ପୁଣି ଏକାଠି ହେଲେ ସାରା ଓ ଶୁଭମାନ ଗିଲ୍, ଭାଇରାଲ ହେଉଛି ପୁରୁଣା....
Advertisement
Article Detail0/zeeodisha/odisha1875201

ପୁଣି ଏକାଠି ହେଲେ ସାରା ଓ ଶୁଭମାନ ଗିଲ୍, ଭାଇରାଲ ହେଉଛି ପୁରୁଣା....

Shubman Gill Sara Tendulkar Relationship: ଶୁଭମାନ ଗିଲ୍ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ଯ ଚର୍ଚ୍ଚାରେ ରହିଥାଆନ୍ତି । ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ତାଙ୍କ ସମ୍ପର୍କ ଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ପରେ ଉଭୟଙ୍କ ବ୍ରେକଅଫ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

ସୌ(ସୋସିଆଲ ମିଡିଆ)

Shubman Gill Sara Tendulkar Relationship: ବାଂଲାଦେଶ ବିପକ୍ଷରେ ଶତକ ହାସଲ କରି ଚର୍ଚ୍ଚାରେ ରହିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲ୍ (Shubman Gil) । କ୍ରିକେଟ୍ ସହ ଗିଲ୍ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ଯ ଚର୍ଚ୍ଚାରେ ରହିଥାଆନ୍ତି । ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ (Sara Tendulkar) ସହ ତାଙ୍କ ସମ୍ପର୍କ ଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା । ପରେ ଉଭୟଙ୍କ ବ୍ରେକଅଫ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

ଖବର ଅନୁଯାୟୀ, ଶୁଭମାନ ଓ ସାରାଙ୍କ (Shubman Gill Sara Tendulkar Relationship) ମଧ୍ୟରେ ସମ୍ପର୍କ ପୁଣି ଥରେ ମଜବୁତ ହୋଇଛି। କୁହାଯାଉଛି ଯେ, ଦୁହେଁଙ୍କ ମଧ୍ଯରେ ବର୍ତ୍ତମାନ ସବୁକିଛି ଠିକ୍ ଅଛି । କେବଳ ଏତିକି ନୁହେଁ ଇନଷ୍ଟାଗ୍ରାମରେ ଶୁଭମାନଙ୍କ ଭଉଣୀ ଶାହନିଲ ଗିଲଙ୍କୁ ସାରା ତେନ୍ଦୁଲକର ଫଲୋ କରିଥିବା ଦେଖିବାକୁ ମିଳିଛି ।

ଭାଇରାଲ୍ ହେଲା ପୁରୁଣା ସ୍କ୍ରିନସଟ୍

ତେବେ ଏହି ଚର୍ଚ୍ଚା ମଧ୍ୟରେ ଶୁଭମାନ ଓ ସାରାଙ୍କ କିଛି ପୁରୁଣା ସ୍କ୍ରିନସଟ୍ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ କ୍ରିକେଟରଙ୍କ ଜନ୍ମଦିନର ଲାଇଭ୍ ଭିଡ଼ିଓ ସାରା - 'HBDDDDDDD', ଲେଖିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏଥିରେ କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।

ପୂର୍ବରୁ ମଧ୍ଯ ଶୁଭମାନ ଗିଲଙ୍କ ଏକ ପୋଷ୍ଟରେ ସାରା (Sara tendulkar) “ଅଭିନନ୍ଦନ” ବୋଲି ଲେଖିଥିଲେ, ତେବେ ଏହି ପୋଷ୍ଟଟି ସେତେବେଳେ ଭାଇରାଲ ହେବାକୁ ଲାଗିଲା ଯେତେବେଳେ ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରିଥିଲେ । ହାର୍ଦ୍ଦିକଙ୍କ ଏହି କମେଣ୍ଟ ପରେ ଶୁଭମାନ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଫ୍ୟାନ୍ସ କନଫର୍ମ ହୋଇଥିଲେ। ପ୍ରକୃତରେ, ସାରା ଶୁଭମାନଙ୍କ ଭିଡିଓରେ କମେଣ୍ଟ କରି ଲେଖିଥିଲେ ଯେ, “ଅଭିନନ୍ଦନ” । ଯାହାର ଉତ୍ତର ଦେବାକୁ ଯାଇ ଶୁଭମାନ ଲେଖିଥିଲେ କମେଣ୍ଟ କରି ଲେଖିଥିଲେ ଯେ, “ଥ୍ୟାଙ୍କସ୍ ଏ ଲଟ୍” ତେବେ ଏହାପରେ ଶୁଭମାନଙ୍କ (Shubman Gill ) ଏହି କମେଣ୍ଟ ତଳେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରି ଲେଖିଥିଲେ ଯେ, 'ମୋଷ୍ଟ ୱେଲକମ୍ ଫର୍ମ ହର'। ବାସ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (Hardik Pandya) ଏହି କମେଣ୍ଟ ପରେ ଶୁଭମାନ ଓ ସାରାଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ସାରା ଅଲ୍ଲୀଙ୍କ ସହ ମଧ୍ୟ ଯୋଡ଼ା ଯାଇଥିଲା ନାଁ

ଏହା ପୂର୍ବରୁ ଶୁଭମାନ ଗିଲଙ୍କ ନାମ ଅଭିନେତ୍ରୀ ସାରା ଅଲ୍ଲୀ ଖାଁଙ୍କ (Sara ali khan) ସହିତ ମଧ୍ଯ ଯୋଡ଼ା ଯାଇଥିଲା । ପୂର୍ବରୁ ଶୁଭମାନ ଓ ସାରା ଅଲ୍ଲୀ ଖାନଙ୍କୁ ଦିଲ୍ଲୀ ବହୁ ସମୟରେ ଏକାଠି ଦେଖିବାକୁ ମିଳିଥିଲା । ଯାହାର ଫଟୋ ମଧ୍ଯ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ପରେ ଉଭୟ ପରସ୍ପରକୁ ଡ଼େଟ୍ କରୁଥିବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଥିଲା । ତେବେ ସାରାଙ୍କୁ ଏକ ସୋ’ରେ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ପଚାଯାଇଥିଲା ଯାହାକୁ ସେ ଏଡ଼ାଇ ଦେଇଥିଲେ ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଆଇପିଏଲ ଫାଇନାଲରେ ଗୁଜୁରାଟ ଚେନ୍ନାଇଠାରୁ ହାରିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ (Sara ali khan) ଟ୍ରେଲର ଶିକାର ହୋଇଥିଲେ । ଆଇପିଏଲ ଫାଇନାଲ ମ୍ୟାଚ୍ ଦେଖିବା ସହ ନିଜ ଫିଲ୍ମ “ଜରା ହଟକେ ଜରା ବଚକେ” (zara hatke zara bachke)ର ପ୍ରମୋସନ କରିବା ଲାଗି ଫାଇନାଲ ମ୍ୟାଚ୍ ଖେଳାଯାଉଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଁଞ୍ଚିଥିଲେ ଅଭିନେତା ଭିକି କୌଶଲ (Vicky Kaushal) ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ (Sara ali khan) । ଷ୍ଟାଡିୟମରେ ସାରାଙ୍କୁ ଦେଖି ଟ୍ରୋଲର୍ସ ମାନେ ଶୁଭମନ ଗିଲଙ୍କ (Shubman Gill) ସହ ତାଙ୍କୁ ଯୋଡ଼ି ଚର୍ଚ୍ଚା ଆରମ୍ଭ କରିଥିଲେ । କୁଆଡ଼େ ସାରାଙ୍କୁ ଦେଖି ଶୁଭମନ ଗିଲଙ୍କ (shubman gill) ଆଉଟ ହୋଇଗଲେ ବୋଲି ଚର୍ଚ୍ଚା ହୋଇଥିଲା । ମ୍ୟାଚ୍ ପରେ ଏକ ଭିଡ଼ିଓରେ ସାରା ଓ ଭିକି ଚେନ୍ନାଇ ସୁପର ଜିତିବା ନେଇ ଖୁସି ମନାଇଥିବା ଦେଖିବାକୁ ମିଳିଥିଲା । ହେଲେ ସାରାଙ୍କୁ ଖୁସି ଦେଖି ଫ୍ୟାନ୍ସ ଏହାକୁ ପସନ୍ଦ ମଧ୍ୟ କରିନଥିଲେ । ଏମିତିକି ଲୋକେ ସାରାଙ୍କ ଓଭରଆକ୍ଟିଂ ପସନ୍ଦ ଆସେ ନାହିଁ ବୋଲି ମଧ୍ଯ କହିଥିଲେ । ସେହି ଭିଡ଼ିଓରେ କମେଣ୍ଟ କରି ଜଣେ ୟୁଜର୍ସ ଲେଖିଥିଲେ ଯେ, “ସାରା ଦିଦି ପ୍ରତାରକ”, ଅନ୍ୟ ଜଣେ ଲେଖଥିଲେ “ପ୍ରଥମରୁ ଗୁଜୁରାଟ ଟାଇଟାନ୍ସକୁ ସମର୍ଥନ କରୁଥିଲେ, ପୁଣି ସିଏସକେ ଜିତିବା ପରେ ତାହା ପାଇଁ ଚିୟରଅପ୍” କରୁଛନ୍ତି ।

Also Read-Asia cup: ଶ୍ରୀଲଙ୍କା ସହ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ତିଆକୁ ଝଟ୍‌କା, ବାଦ୍‌ ପଡିଲେ ଏହି ଖେଳାଳି