IND vs BAN 2022: ଭାରତୀୟ ଦଳ ୭ ବର୍ଷ ପରେ ଏହି ଦେଶରେ କରିବ ଗସ୍ତ, ଖେଳିବ ODI ଓ ଟେଷ୍ଟ୍ ସିରିଜ୍
Advertisement
Article Detail0/zeeodisha/odisha1404771

IND vs BAN 2022: ଭାରତୀୟ ଦଳ ୭ ବର୍ଷ ପରେ ଏହି ଦେଶରେ କରିବ ଗସ୍ତ, ଖେଳିବ ODI ଓ ଟେଷ୍ଟ୍ ସିରିଜ୍

IND vs BAN 2022: ଡିସେମ୍ୱରରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ଓ ଟେଷ୍ଟ ସିରିଜ୍ ଖେଳିବ । ଭାରତ ଓ ବାଂଲାଦେଶ ଉଭୟ ପଡୋଶୀ ଦେଶ ଓ କ୍ରିକେଟ୍ ଉଭୟ ଦେଶରେ ବହୁତ ଲୋକପ୍ରିୟ ଖେଳ । ODI ଓ ଟେଷ୍ଟ ସିରିଜ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ସ୍ତବରେ, ଟିମ୍ ଇଣ୍ଡିଆ ପ୍ରାୟ ୭ ବର୍ଷ ପରେ ବାଂଲାଦେଶ ଗସ୍ତକୁ ଯିବ ।

IND vs BAN 2022: ଭାରତୀୟ ଦଳ ୭ ବର୍ଷ ପରେ ଏହି ଦେଶରେ କରିବ ଗସ୍ତ, ଖେଳିବ ODI ଓ ଟେଷ୍ଟ୍ ସିରିଜ୍

India Tour of Bangladesh: ବର୍ତ୍ତମାନ ସମୟରେ ଟି-୨୦ ବିଶ୍ୱକପ ୨୦୨୨ (T20 World Cup) ଉପରେ ପୂରା ଦୁନିଆର ନଜର ରହିଛି । ଟି-20 ବିଶ୍ୱକପ ପରେ ଭାରତ (Team India) ଅକ୍ଟୋବର ୨୩ରୁ ପାକିସ୍ତାନ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ । ସେପଟେ ବିଶ୍ୱକପ ଶେଷ ହେବା ପରେ ଚଳିତ ବର୍ଷର ଶେଷ ଆଡ଼କୁ ଟିମ୍ ଇଣ୍ଡିଆ ବାଂଲାଦେଶ (Bangladesh) ଗସ୍ତ କରିବ । ଡିସେମ୍ୱରରେ ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ଓ ଟେଷ୍ଟ ସିରିଜ୍ ଖେଳିବ । ଭାରତ ଓ ବାଂଲାଦେଶ ଉଭୟ ପଡୋଶୀ ଦେଶ ଓ କ୍ରିକେଟ୍ ଉଭୟ ଦେଶରେ ବହୁତ ଲୋକପ୍ରିୟ ଖେଳ । ODI ଓ ଟେଷ୍ଟ ସିରିଜ୍ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ସ୍ତବରେ, ଟିମ୍ ଇଣ୍ଡିଆ ପ୍ରାୟ ୭ ବର୍ଷ ପରେ ବାଂଲାଦେଶ ଗସ୍ତକୁ ଯିବ ।

ଏହାପୂର୍ବରୁ ଭାରତୀୟ ଦଳ ୨୦୧୫ ମସିହାରେ ବାଂଲାଦେଶ ଗସ୍ତରେ ଯାଇଥିଲେ । ବାଂଲାଦେଶର ଏହି ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ଏକ ଦିବସୀୟ ମ୍ୟାଚ୍ ବ୍ୟତୀତ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ । ଗୁରୁବାର ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ଆନୁଷ୍ଠାନିକ ଭାବେ ଭାରତର ଏହି ଗସ୍ତକୁ ଘୋଷଣା କରିଛି । ବାଂଲାଦେଶ କ୍ରିକେଟ୍ ବୋର୍ଡ ((BCB) ) ଗୁରୁବାର ଭାରତର ବାଂଲାଦେଶ ଗସ୍ତ କାର୍ଯ୍ୟସୂଚୀର ଘୋଷଣ କରିଛି, ଯାହା ଢାକା ସ୍ଥିତ ଶେର୍-ଇ-ବାଂଲା ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଡିସେମ୍ବର ୪, ୭ ଏବଂ ୧୦ରେ ୩ଟି ଦିନିକିଆ ମ୍ୟାଚ୍ ହେବ ।

ODI ମ୍ୟାଚ୍ ଶେଷ ହେବା ପରେ ଭାରତ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିବ । ପ୍ରଥମ ମ୍ୟାଚ୍ ଡିସେମ୍ବର ୧୪ରୁ ଆରମ୍ଭ ହୋଇ ୧୮ ପର୍ଯ୍ୟନ୍ତ ଚଟଗାଁଓର ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ । ଏହା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଢାକା ସ୍ଥିତ ଶେର-ଇ-ବାଂଲା ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ଗସ୍ତ ଶେଷ ହେବା ପରେ ଭାରତ ଡିସେମ୍ବର ୨୭ରେ ବାଂଲାଦେଶରୁ ସ୍ୱଦେଶକୁ ଫେରିବ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଦମଦାର୍ ଅଲରାଉଣ୍ଡର ହଠାତ୍ ହେଲେ ଆହତ, ଗୋଡ଼ରେ ଆଘାତ ଲାଗିବାରୁ ଟୁର୍ଣ୍ଣାମେଣ୍ଟରୁ ହେଲେ ବାହାର

ଅଧିକ ପଢ଼ନ୍ତୁ:-ଅକ୍ଟୋବର ୨୨-୨୩ରେ କରିନିଅନ୍ତୁ ଏହି ଗୋଟିଏ କାମ, ଧନ କୁବେର ଓ ଶନି ଦେବଙ୍କ କୃପା କରିଦେବ ମାଲାମାଲ!

ଅଧିକ ପଢ଼ନ୍ତୁ:-ମୃତ୍ୟୁ ପରେ କିଭଳି ଥାଏ ସେହି ଦୁନିଆ? ଜାଣନ୍ତୁ ସେହି ରହସ୍ୟମୟ ଦୁନିଆ ବିଷୟରେ...

ଉଭୟ ଟେଷ୍ଟ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଚକ୍ରର ଏକ ଅଂଶ, ଯେଉଁଥିରେ ଭାରତ ବର୍ତ୍ତମାନ ୫୨.୦୮ ପ୍ରତିଶତ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛି । ଏଥି ସହିତ ବାଂଲାଦେଶ ୧୩.୩୩ ପ୍ରତିଶତ ପଏଣ୍ଟ ସହ ଚାମ୍ପିୟନଶିପ ଟେବୁଲର ଶେଷ ସ୍ଥାନରେ ରହିଛି । ୨୦୧୫ ପରଠାରୁ ଏହା ପ୍ରଥମ ଥର ହେବ ଯେ ଭାରତ ବାଂଲାଦେଶ ଗସ୍ତ କରିବ । ୨୦୧୫ରେ ସେହି ଗସ୍ତରେ ଏକମାତ୍ର ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଥିବାବେଳେ ବାଂଲାଦେଶ ODI ସିରିଜ୍ ୨–୧ରେ ଜିତିଥିଲା ।