Vijay Zol: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଗିରଫ! ଅପହରଣ, ବଟି ଆଦାୟ କରିବାର ରହିଛି ଅଭିଯୋଗ
Advertisement

Vijay Zol: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଗିରଫ! ଅପହରଣ, ବଟି ଆଦାୟ କରିବାର ରହିଛି ଅଭିଯୋଗ

Vijay Zol: ଅଭିଯୋଗ ହୋଇଛି ଯେ ବିଜୟ ଜୋଲ (Vijay Zol) ଓ ଭାଇ ବିକ୍ରମ ଅନ୍ୟ ସନ୍ଦିଗ୍ଧଙ୍କ ସହ ପୁଣେ ଯାଇଥିଲେ । ସେମାନେ ସେଠାରେ ନିବେଶ ମ୍ୟାନେଜରଙ୍କ ଘରେ ପ୍ରବେଶ କରିଥିଲେ ଓ ମ୍ୟାନେଜରଙ୍କୁ ଔରଙ୍ଗାବାଦ ସହରର ଏକ ହୋଟେଲରେ ଦଶ ଦିନ ଧରି ଜରଜବରଦସ୍ତି ରଖିଥିଲେ । 

Vijay Zol: ଭାରତୀୟ ଦଳର ପୂର୍ବତନ ଅଧିନାୟକ ଗିରଫ! ଅପହରଣ, ବଟି ଆଦାୟ କରିବାର ରହିଛି ଅଭିଯୋଗ

Vijay Zol: ଭାରତୀୟ ଅଣ୍ଡର-19 କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ (Former India Under 19 Cricket Captain) ବିଜୟ ଜୋଲ (Vijay Zol), ତାଙ୍କ ଭାଇ ସମେତ ୨୦ ଜଣଙ୍କ ବିରୋଧରେ ଅପହରଣ, ବଟି ଆଦାୟ ଓ ଧମକାଇବା ମାମଲା ରୁଜୁ ହୋଇଛି । ଏହାର ସମ୍ପୂର୍ଣ୍ଣ ଅଭିଯୋଗ ମଙ୍ଗଳବାର କ୍ରିପ୍ଟୋ କରେନ୍ସି ମ୍ୟାନେଜର ଦ୍ୱାରା କରାଯାଇଥିଲା । ଟାଇମ୍ସ ଅଫ୍ ଇଣ୍ଡିଆ ସହ ବାର୍ତ୍ତାଳାପ ବେଳେ ଜଲନା ପୋଲିସ ଅଧୀକ୍ଷକ ଆକାଶ ସିନ୍ଦେ କହିଛନ୍ତି ଯେ, "ଆମେ ଉଭୟ ପକ୍ଷର କଥା ରଖି ୨ଟି ଏଫ୍ଆଇଆର୍ ରୁଜୁ କରିଛୁ । ଆମେ FIR ରେ କରାଯାଇଥିବା ସମସ୍ତ ଦାବି ଓ ଅଭିଯୋଗ ଯାଞ୍ଚ କରୁଛୁ । ଏହା ପରେ ଆମେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।"

ଏଠାରେ କହି ରଖୁଛୁ ଯେ, ବିଜୟ ଜୋଲ (Vijay Zol) ଙ୍କ ବାପା ଭାଉ ସାହେବ ଜଣେ ବରିଷ୍ଠ ଅପରାଧୀ ଓକିଲ । ସେ ଦାବି କରିଛନ୍ତି ଯେ, ତାଙ୍କ ପୁଅ ନିଶ୍ଚିତ ଭାବେ କ୍ରିପ୍ଟୋରେ ନିବେଶ କରିଛନ୍ତି । କିନ୍ତୁ ସେମାନଙ୍କ ବିରୋଧରେ ଅପହରଣ ଓ ବଟି ଆଦାୟ କରିବାର ଅଭିଯୋଗ ଆଣିବା ସମ୍ପୂର୍ଣ୍ଣ ଭୁଲ୍ । ସୂଚନାଯୋଗ୍ୟ, ଅଭିଯୋଗ ହୋଇଛି ଯେ ବିଜୟ ଜୋଲ (Vijay Zol) ଓ ଭାଇ ବିକ୍ରମ ଅନ୍ୟ ସନ୍ଦିଗ୍ଧଙ୍କ ସହ ପୁଣେ ଯାଇଥିଲେ । ସେମାନେ ସେଠାରେ ନିବେଶ ମ୍ୟାନେଜରଙ୍କ ଘରେ ପ୍ରବେଶ କରିଥିଲେ ଓ ମ୍ୟାନେଜରଙ୍କୁ ଔରଙ୍ଗାବାଦ ସହରର ଏକ ହୋଟେଲରେ ଦଶ ଦିନ ଧରି ଜରଜବରଦସ୍ତି ରଖିଥିଲେ । ତା’ପରେ ସେମାନେ ତାଙ୍କୁ ଜଲନାରେ ଥିବା ନିଜ ଘରକୁ ନେଇ ସେଠାରେ କଏଦ କରି ରଖିଥିଲେ । ତେବେ ବିଜୟ ଜୋଲ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।

ଏଠାରେ କହି ରଖୁଛୁ ଯେ, ବିଜୟ ଜୋଲ (Vijay Zol) ୨୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଇନିଂସରେ ୩୪.୯୦ ଏଭେରେଜରେ ୭୩୩ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ ଏକ ଦ୍ୱିଶତକ ବି ହାସଲ କରିଛନ୍ତି । ତାଙ୍କ ନାମରେ ୨ଟି ଶତକ ଓ ୨ଟି ଅର୍ଦ୍ଧ ଶତକ ଅଛି ।

ଅଧିକ ପଢ଼ନ୍ତୁ:-ଆମେରିକାରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ମ୍ୟାଚ ମଝିରେ ଆହତ ହେଲେ ଏହି ଘାତକ ଖେଳାଳି; ଛାଡ଼ିବାକୁ ପଡ଼ିଲା ମଇଦାନ

ଅଧିକ ପଢ଼ନ୍ତୁ:-ହିଟମ୍ୟାନଙ୍କ କ୍ଲବରେ ସାମିଲ ହେଲେ ଶୁଭମାନ ଗିଲ, ଲଗାତର ୩ଟି ଛକା ମାରି ହାସଲ କଲେ ଡବଲ ସେଞ୍ଚୁରୀ