IND-PAK Match: ବିରାଟ କୋହଲିଙ୍କ ଉପରେ ରାଗିଲେ ଗମ୍ଭୀର, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha1327558

IND-PAK Match: ବିରାଟ କୋହଲିଙ୍କ ଉପରେ ରାଗିଲେ ଗମ୍ଭୀର, ଜାଣନ୍ତୁ କାହିଁକି?

IND-PAK Match: ଭାରତ ପୂର୍ବତନ ଓପନର୍ ଗୌତମ ଗମ୍ଭୀର (Gautam Gambhir), ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli)ଙ୍କ ଫର୍ମକୁ ନେଇ କଟାକ୍ଷ କରିଛନ୍ତି।

ପ୍ରତୀକାତ୍ମକ

IND-PAK Match: ଭାରତ ପୂର୍ବତନ ଓପନର୍ ଗୌତମ ଗମ୍ଭୀର (Gautam Gambhir), ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli)ଙ୍କ ଫର୍ମକୁ ନେଇ କଟାକ୍ଷ କରିଛନ୍ତି। ପାକିସ୍ତାନ (Pakistan) ବିପକ୍ଷରେ ହୋଇଥିବା ମ୍ୟାଚରେ ବିରାଟ କୋହଲିଙ୍କ ବ୍ୟାଟିଂ ପ୍ରଦର୍ଶନରେ ଗୌତମ ଗମ୍ଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ସେହି ମ୍ୟାଚରେ ବିରାଟ କୋହଲି ୩୪ ବଲରୁ ୩୫ ରନର ମନ୍ଥର ଇନିଂସ ଖେଳିଥିଲେ।

ବିରାଟ କୋହଲିଙ୍କ ମନ୍ଥର ଇନିଂସ ବିଷୟରେ ଗୌତମ ଗମ୍ଭୀର କହିଛନ୍ତି, 'ବିରାଟ କୋହଲି ଯେପରି ଆଉଟ ହେଲେ ସେଥିରେ ସେ ଅତ୍ୟନ୍ତ ନିରାଶ ହେବେ। କାରଣ ଟିକିଏ ପୂର୍ବରୁ ରୋହିତ ଶର୍ମା ଆଉଟ ହୋଇଥିଲେ, ତେଣୁ ସେଭଳି ସଟ୍ ଖେଳିବାର ଆବଶ୍ୟକତା ନଥିଲା। ଭଲ ହେଲା ଯେ, କୌଣସି ଯୁବ ଖେଳାଳି ଏଭଳି ସଟ୍ ଖେଳି ନାହାନ୍ତି। ଯଦି କୌଣସି ଯୁବ ଖେଳାଳୀ ଏପରି ଖେଳିଥାନ୍ତେ, ତେବେ ବହୁତ ସମାଲୋଚନା ହୋଇଥାନ୍ତା ସେହି ସଟ୍ ଖେଳିବା ବିରାଟ କୋହଲିଙ୍କର କୌଣସି ଆବଶ୍ୟକତା ନଥିଲା।

ଆପଣଙ୍କୁ କହିରଖୁଛୁ ଯେ, ଏସିଆ କପ୍‌-୨୦୨୨ ଟୁର୍ଣ୍ଣାମେଣ୍ଟର ଏକ ଦମଦାର ମୁକାବିଲା ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଯେଉଁଥିରେ ପାକିସ୍ତାନଠୁ ଟି-20 ବିଶ୍ବକପର ପ୍ରତିଶୋଧ ନେଇଥିଲା ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାୱାରଫୁଲ ପ୍ରଦର୍ଶନ ଓ ଭୁବନେଶ୍ବର କୁମାରଙ୍କ ଘାତକ ବୋଲିଂ ବଳରେ ଏସିଆ କପ୍ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ଓ ଜାଡେଜାଙ୍କ ୩୫ ରନ ବଳରେ ଦୁଇଟି ବଲ ବାକି ଥାଇ ଭାରତ ୫ ୱିକେଟରେ ମ୍ୟାଚକୁ ନିଜ କବଜାରେ କରି ନେଇଛି । ହାଇଭୋଲଟେଜ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ମ୍ୟାଚର ହିରୋ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଆକର୍ଷଣୀୟ ବୋଲିଂ ସହ ବ୍ୟାଟିଂ କରି ପାକିସ୍ତାନକୁ ହରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ପାଣ୍ଡ୍ୟା ।

ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ କ୍ୟାପ୍ଟେନ ରୋହିତ ଶର୍ମା । ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଭାରତ । ପ୍ରଥମ ବ୍ୟାଟିଂ କରି ୧୯.୫ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଚିତପଟ୍ଟାଙ୍ଗ ହୋଇଥିଲେ ପାକ୍‌ ବ୍ୟାଟିଂ । ଫଳରେ ୨୦ ଓଭର ଖେଳିବାକୁ ବି ଅସମର୍ଥ ହୋଇଥିଲା ବାବର ବାହିନୀ । ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ଜବରଦସ୍ତ ବୋଲିଂରେ ଧରାଶାୟୀ ହୋଇଥିଲା ପାକିସ୍ତାନ। ଭୁବନେଶ୍ବର କୁମାର ୨୬ ରନ୍‌ ବ୍ୟୟରେ ସର୍ବାଧିକ ୪ ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ । ବାବର ଆଜମଙ୍କୁ ଭୁବନେଶ୍ବର ଶିକାର କରିଥିଲେ । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପାକିସ୍ତାନ ବ୍ୟାଟିଂ ପାଇଁ ସଙ୍କଟ ସାଜିଥିଲେ ।ଭୁବନେଶ୍ବର କୁମାର ୩ଟି ୱିକେଟ ହାତେଇଥିଲେ ।