IND vs WI: ପ୍ରଥମ ଟି୨୦ରେ ଭାରତର ଲଜ୍ଜା ଜନକ ପରାଜୟ, ପ୍ରଶଂସକ ଦେଲେ ଏଭଳି ପ୍ରତିକ୍ରିୟା
Advertisement
Article Detail0/zeeodisha/odisha1809305

IND vs WI: ପ୍ରଥମ ଟି୨୦ରେ ଭାରତର ଲଜ୍ଜା ଜନକ ପରାଜୟ, ପ୍ରଶଂସକ ଦେଲେ ଏଭଳି ପ୍ରତିକ୍ରିୟା

 ଶେଷ ବଲରେ ଜିତିବା ପାଇଁ ଭାରତକୁ ୬ ରନ୍ ଆବଶ୍ୟକ ଥିଲା। କିନ୍ତୁ ମୁକେଶ କୁମାର ମାତ୍ର ଗୋଟିଏ ରନ୍ ନେବାକୁ ସକ୍ଷମ ହୋଇଥିଲେ ଏବଂ ଟିମ୍ ଇଣ୍ଡିଆ ମ୍ୟାଚକୁ ୪ ରନରେ ହାରିଯାଇଥିଲା। 

IND vs WI: ପ୍ରଥମ ଟି୨୦ରେ ଭାରତର ଲଜ୍ଜା ଜନକ ପରାଜୟ, ପ୍ରଶଂସକ ଦେଲେ ଏଭଳି ପ୍ରତିକ୍ରିୟା

IND vs WI ନୂଆଦିଲ୍ଲୀ: ଘରୋଇ ଓ୍ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଘରୋଇ ଦଳ ବିଜୟ ହାସଲ କରିନେଇଛି। ଓ୍ୱେଷ୍ଟଇଣ୍ଡିଜ ଲଢୁଆ ପ୍ରଦର୍ଶନ କରି ୪ ରନରେ ବିଜୟ ହାସଲ କରିନେଇଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓ୍ୱେଷ୍ଟଇଣ୍ଡିଜ ଦଳ ନିକୋଲାସ ପୁରନ ଓ ଲୋଭମାନ ପାଓ୍ୱେଲଙ୍କ ଲଢୁଆ ବ୍ୟାଟିଂ ଫଳରେ ଧାର୍ଯ୍ୟ ଓଭରରେ ୬ଟି ଓ୍ୱିକେଟ ବିନିମୟରେ ୧୫୦ ରନ କରିଥିଲା। ଜବାବରେ ଭାରତ ୪ ରନ ପଛରେ ରହି ଅଲଆଉଟ ହୋଇଯାଇଥିଲା। ଏହି ମ୍ୟାଚରେ ଘାତକ ବୋଲିଂ କରିଥିବା ଜାସନ ହୋଲ୍ଡରଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ। 

ଧାର୍ଯ୍ୟ ବିଜୟ ଲକ୍ଷକୁ ପିଛା କରୁଥିବା ବେଳେ ଟିମ୍ ଇଣ୍ଡିଆ ୫ ଓଭର ମଧ୍ୟରେ ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଓ୍ୱିକେଟ ହରାଇଥିଲା। ୩ ରନ୍ ସ୍କୋର କରିବା ପରେ ଇଶାନ କିଶନଙ୍କୁ ଓ ୬ ରନ କରି ଖେଳୁଥିବା ଶୁବମନ ଗିଲଙ୍କୁ ଆଉଟ କରି ଦେଇଥିଲେ ଘରୋଇ ଦଳର ହୋସନ ଓ ମ୍ୟାକକୟ। ଏହା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୨୧ ରନ୍ କରି ପାଭିଲିୟନକୁ ଫେରିଥିଲେ। ଡେବ୍ୟୁ କରିଥିବା ତିଲକ ବର୍ମା ୨୨ ବଲରେ ୩୯ ରନ୍ ସଂଗ୍ରହ କରିଥିଲେ। ତାଙ୍କ ବରଖାସ୍ତ ପରେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ନିୟମିତ ବ୍ୟବଧାନରେ ଭାରତୀୟ ଦଳର ସମସ୍ତ ବ୍ୟାଟସମ୍ୟାନ ଆଉଟ ହୋଇଯାଇଥିଲେ। 

ପରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯, ସଞ୍ଜୁ ସାମସନ ୧୨, ଅକ୍ଷର ପଟେଲ ୧୩ ଏବଂ କୁଲଦୀପ ଯାଦବଙ୍କୁ ଆଉଟ ହୋଇଯାଇଥିଲେ। ଲୋୟର ଅର୍ଡରରେ ଅର୍ଶଦୀପ ସିଂ ଦୁଇଟି ଚୌକା ସହ ଭାରତୀୟ ଦଳର ଆଶା ବିଜୟ ଆଶାକୁ ଉଜ୍ଜିବିତ କରିଥିଲେ। ଏହା ସତ୍ତ୍ୱେ ଶେଷ ଓଭରରେ ସେ ଆଉଟ୍ ହୋଇଥିଲେ। ଶେଷ ବଲରେ ଜିତିବା ପାଇଁ ଭାରତକୁ ୬ ରନ୍ ଆବଶ୍ୟକ ଥିଲା। କିନ୍ତୁ ମୁକେଶ କୁମାର ମାତ୍ର ଗୋଟିଏ ରନ୍ ନେବାକୁ ସକ୍ଷମ ହୋଇଥିଲେ ଏବଂ ଟିମ୍ ଇଣ୍ଡିଆ ମ୍ୟାଚକୁ ୪ ରନରେ ହାରିଯାଇଥିଲା। 

ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲେ ପାଓ୍ୱେଲ
ଏହି ମ୍ୟାଚରେ ତିଲକ ବର୍ମା ଏବଂ ମୁକେଶ କୁମାର ଭାରତ ପାଇଁ ଡେବ୍ୟୁ କରିଥିଲେ। ପ୍ରଥମେ ବ୍ୟାଟିଂ କରି ଅଧିନାୟକ ରୋଭମାନ ପାୱେଲ ଏବଂ ନିକୋଲାସ ପୁରାନ ଚମତ୍କାର ଇନିଂସ ଖେଳିଥିଲେ। ପାୱେଲ ୩୨ ବଲରେ ୩ଟି ଲେଖାଏଁ ଚୌକା ଓ ଛକ୍କା ମାରି ୪୮ ରନ ସ୍କୋର କରିଥିବାବେଳେ ନିକୋଲାସ ପୁରାନ ୩୪ ବଲରେ ୪୧ ରନ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରି ଭାରତକୁ ୧୫୦ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା।

ଓ୍ୱେଷ୍ଟଇଣ୍ଡିଜ ଦଳ: ବ୍ରାଣ୍ଡନ କିଙ୍ଗ, କାଇଲ ମେୟର୍ସ, ଜନସନ ଚାର୍ଲସ, ଶିମ୍ରନ ହେଟମେୟାର, ରୋଭମ୍ୟାନ ପାଓ୍ୱେଲ, ଜେସନ ହୋଲ୍ଡର, ରିମାରିୟୋ ସେଫାର୍ଡ, ଅକିଲ ହୋସେନ, ଅଲ୍ଜାରୀ ଜୋସେଫ, ଓବେଡ ମ୍ୟାକକୟ

ଭାରତ: ଶୁବମନ ଗିଲ, ଇଶାନ କିସନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜୁବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ମୁକେଶ କୁମାର