Advertisement
Article Detail0/zeeodisha/odisha1494207
Zee OdishaOdisha SportsFIFA World Cup 2022: ଫ୍ରାନ୍ସ ପ୍ରତି ହୋଇଛି ଅନ୍ୟାୟ, ମେସିଙ୍କ ଗୋଲକୁ ନେଇ ଉଠୁଛି ପ୍ରଶ୍ନ

FIFA World Cup 2022: ଫ୍ରାନ୍ସ ପ୍ରତି ହୋଇଛି ଅନ୍ୟାୟ, ମେସିଙ୍କ ଗୋଲକୁ ନେଇ ଉଠୁଛି ପ୍ରଶ୍ନ

FIFA World Cup 2022: ସରିଛି ଫୁଟବଲ ବିଶ୍ୱକପ। ଆର୍ଜେଣ୍ଟିନା ଜିତିବା ପରେ ଲଗାତାର ୩ ଦିନ ଧରି ବିଜୟୋତ୍ସବ ପାଳନ କରୁଛନ୍ତି ଦେଶବାସୀ। ତେବେ ଏହାରି ମଧ୍ୟରେ ବିବାଦ ମଧ୍ୟ ମୁଣ୍ଡ ଟେକିଛି। ଚାମ୍ପିଅନ ଆର୍ଜେଣ୍ଟିନାକୁ ଜୋରଦାର ସମାଲୋଚନା କରୁଛନ୍ତି ଫ୍ରାନ୍ସ ଫୁଟବଲ ପ୍ରେମି। ତେବେ କଣ ରହିଛି ବିବାଦ ଓ କାହିଁକି ସମାଲୋଚନା କରୁଛନ୍ତି ପଢନ୍ତୁ ପୁରା ରିପୋର୍ଟ। 

FIFA World Cup 2022: ଫ୍ରାନ୍ସ ପ୍ରତି ହୋଇଛି ଅନ୍ୟାୟ, ମେସିଙ୍କ ଗୋଲକୁ ନେଇ ଉଠୁଛି ପ୍ରଶ୍ନ

FIFA World Cup 2022: ନୂଆଦିଲ୍ଲୀ: ଫିଫା ଓ୍ୱାର୍ଲଡ (Fifa World Cup) କପ ଶେଷ ହୋଇଛି। ଫ୍ରାନ୍ସକୁ (France) ହରାଇ ଆର୍ଜେଣ୍ଟନା (Argentina) ଚାମ୍ପିଅନ ହୋଇଛି। ପେନାଲ୍ଚି ସୁଟଆଉଟରେ ୪-୨ ଗୋଲ ବ୍ୟବଧାନରେ ଫ୍ରାନ୍ସକୁ (France) ହରାଇଛି ଆର୍ଜେଣ୍ଟିନା (Argentina)। ତେବେ ଦୁଇ ଦିନ ତଳୁ ଏହି ଫିଫା ବିଶ୍ୱକପ (Fifa World Cup) ଶେଷ ହୋଇଛି। ଆର୍ଜେଣ୍ଟିନାର (Argentina) ବିଜୟକୁ ନେଇ ପୁରା ବିଶ୍ୱ ତଥା ମେସିଙ୍କ ପ୍ରଶଂସକ ବିଜୟୋତ୍ସବ ପାଳନ କରିବାରେ ଲାଗି ପଡ଼ିଛନ୍ତି। ଆର୍ଜେଣ୍ଟିନାର ବାସିନ୍ଦା ମଧ୍ୟ ନିୟମକାନୁନକୁ ଭୁଲି ଉତ୍ସବ ପାଳିବାରେ ବ୍ୟସ୍ତ ରହିଛନ୍ତି। ତେବେ ଏହାରି ମଧ୍ୟରେ ଏକ ବିବାଦ ମଧ୍ୟ ମୁଣ୍ଡ ଟେକିଛି। ଫ୍ରାନ୍ସର କିଛି ପ୍ରଶଂସକଙ୍କ ଅନୁଯାୟୀ ଖେଳ ପେନାଲ୍ଟି ସୁଟଆଉଟ ପର୍ଯ୍ୟନ୍ତ ଯାଇନଥାନ୍ତା। ଯଦି ଭିଡ଼ିଓ ରେଫରୀ ସଠିକ ନିର୍ଣ୍ଣୟ ନେଇଥାନ୍ତେ। ପ୍ରଶଂସକମାନେ ମେସିଙ୍କର ଦ୍ୱିତୀୟ ଗୋଲ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଉଭୟ ଫ୍ରାନ୍ସ ଓ ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ଏକ ବଡ଼ ବିତର୍କ ସୃଷ୍ଚି ହୋଇଛି। 

ଆର୍ଜେଣ୍ଟିନା ପାଇଁ ଏଞ୍ଜେଲ ଜି ମାରିୟା ଓ ଲିଓନେଲ ମେସି ଫ୍ରାନ୍ସ ପାଇଁ ଦୁଇଟି ଗୋଲ କରିଥିଲେ। ଫ୍ରାନ୍ସ ପକ୍ଷରୁ ଏମବାପେ ଏକଲା ଦୁଇଟି ଗୋଲ ପରିଶୋଧ କରିଦେଇଥିଲେ। ଫଳରେ ଖେଳ ୨-୨ ଗୋଲରେ ଆଗୁଆ ରହିଥିଲା। ଅତିରିକ୍ତ ସମୟରେ ମେସି ପୁନର୍ବାର ଆଉ ଗୋଟିଏ ଗୋଲ ଦେବା ସହିତ ଆର୍ଜେଣ୍ଟିନା ୩-୨ ଗୋଲରେ ଆଗୁଆ ରହିଥିଲା। ଫଳରେ ଏହି ଗୋଲ ପରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଜୋର ଧରିଥିଲା। ଏହାକୁ ଗୋଲ ଭାବେ ନ ଗଣିବାକୁ ପ୍ରଶଂସକମାନେ ଦାବି କରିଥିଲେ। 

ପ୍ରଶଂସକମାନେ ଦାବି କରିଛନ୍ତି କି ମେସି ଯେଉଁ ସମୟରେ ଗୋଲ କରିବାର ଥିଲା ସେହି ସମୟରେ ଆର୍ଜେଣ୍ଟିନାର କିଛି ଖେଳାଳି ସେହି ସମୟରେ ହିଁ ମୈଦାନରେ ପଶିଯାଇଥିଲେ। ଏଥିପାଇଁ ଏହି ଗୋଲକୁ ନ ଗଣିବା ପାଇଁ ପ୍ରଶଂସକମାନେ ଦାବି କରିଛନ୍ତି। ଏପରିକି କିଛି ଟ୍ୱିଟର ୟୁଜର ଗୋଲ ସମୟର ବିଭିନ୍ନ ଦିଗରୁ ଫଟୋ ଉଠାଇ ସେୟାର କରିଛନ୍ତି। ତେବେ ଅତିରିକ୍ତ ସମୟ ଶେଷ ବେଳକୁ ଖେଳ ୩-୩ ଗୋଲ ବ୍ୟବଧାନରେ ଶେଷ ହୋଇଥିଲା। ଫଳରେ ପେନାଲ୍ଟି ସୁଟ ଆଉଟର ସହାୟତା ନିଆଯାଇଥିଲା। ପ୍ରାୟ ୩୬ ବର୍ଷ ପରେ ଚାମ୍ପିଅନ ହୋଇଥିଲା ଆର୍ଜେଣ୍ଟିନା। 

Add Zee News as a Preferred Source
About the Author