AUS vs AFG: ଆଜି ଅଷ୍ଟ୍ରେଲିଆ- ଆଫଗାନିସ୍ତାନ ଲଢେଇ, ଜିତିଲେ ସେମିଫାଇନାଲରେ ଏଣ୍ଟ୍ରି
Advertisement

AUS vs AFG: ଆଜି ଅଷ୍ଟ୍ରେଲିଆ- ଆଫଗାନିସ୍ତାନ ଲଢେଇ, ଜିତିଲେ ସେମିଫାଇନାଲରେ ଏଣ୍ଟ୍ରି

World cup 2023​: ସେମିଫାଇନାଲ ଦୃଷ୍ଟିକୋଣରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆଜିର ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସହଜରେ ସେମିଫାଇନାଲରେ (World cup 2023 Semi Final) ପ୍ରବେଶ କରିବ। ଅନ୍ୟପକ୍ଷରେ ଯଦି ଆଫଗାନିସ୍ତାନ ମ୍ୟାଚ୍ ଜିତେ ତାହାଲେ ଦଳ ସେମିଫାଇନାଲରେ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି। 

ସୌ(ସୋସିଆଲ ମିଡିଆ)

AUS vs AFG: ଆଇସିସି ବିଶ୍ୱକପ ୨୦୨୩ର (ICC World cup 2023) ୩୯ତମ ମ୍ୟାଚ୍ ରେ ମଙ୍ଗଳବାର ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ (AUS vs AFG) । ସେମିଫାଇନାଲ ଦୃଷ୍ଟିକୋଣରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆଜିର ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ସହଜରେ ସେମିଫାଇନାଲରେ (World cup 2023 Semi Final) ପ୍ରବେଶ କରିବ। ଅନ୍ୟପକ୍ଷରେ ଯଦି ଆଫଗାନିସ୍ତାନ ମ୍ୟାଚ୍ ଜିତେ ତାହାଲେ ଦଳ ସେମିଫାଇନାଲରେ ପ୍ରବେଶ କରିବା ନେଇ ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି।

ଏହି ମ୍ୟାଚ୍ ହାଇଭେଲଟେଜ ମ୍ୟାଚ୍ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ (Mumbai Wankhede Stadium) ଖେଳାଯିବ। ଗୋଟିଏ ପଟେ ଅଷ୍ଟ୍ରେଲିଆ (Australia) କ୍ରମାଗତ ୫ଟି ମ୍ୟାଚ୍ ଜିତିଥିବା ବେଳେ ଅନ୍ୟପଟେ ଆଫଗାନିସ୍ତାନ (Afghanistan) ମଧ୍ୟ ଲଗାତାର ୩ଟି ମ୍ୟାଚ୍ ରେ ବିଜୟୀ ହୋଇଛି।

ଭାରତ ଓ ଦକ୍ଷିଣ ଆଫ୍ରିକା (AUS vs AFG World cup 2023) ସେମିଫାଇନାଲରେ ଏଣ୍ଟ୍ରି ମାରିଥିବା ବେଳେ ବାକି ଥିବା ୨ଟି ସ୍ଥାନ ପାଇଁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ତ, ଆଫଗାନିସ୍ତାନ ଓ ପାକିସ୍ତାନ ରସରେ ରହିଛନ୍ତି । ଆଫଗାନିସ୍ତାନ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ୍ ଖେଳିଥିବା ବେଳେ ଦଳ ୪ ମ୍ୟାଚ୍ ରେ ବିଜୟୀ ହୋଇଛି । ଦଳ ପାଖରେ ଏବେ ୮ ପଏଣ୍ଟ ରହିଛି । ଆଜି ଯଦି ଆଫଗାନିସ୍ତାନ ଟିମ୍ ଅଷ୍ଟ୍ରେଲିଆକୁ (Australia) ପରାସ୍ତ କରେ ତାହାଲେ ଦଳ ନ୍ୟୁଜଲାଣ୍ତ ଓ ପାକିସ୍ତାନକୁ ପଛରେ ପକାଇ ପଏଣ୍ଟ ଟେବୁଲର (world cup points table 2023) ଚତୁର୍ଥ ସ୍ଥାନରେ ରହିବ। ଅନ୍ୟପଟେ ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍ ଜିତିଲେ ଦଳ ସେମିରେ ସ୍ଥାନ ପକ୍କା କରିବ ।

ପ୍ରକାଶ ଥାଉ କି, ବିଗତ ମ୍ୟାଚ୍ ଗୁଡ଼ିକରେ ଆଫଗାନିସ୍ତାନ ଇଂଲଣ୍ତ, ପାକିସ୍ତାନ, ଶ୍ରୀଲଙ୍କା ଓ ନେଦରଲାଣ୍ତସକୁ ପରାସ୍ତ କରିଥିବା ବେଳେ ଦଳର ମନୋବଳ ଦୃଢ ରହିଛି । ତେବେ ଦଳରେ ଥିବା ସ୍ପିନରଙ୍କ ଭଲ ପ୍ରଦର୍ଶନ ନେଇ ଦଳ ଆଶାବାଦୀ ରହିଛି । ଅନ୍ୟପଟେ ଆଜିର ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଦଳ ନିଜର ପ୍ଲେଇଙ୍ଗ ଇଲେଭେନରେ ପରିବର୍ତ୍ତନ କରିବ । ପୂର୍ବ ମ୍ୟାଚ୍ ଖେଳିନଥିବା ମିଚେଲ ମାର୍ଶ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ମାତ୍ର ଷ୍ଟିଭେନ୍ ସ୍ମିଥ୍ (steven smith) ଖେଳିବା ନେଇ ଆଶଙ୍କା ରହିଛି । ସ୍ମିଥ୍ ବର୍ତ୍ତମାନ ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି । ଆଫଗାନିସ୍ତାନ ମଧ୍ଯ ନୁର ଅହମ୍ମଦଙ୍କ ସ୍ଥାନରେ ନବୀନ ଉଲ-ହକଙ୍କୁ (Naveen-ul-Haq) ପ୍ଲେଇଙ୍ଗ ଇଲେଭେନରେ ସ୍ଥାନ ଦେବା ନେଇ ସମ୍ଭାବନା ରହିଛି ।

ସମ୍ଭାବ୍ୟ ଦଳ-

ଅଷ୍ଟ୍ରେଲିଆ ଟିମ୍- ପ୍ୟାଟ୍ କମିନ୍ସ (କ୍ୟାପଟେନ୍), ଡ଼େଭିଡ୍ ୱାର୍ଣ୍ଣର, ଟ୍ରେଭିସ୍ ହେଡ଼, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍ / ମାର୍ନସ ଲାବୁସାନ, ଜୋସ ଇଂଲିଶ, ଗ୍ଲେନ୍ ମ୍ୟାକ୍ସୱେଲ୍, ମାର୍କସ ଷ୍ଟଇନିସ୍, ମିଚେଲ ଷ୍ଟାର୍କ, ଆଡ଼ାମ ଜାମ୍ପା, ଜୋସ ହାଜେଲଉଡ଼ ।

ଆଫଗାନିସ୍ତାନ ଟିମ୍- ହସମତୁଲ୍ଲା ସାହିଦି (କ୍ୟାପଟେନ୍), ରହମନୁଲ୍ଲା ଗୁରବାଜ, ଇବ୍ରାହିମ୍ ଜାଡ୍ରାନ୍, ରହମତ ଶାହ, ଅଜମତୁଲ୍ଲା ଓମାରଜାଇ, ଇକରାମ ଅଲିଖିଲ, ମହମ୍ମଦ ନବି, ରସିଦ ଖାନ୍, ମୁଜିବ ଉର ରେହମାନ, ନବୀନ ଉଲ-ହକ୍/ ନୁର ଅହମ୍ମଦ, ଫଜଲହକ୍ ଫାରୁକି ।

Also Read-Virat Kohli Net Worth: ବିଶ୍ୱକପ ବେଳେ କୋଟି କୋଟି ଟଙ୍କା ଆୟ କରିଛନ୍ତି କୋହଲି, କିଛି ଦିନ ମଧ୍ୟରେ ୧୦୦୦ କୋଟି ଡେଇଁଛି ସମ୍ପତ୍ତି ମୂଲ୍ୟ