋକସରେ ରହିଛି ୨୦୨୪ରେ ଜୁନ୍ ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ । ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ ହେବେ ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି ।

କିଏ ହେବେ ଟିମ୍ ଇଣ୍ଡିଆର ଅଧିନାୟକ?

ଟି-୨୦ ବିଶ୍ୱକପର ଅଧିନାୟକ ଦାୟିତ୍ବ କିଏ ନେବେ ସେନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ମିଳିନଥିଲେ ମଧ୍ଯ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଲାଗି ରୋହିତ ବୋର୍ଡର ପ୍ରଥମ ପସନ୍ଦ ଥିବା କୁହାଯାଉଛି । କିନ୍ତୁ ରୋହିତ ଶର୍ମା ପ୍ରାୟ ୧୪ ମାସ ଅର୍ଥାତ୍ ଟି -20 ବିଶ୍ୱକପ ୨୦୨୨ ସେମିଫାଇନାଲ ପରଠାରୁ ଗୋଟିଏ ବି ଟି -20 ଇଣ୍ଟରନ୍ୟାସନାଲ ଖେଳି ନାହାଁନ୍ତି।  ଜାନୁଆରୀ ୧୧ରୁ ଭାରତ ଓ ଆଫଗାନିସ୍ତାନ ମଧ୍ଯରେ ସିରିଜ୍ ଅନୁଷ୍ଠିତ ହେବ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ରୋହିତଙ୍କ ପ୍ରତ୍ୟାବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଥିଲେ ମଧ୍ଯ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ରୋହିତଙ୍କ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବୋର୍ଡ଼ଙ୍କ ଦ୍ବିତୀୟ ପସନ୍ଦ ଅଟନ୍ତି । କାରଣ ହାର୍ଦ୍ଦିକ ୨୦୨୨ ଟି-୨୦ ବିଶ୍ୱକପ ପରଠାରୁ କ୍ରମାଗତ ଭାବେ ଟି -20 ଇଣ୍ଟରନ୍ୟାସନାଲରେ ଦଳର ଅଧିନାୟକତ୍ବ କରିଆସୁଛନ୍ତି। ସେହିପରି ହାର୍ଦ୍ଦିକ ଆହତ ହେବାପରେ ଦୁଇଟି ସିରିଜରେ ସୁର୍ଯ୍ୟକୁମାର ଯାଦବ ଅଧିନାୟକ ଦାୟିତ୍ବ ନେଇଥିଲା । ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଦଳର ପ୍ରଦର୍ଶନ ବେଶ ଭଲ ରହିଥିଲା। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଭାରତ ଅଷ୍ଟ୍ରେଲିଆକୁ ୪-୧ରେ ପରାସ୍ତ କରିଥିଲା  । ତେବେ ବର୍ତ୍ତମାନ ଉଭୟ ଖେଳାଳି ଆହତ ଅଛନ୍ତି । ତେବେ ଟି-20 ବିଶ୍ବକପ ବେଳକୁ ଉଭୟ ସୁସ୍ଥ ହୋଇଯାଇଥିବା ନେଇ ଆଶା କରାଯାଉଛି । ତେବେ ଟି-୨୦ ବିଶ୍ବକପ କ୍ୟାପଟେନ୍ସି ନେଇ ହରଭଜନ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏନେଇ ହରଭଜନ କହିଛନ୍ତି, 'ରୋହିତ ଶର୍ମା ସବୁଠାରୁ ଦକ୍ଷ ଅଧିନାୟକ ଏବଂ ବିରାଟ କୋହଲି ଜଣେ ଦକ୍ଷ ଖେଳାଳି ଅଟନ୍ତି। କିନ୍ତୁ ବର୍ତ୍ତମାନ ଆମ ପାଖରେ ଅଧିକ ସମୟ ନାହିଁ । କିଛି ମାସ ମଧ୍ୟରେ ଟି-୨୦ ବିଶ୍ୱକପ୍ ଅନୁଷ୍ଠିତ ହେବ । ଏହି ସମୟରେ ଯୁବ ଖେଳାଳିଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍, କିନ୍ତୁ ବର୍ତ୍ତମାନ ଅଧିକ ସମୟ ନାହିଁ । ଦଳରେ କେତେ ଜଣ ଯୁବ ଖେଳାଳି ଯୋଗଦେବେ ତାହା ଦେଖିବାକୁ ବାକି ରହିଲା । କିନ୍ତୁ ବିରାଟ ଓ ରୋହିତ ନିଶ୍ଚିତ ଭାବେ ଏହି ଟି-୨୦ ବିଶ୍ୱକପ୍ ଖେଳିବା ଉଚିତ୍। ଯଦି ସେମାନେ ଖେଳିବାକୁ ଚାହୁଁନାହାଁନ୍ତି କିମ୍ବା ବିସିସିଆଇର ଏନେଇ ସେମାନଙ୍କ ସହ ଆଲୋଚନା କରିନି । ତାହାଲେ ବୋର୍ଡ଼ ଉଭୟଙ୍କ ସହ କଥା ହୋଇ ସମାଧାନ ବାଟ ବାହାର କରିବା ଉଚିତ୍’।