ନୂଆ ଇନିଂସ ଆରମ୍ଭ କରିବେ ସୌରଭ ଗାଙ୍ଗୁଲି, ଜାଣନ୍ତୁ କ’ଣ ରହିଛି କ୍ରିକେଟରଙ୍କ ଆଗାମୀ ପ୍ଲାନ୍
Advertisement

ନୂଆ ଇନିଂସ ଆରମ୍ଭ କରିବେ ସୌରଭ ଗାଙ୍ଗୁଲି, ଜାଣନ୍ତୁ କ’ଣ ରହିଛି କ୍ରିକେଟରଙ୍କ ଆଗାମୀ ପ୍ଲାନ୍

Sourav Ganguly: ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ଭାବେ ଗଣା ଯାଇଥାଏ । ଅଧିନାୟକ ହେବା ସହ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ତେବେ ବର୍ତମାନ ସେ ବ୍ୟବସାୟୀ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି ।

ସୌ(ସୋସିଆଲ ମିଡିଆ)

Sourav Ganguly: ନୂଆ ଇନିଂସ ଆରମ୍ଭ କରିବେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) । ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ଭାବେ ଗଣା ଯାଇଥାଏ । ଅଧିନାୟକ ହେବା ସହ ସେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (Indian cricket control board) ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ତେବେ ବର୍ତମାନ ସେ ବ୍ୟବସାୟୀ ଦୁନିଆରେ ପାଦ ଦେବାକୁ ଯାଉଛନ୍ତି । ଏନେଇ ସେ ସ୍ପେନଠାରେ ଆୟୋଜିତ ମୈଡ୍ରିଡ୍ ବଙ୍ଗାଲ ଗ୍ଲୋବାଲ ବିଜନେଓ ସମ୍ମିଳନୀରେ ଘୋଷଣା କରିଛନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ସହ ଯାଇଥିବା ପ୍ରତିନିଧୀ ମଣ୍ଡଳୀର ସଦସ୍ୟ ଅଛନ୍ତି ।

ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗର ମେଦିନୀପୁର (Medinipur) ଅନ୍ତର୍ଗତ ସାଲବନିରେ ଏକ ଇସ୍ପାତ କାରଖାନା (Steel factory) ଆରମ୍ଭ କରିବାକୁ ଯାଉଛନ୍ତି। ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ୧୨ ଦିନିଆ ସ୍ପେନ୍ ଓ ଦୁବାଇ ଗସ୍ତରେ ଯାଇଥିବା ସୌରଭ ଗାଙ୍ଗୁଲି କହିଛନ୍ତି, ‘ଏହି କାରଖାନାର ନିର୍ମାଣ କାର୍ଯ୍ୟ ୫ରୁ ୬ ମାସ ମଧ୍ୟରେ ଶେଷ ହେବ। ମୁଁ ଏହି ସୁଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି କାରଣ ଆମେ ବଙ୍ଗଳାରେ ତୃତୀୟ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ କରୁଛୁ । ଅନେକ ଲୋକ ବିଶ୍ବାସ କରନ୍ତି ଯେ, ମୁଁ କେବଳ ଖେଳ ଖେଳିଛି, କିନ୍ତୁ ଆମେ ୨୦୦୭ ମସିହାରେ ଏକ ଛୋଟ ଇସ୍ପାତ କାରଖାନା ଆରମ୍ଭ କରିଥିଲୁ । ଆଗାମୀ ୫ରୁ ଛଅ ମାସ ମଧ୍ୟରେ ମେଦିନୀପୁରରେ ନୂତନ ଇସ୍ପାତ କାରଖାନା ନିର୍ମାଣ ଆରମ୍ଭ କରିବୁ । ୫୦/୫୫ ବର୍ଷ ପୂର୍ବେ ତାଙ୍କ ଜେଜେ ଆରମ୍ଭ କରିଥିବା ଏହି ବ୍ୟବସାୟ ପାଇଁ ସେତେବେଳେ ରାଜ୍ୟ ସରକାର ସ‌ହଯୋଗ କରିଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟବସାୟ ପାଇଁ ଏହି ରାଜ୍ୟ ସବୁବେଳେ ସମଗ୍ର ବିଶ୍ବକୁ ଆମନ୍ତ୍ରଣ କରିଛି । ଏହି କାରଣରୁ ମୁଖମନ୍ତ୍ରୀ ଆଜି ଏ ଦେଶକୁ ଆସିଛନ୍ତି । ରାଜ୍ୟ ତଥା ଯୁବବର୍ଗଙ୍କ ବିକାଶ ପାଇଁ ସରକାର କାର୍ଯ୍ୟ କରିବାରୁ ଆଗ୍ରହୀ ବୋଲି ଏଥିରେ ସ୍ପଷ୍ଟ ହେଉଛି’ ।

 

କାହିଁକି ଏପରି ନିଷ୍ପତି ନେଲା ସରଭ ଗାଙ୍ଗୁଲି

ଦୁର୍ଗାପୁର ଓ ପାଟନା ପରେ କାହିଁକି ସେ ତୃତୀୟ କାରଖାନା ନିର୍ମାଣ ନେଇ ନିଷ୍ପତ୍ତି ନେଲେ ସେ ନେଇ ମୁହଁ ଖୋଲିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି, “ଏହି ସମୟରେ ବଙ୍ଗଳା ରାଜନୈତିକ ସ୍ଥିର ରହିଛି। କେବଳ ଏତିକି ନୁହେଁ, ବଙ୍ଗଳାର ଶାସନ (west bengal government) ବ୍ୟବସ୍ଥାରେ ସରକାର ଶିଳ୍ପକୁ ସବୁ କ୍ଷେତ୍ରରେ ସହଯୋଗ କରିଥାଆନ୍ତି । ରାଜ୍ୟ ସରକାରଙ୍କ ପାଖରେ ଜମି ବ୍ୟବହାର ନୀତି ଓ ଜମି ମାନଚିତ୍ର ମଧ୍ୟ ରହିଛି। ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ଗାଙ୍ଗୁଲି କହିଛନ୍ତି, ଏହି ସରକାର କେବଳ ପ୍ରତିଶ୍ରୁତି ଦେଇନାହାଁନ୍ତି ବରଂ ତାହା କାର୍ଯ୍ୟକାରୀ ନେଇ ଶୀଘ୍ର ପଦକ୍ଷେପ ମଧ୍ୟ ନେଉଛନ୍ତି। ବିଦେଶୀ ନିବେଶକମାନଙ୍କୁ ବଙ୍ଗଳାରେ ବିନିଯୋଗ କରିବାକୁ ସେ ଅନୁରୋଧ କରିଥିଲେ’ ।

​Also Read-Asia cup: ଶ୍ରୀଲଙ୍କା ସହ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ତିଆକୁ ଝଟ୍‌କା, ବାଦ୍‌ ପଡିଲେ ଏହି ଖେଳାଳି