Barabati Stadium: ନୂଆ ରୂପ ନେବ କଟକ ବାରବାଟୀ ଷ୍ଟାଡିୟମ, ୬୦,୦୦୦ କୁ ବୃଦ୍ଧି ପାଇବ ଦର୍ଶକଙ୍କ ବସିବା କ୍ଷମତା
Advertisement
Article Detail0/zeeodisha/odisha2121577

Barabati Stadium: ନୂଆ ରୂପ ନେବ କଟକ ବାରବାଟୀ ଷ୍ଟାଡିୟମ, ୬୦,୦୦୦ କୁ ବୃଦ୍ଧି ପାଇବ ଦର୍ଶକଙ୍କ ବସିବା କ୍ଷମତା

Cuttack Barabati Stadium: ପ୍ରସ୍ତାବିତ ପ୍ରୋଜେକ୍ଟ ଅନୁଯାୟୀ ପାର୍କିଂ, ଗ୍ୟାଲେରୀ, ଫୁଡ୍ କୋର୍ଟ ଏବଂ ୱାଶରୁମ୍ ସହିତ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଦର୍ଶକଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ।

 

Cuttack Barabati Stadium

Barabati Stadium: ଓଡ଼ିଶା ସରକାର ଏକ ପ୍ରମୁଖ ପଦକ୍ଷେପ ନେଇ କଟକ ସ୍ଥିତ ଆଇକନିକ ବାରବାଟୀ ଷ୍ଟାଡିୟମକୁ (Cuttack Barabati Stadium) ନବୀକରଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ନୂତନ ପ୍ରସ୍ତାବିତ ବିକାଶ ଯୋଜନାର ଷ୍ଟାଡିୟମକୁ ଭାଙ୍ଗି ସମ୍ପୁର୍ଣ୍ଣ ନୂଆ ଭାବରେ ତିଆରି କରିବାର ସମ୍ଭାବନା ରହିଛି। କହିରଖୁଛୁ ଯେ ବାରବାଟୀ ଷ୍ଟାଡିୟମ ୧୯୫୨ ମସିହାରେ ନିର୍ମିତ ହୋଇଥିଲା। 

ଓସିଏ ସଚିବ ସଞ୍ଜୟ ବେହେରା (OCA Secretary Sanjay Behera) ସୂଚନା ଦେଇଛନ୍ତି ଯେ ଏକ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯାଇଛି। ଯୋଜନା ଅନୁଯାୟୀ ଷ୍ଟାଡିୟମର ବସିବା କ୍ଷମତା ୬୦,୦୦୦ କୁ ବୃଦ୍ଧି କରାଯିବ ବୋଲି ବେହେରା କହିଛନ୍ତି। ବେହେରାଙ୍କ ଅନୁଯାୟୀ, ବାରବାଟୀରେ କିଛି ଐତିହ୍ୟ ଜିନିଷ ଅଛି ଏବଂ ସେଗୁଡିକ ଅକ୍ଷୁର୍ଣ୍ଣ ରଖାଯିବ। ଗଠନମୂଳକ ଦୁର୍ବଳ ନିର୍ମାଣ କ୍ଷେତ୍ରରେ, ଏକ ପ୍ରାଥମିକ ଏବଂ ସମ୍ଭାବ୍ୟ ରିପୋର୍ଟ ପ୍ରସ୍ତୁତ ହେବ ।

ଗୁରୁବାର ଦିନ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ବାରବାଟୀ ଷ୍ଟାଡିୟମ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ଏହି ଷ୍ଟାଡିୟମକୁ ଭଙ୍ଗି ପୁଣିଥରେ ଏହାକୁ ନୂଆ କରି ତିଆରି କରିବାକୁ ଯୋଜନା କରାଯାଉଛି। ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ଏହି ଐତିହାସିକ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ରୂପେ ଭଙ୍ଗାଯାଇ ପୁଣିଥରେ ବିଶ୍ୱସ୍ତରୀୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ନୂଆ ଷ୍ଟାଡିୟମରେ ଅଧିକ ଦର୍ଶକଙ୍କ ପାଇଁ ଷ୍ଟାଡିୟମର କ୍ଷମତା ବୃଦ୍ଧି କରାଯିବ ।

କହିରଖୁଛୁ ଯେ ବର୍ତ୍ତମାନ ଏହି ଷ୍ଟାଡିୟମରେ ୪୨ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା ରହିଥିବା ବେଳେ, ନୂଆ ଷ୍ଟାଡିୟମ କରାଯାଇ ଏହାର କ୍ଷମତାକୁ ୬୦ ହଜାରକୁ ବୃଦ୍ଧି କରାଯିବ।କଟକର ଥିବା ଏହି ପ୍ରସିଦ୍ଧ ଷ୍ଟାଡିୟମର ୧୯୫୨ ମସିହାରେ ତିଆରି ହୋଇଥିଲା। ୨୭ ଫେବୃଆରୀରେ ନୂଆ ଷ୍ଟାଡିୟମ ପାଇଁ ମୂଳଦୁଆ ପକାଯିବ ଏବଂ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ସମ୍ପାଦକ ବେହେରା କହିଛନ୍ତି।

କହିରଖୁଛୁ ଯେ ଏହାପୂର୍ବରୁ ବୁଧବାର ଦିନ 5T ଅଧ୍ୟକ୍ଷ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ପ୍ରସ୍ତାବିତ ଯୋଜନା ଅନୁଯାୟୀ ପାର୍କିଂ, ଗ୍ୟାଲେରୀ, ଫୁଡ୍ କୋର୍ଟ ଏବଂ ୱାଶରୁମ୍ ସହିତ ଅନ୍ତର୍ଜାତୀୟ ମାନକ ଅନୁଯାୟୀ ଦର୍ଶକଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯିବ। କ୍ୟାମ୍ପସରେ ଅନ୍ୟାନ୍ୟ କ୍ରୀଡା ଶୃଙ୍ଖଳା ପାଇଁ ମଧ୍ୟ ସୁବିଧା ରହିବ ବୋଲି ସିଏମଓ ଏହାର ଅଫିସିଆଲ୍ ଏକ୍ସ (ପୂର୍ବରୁ ଟ୍ୱିଟର) ହ୍ୟାଣ୍ଡେଲରେ ଟ୍ୱିଟ୍ କରିଛନ୍ତି।