IND vs AUS: ଦିନିକିଆ ସିରିଜ ମଝିରେ ବଦଳିଗଲେ ଟିମ୍ ଇଣ୍ଡିଆର ଅଧିନାୟକ, ବର୍ତ୍ତମାନ ଏହି ଖେଳାଳି ସମ୍ଭାଳିବେ କମାଣ
Advertisement

IND vs AUS: ଦିନିକିଆ ସିରିଜ ମଝିରେ ବଦଳିଗଲେ ଟିମ୍ ଇଣ୍ଡିଆର ଅଧିନାୟକ, ବର୍ତ୍ତମାନ ଏହି ଖେଳାଳି ସମ୍ଭାଳିବେ କମାଣ

India vs Australia 2nd ODI: ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଭାରତ ଓ କଙ୍ଗାରୁ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ଭାରତୀୟ ଦଳ ଏକ ବଡ଼ ପରିବର୍ତ୍ତନ ସହିତ ମଇଦାନକୁ ଓହ୍ଲାଇବ । ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଖେଳି ନଥିଲେ । ରୋହିତ ଶର୍ମାଙ୍କ ସ୍ଥାନରେ ପ୍ରଥମ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା । 

IND vs AUS: ଦିନିକିଆ ସିରିଜ ମଝିରେ ବଦଳିଗଲେ ଟିମ୍ ଇଣ୍ଡିଆର ଅଧିନାୟକ, ବର୍ତ୍ତମାନ ଏହି ଖେଳାଳି ସମ୍ଭାଳିବେ କମାଣ

India vs Australia 2nd ODI: ଭାରତୀୟ କ୍ରିକେଟ ଦଳ ଓ ଅଷ୍ଟ୍ରେଲିଆ ଦଳ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs Australia ODI Series) ଖେଳାଯାଉଛି । ଭାରତ ଓ କଙ୍ଗାରୁ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI) ଆଜି (ରବିବାର) ଅର୍ଥାତ ମାର୍ଚ୍ଚ ୧୯ରେ ବିଶାଖାପାଟନମର Y.S ରାଜଶେଖର ରେଡ୍ଡି ଷ୍ଟାଡିୟମ (Y.S.Rajashekar Reddy Cricket Stadium) ରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ, ଏହି ମ୍ୟାଚ ଦିନ ୧.୩୦ ମିନିଟରୁ ଆରମ୍ଭ ହେବ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ଏକ ବଡ଼ ପରିବର୍ତ୍ତନ ସହିତ ଓହ୍ଲାଇବ । ଏହି ସିରିଜର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ (Indian Cricket Team) ର ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଖେଳି ନଥିଲେ । ରୋହିତ ଶର୍ମାଙ୍କ ସ୍ଥାନରେ ପ୍ରଥମ ଦିନିକିଆରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ କରାଯାଇଥିଲା । 

ରୋହିତ ଶର୍ମା (Rohit Sharma) ପ୍ରଥମ ଦିନିକିଆ ମ୍ୟାଚରୁ ବିରତି ନେଇଥିଲେ । ରୋହିତ ଶର୍ମା ଦ୍ୱିତୀୟ ମ୍ୟାଚ (India vs Australia 2nd ODI) ରେ ଦଳକୁ ଫେରିବେ । ଏଭଳି ପରିସ୍ଥିତିରେ ଏହି ମ୍ୟାଚରେ ରୋହିତ ଶର୍ମା ଅଧିନାୟକତ୍ୱ ଦାୟିତ୍ୱ ତୁଲାଉଥିବାର ନଜର ଆସିବେ । ଏଥି ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଉପ-ଅଧିନାୟକ ଭୂମିକାରେ ଦେଖିବାକୁ ମିଳିବ । କ୍ୟାପଟେନ ରୋହିତ ଶର୍ମା ନିଜ ଶଳାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିବାରୁ ପ୍ରଥମ ODI ରୁ ନିଜକୁ ଦୂରେଇ ରଖିଥିଲେ । 

ରୋହିତ ଶର୍ମାଙ୍କ ଶଳା କୁନାଲ ସାଜଦେହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିତିକା ସାଜଦେହଙ୍କ ଭାଇ ମେକଅପ୍ ଆର୍ଟିଷ୍ଟ ଅନିଶା ଶାହଙ୍କୁ ବିବାହ କରିଛନ୍ତି । ଅନିଶା ଜଣେ ବ୍ରାଇଡଲ୍ ମେକଅପ୍ ସ୍ପେଶାଲିଷ୍ଟ । ନିକଟ ଅତୀତରେ ରୋହିତ ଶର୍ମାଙ୍କର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ମଧ୍ୟ ନାଚୁଥିବାର ନଜର ଆସିଥିଲେ ।

ଅଧିକ ପଢ଼ନ୍ତୁ-ଠିକ୍ ୩ ଦିନ ପରେ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଲୋକଙ୍କ ଭାଗ୍ୟ, ବର୍ଷ ସାରା ହେବ ଧନ ବର୍ଷା!

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆ ପୂର୍ବରୁ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର, ହଠାତ୍ ସାମ୍ନାକୁ ଆସିଲା ଏହି ହୃଦୟ ଭାଙ୍ଗିଲା ଭଳି ଅପଡେଟ୍

ଅଧିକ ପଢ଼ନ୍ତୁ-ଦ୍ୱିତୀୟ ଦିନିକିଆରୁ ବାହାର ହେଲେ ଏହି ସୁପରଷ୍ଟାର! ଅଧିନାୟକ ରୋହିତ ଶର୍ମା ହିଁ କାଟିବେ ପତା

ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ଷାର ପଟେଲ, ଜୟଦେବ ଉନାଦକଟ ।

ODI ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳ

ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ସଚନ୍ ଆବଟ୍ଟ, ଆଷ୍ଟନ୍ ଅଗର, ଆଲେକ୍ସ କେରି, ନାଥାନ୍ ଏଲିସ୍, କ୍ୟାମେରନ୍ ଗ୍ରୀନ୍, ଟ୍ରାଭିସ୍ ହେଡ୍, ଜୋସ୍ ହିଂଲିଶ୍, ମାର୍ନସ୍ ଲାବୁସାଗ୍ନେ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡେଭିଡ ୱାର୍ନର, ଆଡାମ ଜାମ୍ପା ।