IND vs AUS Playing 11: ଦ୍ୱିତୀୟ ଦିନିକିଆରୁ ବାହାର ହେଲେ ଏହି ସୁପରଷ୍ଟାର! ଅଧିନାୟକ ରୋହିତ ଶର୍ମା ହିଁ କାଟିବେ ପତା
Advertisement
Article Detail0/zeeodisha/odisha1616464

IND vs AUS Playing 11: ଦ୍ୱିତୀୟ ଦିନିକିଆରୁ ବାହାର ହେଲେ ଏହି ସୁପରଷ୍ଟାର! ଅଧିନାୟକ ରୋହିତ ଶର୍ମା ହିଁ କାଟିବେ ପତା

India vs Australia 2nd ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଖେଳାଯିବାର ଅଛି । ମ୍ୟାଚ୍ ଆଜି ଦିନ ୧.୩୦ରୁ ଆରମ୍ଭ ହେବ । ଏହି ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ପାଇଁ ଓପନର୍ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦିନିକିଆରେ ଖେଳି ନଥିଲେ । 

IND vs AUS Playing 11: ଦ୍ୱିତୀୟ ଦିନିକିଆରୁ ବାହାର ହେଲେ ଏହି ସୁପରଷ୍ଟାର! ଅଧିନାୟକ ରୋହିତ ଶର୍ମା ହିଁ କାଟିବେ ପତା

India vs Australia 2nd ODI Playing 11: ଭାରତୀୟ ଦଳ ଆଜି (ରବିବାର) ଅର୍ଥାତ ମାର୍ଚ୍ଚ ୧୯ରେ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ (India vs Australia ODI Series) ର ଦ୍ୱିତୀୟ ମ୍ୟାଚ୍ (IND vs AUS 2nd ODI) ଖେଳିବ । ଏହି ସିରିଜରେ ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ୧-୦ରେ ଆଗୁଆ ରହିଛି । ଧୁରନ୍ଧର ଓପନର୍ ରୋହିତ ଶର୍ମା (Rohit Sharma) ସିରିଜର ଦ୍ୱିତୀୟ ଦିନିକିଆରୁ ଦଳକୁ ଫେରି ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିବେ । ପ୍ରଥମ ଦିନିକିଆରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳର କମାଣ ସମ୍ଭାଳି ଥିଲେ । ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଜଣେ ଖେଳାଳି ଦଳରୁ ବାହାର ହେବା ନିଶ୍ଚିତ ।

ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ (India vs Australia 1st ODI) ରେ ଭାରତୀୟ ଦଳ (Indian Cricket Team) ଅଷ୍ଟ୍ରେଲିଆ (Australia Team) କୁ ୫ ୱିକେଟରେ ପରାସ୍ତ କରିଛି । ୩୫.୪ ଓଭରରେ ୧୮୮ ରନ୍ ସ୍କୋର କରିବା ପରେ ଅଷ୍ଟ୍ରେଲିଆ ଦଳ ଅଲଆଉଟ୍ ହୋଇଯାଇଥିଲା । ଏହା ପରେ ଟିମ୍ ଇଣ୍ଡିଆ (Team India) ୩୯.୫ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଅଷ୍ଟ୍ରେଲିଆ ତରଫରୁ ଓପନର୍ ମିଚେଲ ମାର୍ଶ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ । ସେ ୬୫ ବଲରେ ୧୦ ଚୌକା ଓ ୫ଟି ଛକା ମାରିଥିଲେ । ଭାରତୀୟ ପେସର ମହମ୍ମଦ ଶାମି ଓ ମହମ୍ମଦ ସିରାଜ ୩-୩ ୱିକେଟ୍ ନେଇଥିଲେ । 

ସେହିପରି କେଏଲ ରାହୁଲ ୯୧ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୭୫ ରନର ଏକ ଦମଦାର୍ ଇନିଂସ ଖେଳିଥିଲେ । କେଏଲ ରାହୁଲ ଅପରାଜିତ ଫେରି ଥିଲେ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେ  ୨ ୱିକେଟ୍ ନେଇଥିଲେ ଓ ୪୫ ରନ୍ କରିଥିଲେ । ବର୍ତ୍ତମାନ ଏହି ଦିନିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ଦିନିକିଆ ପାଇଁ ଓପନର୍ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ବ୍ୟକ୍ତିଗତ କାରଣରୁ ସେ ପ୍ରଥମ ଦିନିକିଆରେ ଖେଳି ନଥିଲେ । ସେ ତାଙ୍କ ସମ୍ପର୍କୀୟ (ରିତିକାଙ୍କ ଭାଇ) ଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲେ । 

ବର୍ତ୍ତମାନ ରୋହିତ ଶର୍ମାଙ୍କ ପ୍ରତ୍ୟାବର୍ତ୍ତନ ସହିତ ଦଳର ଚୂଡାନ୍ତ ଏକାଦଶ (Team India Playing 11) ରେ ପରିବର୍ତ୍ତନ ହେବା ନିଶ୍ଚିତ । ଆଜ୍ଞା ହଁ ଓପନିଂ ସ୍ଲଟରେ ପରିବର୍ତ୍ତନ ଆସିବ । ମୁମ୍ବାଇ ODIରେ ଇଶାନ କିଶନ (Ishan Kishan) ଓ ଶୁଭମାନ ଗିଲ (Shubman Gill) ଙ୍କୁ ଓପେନିଂ କରିବାର ସୁଯୋଗ ମିଳିଥିଲା । ଏହି ମ୍ୟାଚରେ ଇଶାନ କିଶନ ୩ ରନ କରିଥିବାବେଳେ ଶୁଭମାନ ଗିଲ ୨୦ ରନ ସ୍କୋର କରିଥିଲେ । ରୋହିତ ଶର୍ମା (Rohit Sharma) ଙ୍କ ପ୍ରତ୍ୟାବର୍ତ୍ତନ ପରେ ଅତି କମରେ ଜଣେ ଖେଳାଳି ପ୍ଲେଇଙ୍ଗ -୧୧ (Playing 11) ରୁ ଡ୍ରପ୍ ହେବେ ।

ଓପନିଂ ଭାବରେ ଦଳରେ ଶୁଭମାନ ଗିଲ ଓ ଇଶାନ କିଶନ ଅଛନ୍ତି । କେଏଲ ରାହୁଲ ୱିକେଟ୍ କିପର ଭାବରେ ଖେଳି ନମ୍ବର ୫ରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଏଭଳି ପରିସ୍ଥିତିରେ ରୋହିତ ଶର୍ମାଙ୍କ ଆଗମନ ପରେ ଶୁଭମାନ କିମ୍ବା ଇଶାନଙ୍କ ମଧ୍ୟରୁ ଜଣେ ଖେଳାଳି ବାହାରକୁ ଯିବେ । ଇଶାନ କିଶାନଙ୍କୁ ବାହାର କରାଯିବାର ସମସ୍ତ ସମ୍ଭାବନା ଅଛି । ତେବେ, ରୋହିତ ଶର୍ମା ଇଶାନଙ୍କୁ ଏକ ପରୀକ୍ଷଣ ଭାବରେ ଓପନର୍ ଭାବରେ ଓହ୍ଲାଇ ପାରିବେ । ସେ ଆକ୍ରମଣାତ୍ମକ ଢଙ୍ଗରେ ଖେଳନ୍ତି । ସେପଟେ କେଏଲ ରାହୁଲ  ନମ୍ବର ୫ରେ ଖେଳୁଥିବାର ନଜରକୁ ଆସିବେ ।

ଅଧିକ ପଢ଼ନ୍ତୁ-ICC ହଠାତ୍ ନେଲେ ଏହି ବଡ଼ ନିଷ୍ପତ୍ତି, ଏହି ଦେଶଠାରୁ ଛଡ଼ାଇ ନେଲେ ଟି-20 ବିଶ୍ୱକପ ଆୟୋଜନ କରିବାର ଅଧିକାର!

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ମିଳିଗଲା ଋଷଭ ପନ୍ତଙ୍କ ରିପ୍ଲେସମେଣ୍ଟ! ନମ୍ୱର-୫ରେ ଖେଳିବେ ଏହି ଧୁରନ୍ଧର

ଅଧିକ ପଢ଼ନ୍ତୁ-ହୃଦଘାତ ପୂର୍ବରୁ ଶରୀରରେ ଆସେ ଏସବୁ ପରିବର୍ତ୍ତନ, କଦାପି କରନ୍ତୁନି ଅଣଦେଖା

ଭାରତୀୟ ଦଳର ପ୍ଲେଇଙ୍ଗ -୧୧

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଉମ୍ରାନ ମଲିକ, ମହମ୍ମଦ ଶାମି, କୁଲଦୀପ ଯାଦବ, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଦଳର ପ୍ଲେଇଙ୍ଗ -୧୧

ଟ୍ରାଭିସ୍ ହେଡ୍, ମିଚେଲ ମାର୍ଶ, ଷ୍ଟିଭେନ୍ ସ୍ମିଥ୍ (ଅଧିନାୟକ), ମାର୍ନସ୍ ଲାବୁସାଗ୍ନେ, ଜୋସ୍ ଇଂଲିସ୍ (ୱିକେଟ କିପର), ଗ୍ଲେନ୍ ମ୍ୟାକ୍ସୱେଲ, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ଷ୍ଟୋଇନିସ୍, ସଚନ୍ ଆବଟ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ।