IND vs BAN 2nd Test: କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...
Advertisement

IND vs BAN 2nd Test: କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...

KL Rahul On India vs Bangladesh 2nd Test: ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶ୍ରେୟସ୍ ଆୟର ନିଜର ଦମଦାର୍ ଖେଳ ପ୍ରଦର୍ଶନ କରି ଏହି ଶେଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟ ପ୍ରଦାନ କରିଛନ୍ତି । ମ୍ୟାଚ୍ ଜିତିବା ପରେ ଭାରତୀୟ ଅଧିନାୟକ କେ.ଏଲ୍ ରାହୁଲ  ଏକ ବଡ଼ ବୟାନ ଦେଇଛନ୍ତି । କେଏଲ ରାହୁଲ ଅନେକ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

IND vs BAN 2nd Test: କ୍ଲିନ୍ ସୁଇପ୍ ପରେ ଅଧିନାୟକ ରାହୁଲ ଖୁସିରେ ଗଦଗଦ୍, କହିଲେ-ବିଜୟ ପଛରେ ଏହି ୨ ଖେଳାଳି...

KL Rahul On India vs Bangladesh 2nd Test: ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟ ମ୍ୟାଚ (IND vs BAN 2nd Test) କୁ ୩ ୱିକେଟରେ ଜିତିଛି । ଏହା ପରେ ଏହି ସିରିଜ (India vs Bangladesh Test Series) କୁ ଭାରତୀୟ ଦଳ ୨-୦ କ୍ଲିନ୍ ସୁଇପ୍ କରିନେଇଛି । ରବିଚନ୍ଦ୍ରନ୍ ଅଶ୍ୱିନ୍ (R Ashwin) ଓ ଶ୍ରେୟସ୍ ଆୟର (Shreyas Iyer) ନିଜର ଦମଦାର୍ ଖେଳ ପ୍ରଦର୍ଶନ କରି ଏହି ଶେଷ ଟେଷ୍ଟ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) କୁ ବିଜୟ ପ୍ରଦାନ କରିଛନ୍ତି । ମ୍ୟାଚ୍ ଜିତିବା ପରେ ଭାରତୀୟ ଅଧିନାୟକ (Indian Captian) କେ.ଏଲ୍ ରାହୁଲ (KL Rahul) ଏକ ବଡ଼ ବୟାନ ଦେଇଛନ୍ତି । କେଏଲ ରାହୁଲ ଅନେକ ଖେଳାଳିଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ସବୁକିଛି...

ମ୍ୟାଚ୍ ଜିତିବା ପରେ ଭାରତୀୟ ଅଧିନାୟକ କେ.ଏଲ୍ ରାହୁଲ (KL Rahul) କହିଛନ୍ତି ଯେ, "କଠିନ ପରିସ୍ଥିତିରେ ଆମେ ଖେଳାଳିଙ୍କ ଉପରେ ବିଶ୍ୱାସ କରୁ । ଆମେ ବହୁତ କ୍ରିକେଟ୍ ଖେଳିଛୁ । ଆମେ ଜାଣିଥିଲୁ ଯେ ମ୍ୟାଚ୍ ଜିତିବା ପାଇଁ କେହି ନା କେହି ଜଣେ ନିଶ୍ଚିତ ଭାବରେ ହାତ ଆଗକୁ ବଢ଼ାଇବେ । ମୁଁ ମିଛ କହିବି ନାହିଁ, କିନ୍ତୁ ଡ୍ରେସିଂ ରୁମରେ ବହୁତ ଟେନସନ ଥିଲା । ବ୍ୟାଟିଂ କରିବା ଏକ କଷ୍ଟସାଧ୍ୟ ପିଚ୍ ଥିଲା । ସେମାନେ ଆମକୁ ଉଭୟ ଇନିଂସରେ ଚାପରେ ରଖିଥିଲେ । ନୂଆ ବଲ ସହିତ ସ୍କୋର କରିବା କଷ୍ଟସାଧ୍ୟ ଥିଲା, କିନ୍ତୁ ଯେତେବେଳେ ବଲ ପୁରୁଣା ହୋଇଗଲା, ଚେସ୍ କରିବା ଭଲ ହୋଇଗଲା । ଟାର୍ଗେଟକୁ ପିଛା କରି ଆମେ କିଛି ୱିକେଟ୍ ହରାଇଥିଲୁ, କିନ୍ତୁ ଆମେ ଜିତିଲୁ ।"

ଭାରତୀୟ ଅଧିନାୟକ ଆଗକୁ କହିଛନ୍ତି ଯେ, "ନିକଟ ଅତୀତରେ ଭାରତୀୟ ବୋଲିଂ ଆକ୍ରମଣ ଭଲ ପ୍ରଦର୍ଶନ କରିଛି । ଏହି ଟେଷ୍ଟ ମ୍ୟାଚରେ ମହମ୍ମଦ ସିରାଜ, ଉମେଶ ଯାଦବ ଏବଂ ଜୟଦେବ ଉନାଦକଟ୍ ଭଲ ସ୍ୱଭାବ ପ୍ରଦର୍ଶନ କରିଛନ୍ତି । ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ଶ୍ରେୟସ୍ ଆୟର ଚମତ୍କାର ଇନିଂସ ଖେଳିଛନ୍ତି । ଉଭୟ ଚମତ୍କାର ଭାବରେ ଭାରତକୁ ବିଜୟ ଆଡକୁ ନେଇଥିଲେ । ଆମେ ଜାଣିଥିଲୁ ଏହି ପିଚରେ ରନ୍ ସ୍କୋର କରିବାରେ ଅସୁବିଧା ହେବ, କିନ୍ତୁ ସେମାନେ କରି ଦେଖାଇଛନ୍ତି ।"

ଅଧିକ ପଢ଼ନ୍ତୁ:-ବିରାଟ କୋହଲିଙ୍କୁ ଖରାପ ଭାଷାରେ ଗାଳି ଦେଲେ ବାଂଲାଦେଶର ସବୁଠାରୁ ସିନିୟର ଖେଳାଳି, ମିଳିଲା ଉପଯୁକ୍ତ ଜବାବ

ଅଧିକ ପଢ଼ନ୍ତୁ:-ଶୀଘ୍ର କରନ୍ତୁ, ସୁନା ୧୮୦୦ ଟଙ୍କା ତ ରୁପା ୧୨୦୦୦ ଟଙ୍କା ମିଳୁଛି ଶସ୍ତା!

ଅଧିକ ପଢ଼ନ୍ତୁ:-ବାଂଲାଦେଶ ହାତରୁ ବିଜୟ ଛଡ଼ାଇ ଆଣିଲେ ଅଶ୍ୱିନ ଓ ଆୟର, ୩ ୱିକେଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ

ଏଠାରେ କହି ରଖୁଛୁ ଯେ, ଢାକାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ (IND vs BAN 2nd Test) ରେ ଭାରତ ବାଂଲାଦେଶକୁ ୩ ୱିକେଟରେ ପରାସ୍ତ କରିଛି । ୧୪୫ ରନର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆ (Team India) ୭୪ ରନରେ ୭ ୱିକେଟ୍ ହରାଇଥିଲା । ଫଳରେ ଦଳ ଖରାପ ସ୍ଥିତିରେ ରହିଥିଲା । ଏହା ପରେ ଶ୍ରେୟାସ ଆୟର (Shreyas Iyer) (୨୯ *) ଓ ରବିଚନ୍ଦ୍ରନ ଅଶ୍ୱିନ (Ravichandran Ashwin) (୪୨ *) ୭୧ ରନର ଅପରାଜିତ ପାର୍ଟନରଶିପ୍ ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଥିଲା । ୧୩ଟି ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଏହା ହେଉଛି ଭାରତର ୧୧ ତମ ବିଜୟ । ବାଂଲାଦେଶ ପ୍ରଥମ ବିଜୟର ସୁଯୋଗ ହାତଛଡ଼ା କରିଛି ।