HBD Sachin Tendulkar: ୫୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) । ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜୁତି କରିଥିଲେ। ଏହି କାରଣରୁ ସଚିନଙ୍କୁ ମିଳିଥିଲା “ଗଡ୍ ଅଫ କ୍ରିକେଟ” (GOD of cricket )ର ଆଖ୍ୟା ।
Trending Photos
HBD Sachin Tendulkar: ୫୧ ବର୍ଷରେ ପାଦ ଥାପିଲେ ଭାରତୀୟ କ୍ରିକେଟ୍ ଟିମର ମହାନ କ୍ରିକେଟର ସଚିନ ତେନ୍ଦୁଲକର (Sachin Tendulkar) । ମାତ୍ର ୧୬ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପାଦ ଦେଇଥିବା ସଚିନ୍ ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ରିକେଟରେ ରାଜୁତି କରିଥିଲେ। ଏହି କାରଣରୁ ସଚିନଙ୍କୁ ମିଳିଥିଲା “ଗଡ୍ ଅଫ କ୍ରିକେଟ” (GOD of cricket )ର ଆଖ୍ୟା ।
ସଚିନଙ୍କ ପିତା ରମେଶ ତେନ୍ଦୁଲକର (Ramesh Tendulkar) ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତଜ୍ଞ ସଚିନ ଦେବ ବର୍ମନଙ୍କ ବଡ଼ ପ୍ରଶଂସକ ଥିଲେ। ସେଥିଲାଗି ସେ ତାଙ୍କର ତୃତୀୟ ସନ୍ତାନଙ୍କ ନାମ ସଚିନ ତେନ୍ଦୁଲକର ରଖିବାକୁ ସ୍ଥିର କରିଥିଲା। ୧୯୮୩ ମସିହାରେ ସଚିନଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେ ସମୟରେ ଭାରତ ବିଶ୍ୱକପ (World cup 1983) ଜିତିଥିଲା। ଏଥିରୁ ଅନୁପ୍ରାଣିତ ହୋଇ ସଚିନ କ୍ରିକେଟରେ (cricket) ପାଦ ଦେଇଥିଲେ। ୧୪ ବର୍ଷ ବୟସରେ, ସଚିନ ବୋଲର ହେବାକୁ ଚାହୁଁଥିଲେ, ଏଥିପାଇଁ ସେ ଚେନ୍ନାଇର ଏମଆରଏଫ ପେସ ଫାଉଣ୍ଡେସନକୁ (Chennai MRFpress Foundation) ମଧ୍ୟ ଯାଇଥିଲେ, କିନ୍ତୁ ଡେନିସ ଲିଲି (Dennis Lillee) ତାଙ୍କୁ ରିଜେକ୍ଟ କରିଦେଇ ଥିଲେ। ସଚିନ ସ୍କୁଲ କ୍ରିକେଟ୍ ମାଧ୍ୟମରେ ପ୍ରଥମ ଥର ପାଇଁ ଲାଇମଲାଇଟକୁ ଆସିଥିଲେ । ସେ ସମୟରେ ସେ ଶ୍ରଦ୍ଧାଶମ ବିଦ୍ୟାମନ୍ଦିର ସ୍କୁଲ (shardashram vidya mandir) ପାଇଁ କ୍ରିକେଟ୍ ଖେଳୁଥିଲେ । ଏଥିରେ ବିନୋଦ କାମ୍ବଲିଙ୍କ (vinod kambli) ସହଙ୍କ ସହ ମିଶି ସେ ୬୬୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ସଚିନ୍ ଏକା ୩୨୬ ରନ୍ ସ୍କୋର କରିଥିଲେ। ସଚିନ୍ଙ୍କ କୋଚ୍ ରାମକାନ୍ତ ତାଙ୍କୁ ସବୁବେଳେ ଆଉଟ (Not Out) ନହେବା ଲାଗି ପରାମର୍ଶ ଦେଉଥିଲା । ପୁରା ସିଜନରେ ଆଉଟ୍ ନ ହେବା ଲାଗି ସେ ସଚିନଙ୍କୁ ମୁଦ୍ରା ଉପହାର ଦେଉଥିଲେ ।
୧୯୮୭ ମସିହାରେ ଭାରତରେ କ୍ରିକେଟ୍ ବିଶ୍ବକପ ଅନୁଷ୍ଠିତ ହୋଇଥିଲା । ୱାନକେଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଜିମ୍ବାୱେ । ଏଥିରେ ସଚିନ ବଲ ବୟ (Ball Boy) ଭାବେ କାମ କରୁଥିଲେ । ସଚିନଙ୍କ (Sachin Tendulkar) ନାମରେ ରଣଜୀ ଟ୍ରଫି (Ranji trophy), ଦୀଲିପ ଟ୍ରଫି (Dilip trophy) ଓ ଇରାନି ଟ୍ରଫିର (Irani trophy) ଡେବ୍ୟୁ ମ୍ୟାଚରେ ଶତକ (century) ହାସଲ କରିବାର ରେକର୍ଡ ରହିଛି । ଆପଣ ଜାଣି ଆର୍ଶଯ୍ୟ ହେବେ ଶୋଇବା ବେଳେ ସେ କ୍ରିକେଟ୍ କିଟ୍ କୁ ସାଙ୍ଗରେ ନେଇ ଶୋଉଥିଲେ । କ୍ରିକେଟ୍ ମଇଦାରେ ସଚିନ କେତେ ଯେ ରେକର୍ଡ କରିଛନ୍ତି ତାହାର ହିସାବ କାହା ପାଖରେ ମଧ୍ଯ ନାହିଁ । ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ କ୍ରିକେଟ୍ କ୍ୟାରିୟର ମଧ୍ଯରେ ଅନେକ ବିଶ୍ୱ ରେକର୍ଡ (world record) କରିଛନ୍ତି, ଯାହା ଆଜି ବି ଅବିସ୍ମରଣୀୟ ହୋଇ ରହିଛି । ତେଣୁ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ସଚିନଙ୍କ ୧୦ଟି ରେକର୍ଡ ବିଷୟରେ।