Advertisement
Article Detail0/zeeodisha/odisha2078187
Zee OdishaOdisha SportsIND vs ENG: ଜୈସୱାଲଙ୍କ ଧୁଆଁଧାର ବ୍ୟାଟିଂ, ପ୍ରଥମ ଦିନରେ ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ

IND vs ENG: ଜୈସୱାଲଙ୍କ ଧୁଆଁଧାର ବ୍ୟାଟିଂ, ପ୍ରଥମ ଦିନରେ ଡ୍ରାଇଭିଂ ସିଟରେ ଟିମ୍ ଇଣ୍ଡିଆ

IND Vs ENG 1st Test Highlights: ପ୍ରଥମ ଇନିଂସରେ ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ ନିଜର ଅର୍ଦ୍ଧଶତକ ପୂରଣ କରି ଭାରତକୁ ଏକ ଶକ୍ତିଶାଳୀ ଆରମ୍ଭ ଦେଇଛନ୍ତି।

 

 

IND Vs ENG 1st Test Highlights
IND Vs ENG 1st Test Highlights

IND vs ENG 1st Test Day 1: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ କ୍ରିକେଟ୍ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ (Ben Stokes) ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଦିନରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନେ ବେସବଲ୍ ଶୈଳୀରେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭ୍ରମଣକାରୀ ଦଳ ଭାରତୀୟ ବୋଲରଙ୍କ ସାମ୍ନାରେ ୨୪୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲେ। ଭାରତୀୟ ଦଳର ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୈସୱାଲ (Yashasvi Jaiswal) ଇଂଲଣ୍ଡ ବିପକ୍ଷରେ ପ୍ରକୃତରେ ବେସବଲ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଦିନର ଖେଳ ଶେଷରେ ଭାରତୀୟ ଦଳ ୧୧୯/୧ ସ୍କୋର କରିଥିଲା ଓ ଇଂଲଣ୍ଡ କରଥିବା ସ୍କୋର ୧୨୭ ରନ୍ ପଛରେ ରହିଛି।

ପ୍ରଥମ ଅଧିବେଶନ
ଇଂଲଣ୍ଡ ଓପନର୍ ବେନ୍ ଡକେଟ୍ ଓ ଜ୍ୟାକ୍ କ୍ରୋଲି ୫୫ ରନର ଭାଗିଦାରୀ କରିଥିଲେ। ବେନ୍ ଡକେଟ୍ ୩୯ଟି ବଲରେ ୩୫ ରନର ଏକ କ୍ଷୁଦ୍ର କିନ୍ତୁ ଶକ୍ତିଶାଳୀ ଇନିଂସ ଖେଳିଥିଲେ ଯେଉଁଥିରେ ୭ ଚୌକା ସାମଲ ଥିଲା। ରବିଚନ୍ଦ୍ରନ୍ ଅଶ୍ୱିନ୍ ବେନ୍ ଡକେଟଙ୍କ ୱିକେଟ୍ ନେଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଲି ପପ୍ ମାତ୍ର ୧ ରନ୍ ସ୍କୋର କରିବା ପରେ ରବିନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ। ତୃତୀୟ ୱିକେଟ୍ ଭାବରେ ଜ୍ୟାକ୍ କ୍ରୋଲି ୨୦ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ। ୫୫/୦ ରୁ ୬୦/୩ ପର୍ଯ୍ୟନ୍ତ ୱିକେଟ୍ ହରାଇବା ପରେ ଇଂଲଣ୍ଡର ଇନିଂସ୍ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ଓ ଜନି ବେୟାରଷ୍ଟୋଙ୍କ ଯୋଡି ପାରି ଆଗକୁ ନେଇଥିଲେ ଓ ମଧ୍ୟାହ୍ନ ଭୋଜନ ସୁଦ୍ଧା ଇଂଲଣ୍ଡର ସ୍କୋର ୧୦୮/୩ ରହିଥିଲା।

ଦ୍ୱିତୀୟ ଅଧିବେଶନ
ମଧ୍ୟାହ୍ନ ଭୋଜନ ପରେ ଜୋ ରୁଟ୍ ଓ ଜନି ବେୟାରଷ୍ଟୋ ୬୧ ରନ୍ ଭାଗିଦାରୀ କରିଥିଲେ। ଜନି ବେୟାରଷ୍ଟୋ ୫ଟି ଚୌକା ସାହାଯ୍ୟରେ ୫୮ଟି ବଲରେ ୩୭ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିବାବେଳେ, ଅନ୍ୟ ପଟେ ଜୋ ରୁଟ୍ ୬୦ଟି ବଲରେ ୨୯ ରନ୍ ସ୍କୋର କରିବା ପରେ ପ୍ୟାଭିଲିୟନକୁ ଫେରିଥିଲେ। ନିମ୍ନ କ୍ରମରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ବେନ୍ ଫକ୍ସ ୩ ରନ୍ ସ୍କୋର କରିବା ପରେ ରେହାନ ଅହମ୍ମଦ ୧୩ ରନ୍ ସ୍କୋର କରିଆଉଟ୍ ହୋଇଥିଲେ। ଯେତେବେଳେ କି ଡେବ୍ୟୁାଣ୍ଟ ଟମ୍ ହାର୍ଟଲି ୨୩ ରନ୍ ଇନିଂସ ଖେଳିଥିଲେ। ଚା’ ବିରତି ପରେ ବେନ୍ ଷ୍ଟୋକ୍ସ ତୋଫାନୀ ଇନିଂସ ଖେଳିବା ଆରମ୍ଭ କରିଥିଲେ। ୮୮ ବଲରେ ବେନ୍ ଷ୍ଟୋକ୍ସ ୭୦ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୮ ଚୌକା ଓ ୩ଟି ଛକା ସାମିଲ ଥିଲା। ଇଂଲଣ୍ଡ ଦଳ ପ୍ରଥମ ଇନିଂସରେ ମାତ୍ର ୨୪୬ ରନ୍ ସ୍କୋର କରିପାରିଥିଲା। ଟିମ୍ ଇଣ୍ଡିଆ ପାଇଁ ରବିନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ୩ଟି ଲେଖାଁଏ ୱିକେଟ୍ ନେଇଥିଲେ ଓ ଅକ୍ଷର ପଟେଲ ଓ ଜସପ୍ରୀତ ବୁମ୍ରା ୨ଟି ଲେଖାଁଏ ୱିକେଟ୍ ନେଇଥିଲେ।

Add Zee News as a Preferred Source

ତୃତୀୟ ଅଧିବେଶନ
ଭାରତୀୟ ଦଳ ପାଇଁ ଇନିଂସ ଆରମ୍ଭ କରିବାକୁ ଆସିଥିବା କ୍ୟାପଟେନ ରୋହିତ ଶର୍ମା ଓ ଯଶାସୀ ଜୈସୱାଲ ଆରମ୍ଭରୁ ଇଂଲଣ୍ଡ ବୋଲରଙ୍କ ଉପରେ ଆଟାକ୍ କରିଥିଲେ। ଜୈସୱାଲ ଗୋଟିଏ ପରେ ଗୋଟିଏ ବାଉଣ୍ଡ୍ରୀ ମାରିଥିଲେ। ୧୨.୨ ଓଭରରେ ପ୍ରଥମ ୱିକେଟ୍ ଯିବା ପୂର୍ବରୁ ଉଭୟ ବ୍ୟାଟ୍ସମ୍ୟାନ୍ ୮୦ ରନ୍ ଯୋଡିଥିଲେ। ୨୪ ରନ୍ ସ୍କୋର କରିବା ପରେ ରୋହିତ ଶର୍ମା ଜ୍ୟାକ୍ ଲିଚଙ୍କ ଶିକାର ହୋଇଥିଲେ କିନ୍ତୁ ଅନ୍ୟ ପଟେ ଠିଆ ହୋଇଥିବା ଜୈସୱାଲଙ୍କ ଜବରଦସ୍ତ ବ୍ୟାଟିଂ ଜାରି ରଖିଥିଲା। ଆଜିର ଦିନ ଖେଳ ଶେଷ ସୁଦ୍ଧା ଯଶ୍ୱସି ଅପରାଜିତ ୭୬ ରନ୍ କରିଥିଲେ ଓ ଶୁବମନ ଗିଲ ୧୪ ରନ ସ୍କୋର କରିଥିଲେ। ଯଶସ୍ୱୀ ଜୈସୱାଲ ନିଜର ୭୬ ରନର ଇନିଂସରେ ୯ଟି ଚୌକା ଓ ୩ଟି ଛକା ମାରିଛନ୍ତି।

About the Author