IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜାରି ହେଲା ସିଡ୍ୟୁଲ
Advertisement
Article Detail0/zeeodisha/odisha1795921

IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜାରି ହେଲା ସିଡ୍ୟୁଲ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପାଇଁ ଆଉ କେବଳ ୩ ମାସ ବାକି ଅଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର କ୍ରୀଡ଼ାସୂଚୀ ଘୋଷଣା କରିଛି ବିସିସିଆଇ। ଟିମ୍ ଇଣ୍ଡିଆ ଏକ ବ୍ୟସ୍ତବହୁଳ କ୍ରୀଡ଼ାସୂଚୀ ଦେଇ ଗତି କରୁଛି। ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳିବା ପରେ ଟିମ୍ ଇଣ୍ଡିଆ ଅଷ୍ଟ୍

IND vs AUS: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଜାରି ହେଲା ସିଡ୍ୟୁଲ

IND vs AUS ODI Series Schedule: ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ୍ ପାଇଁ ଆଉ କେବଳ ୩ ମାସ ବାକି ଅଛି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର କ୍ରୀଡ଼ାସୂଚୀ ଘୋଷଣା କରିଛି ବିସିସିଆଇ। ଟିମ୍ ଇଣ୍ଡିଆ ଏକ ବ୍ୟସ୍ତବହୁଳ କ୍ରୀଡ଼ାସୂଚୀ ଦେଇ ଗତି କରୁଛି। ବିଶ୍ୱକପ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଖେଳିବା ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥି ସହିତ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଦେଇ ଗତି କରିବ। ବିସିସିଆଇ ଶୀତ ପାଇଁ ୨୦୨୩-୨୪ ଋତୁ ପାଇଁ କ୍ରୀଡ଼ାସୂଚୀ ପ୍ରକାଶ କରିଛି। ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ସେପ୍ଟେମ୍ବରରେ ଭାରତ ଗସ୍ତ କରିବ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ଏହି ସିରିଜ୍ ବିଶ୍ୱକପର ୧୨ ଦିନ ପୂର୍ବରୁ ଖେଳାଯିବ। 

ଅଷ୍ଟ୍ରେଲିଆ ଦଳ ବର୍ଷ ଆରମ୍ଭରେ ଭାରତ ଗସ୍ତ କରିଥିଲା। ଯେଉଁଠାରେ ବର୍ଡର ଗାଭାସ୍କର ସିରିଜ୍ ପରେ ଦିନିକିଆ ସିରିଜରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଆୟୋଜକ ଦଳ ଏକ ବିଜୟ ସହିତ ସିରିଜ୍ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ଥିଲା। ଏହି ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଥିଲା। ଏଥି ସହିତ ରୋହିତ ଶର୍ମା ଅବଶିଷ୍ଟ ଦୁଇଟି ମ୍ୟାଚରେ ଦଳର ଅଧିନାୟକ ଥିଲେ। ଉଭୟ ଶେଷ ମ୍ୟାଚ୍ ଜିତି ଭାରତକୁ ୨-୧ ବ୍ୟବଧାନରେ ପରାସ୍ତ କରି ସିରିଜ ହାତେଇ ନେଇଥିଲା। ବର୍ତ୍ତମାନ ବିଶ୍ୱକପ ପୂର୍ବରୁ ODI ସିରିଜରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିବାରେ ସକ୍ଷମ କି ନୁହେଁ ତାହା ଦେଖିବାକୁ ବାକି ରହିଲା। 

କ୍ରୀଡ଼ାସୂଚୀ
ପ୍ରଥମ ଦିନିକିଆ: ୨୨ ସେପ୍ଟେମ୍ବର ୨୦୨୩, ମୋହାଲି
ଦ୍ୱିତୀୟ ଦିନିକିଆ: ୨୪ ସେପ୍ଟେମ୍ବର ୨୦୨୩, ଇନ୍ଦୋର
ତୃତୀୟ ଦିନିକିଆ: ୨୭ ସେପ୍ଟେମ୍ବର ୨୦୨୩, ରାଜକୋଟ

ସୂଚନାଯୋଗ୍ୟ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨ଟି ଟେଷ୍ଟ ଖେଳି ସାରିଛି। ଦ୍ୱିତୀୟ ଟେଷ୍ଟ ପଞ୍ଚମ ଦିନରେ ବର୍ଷା ହେତୁ ଡ୍ରରେ ଶେଷ ହୋଇଥିଲା। ତେବେ ଆଗାମୀ ୫ ମାସ ପରେ ଟେଷ୍ଟ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇବାକୁ ଥିବା ବେଳେ ଚଳିତ ବର୍ଷ ମାତ୍ର ଗୋଟିଏ ମ୍ୟାଚ ଖେଳିବ। ଆସନ୍ତା ଡିସେମ୍ବରରେ ମାସ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ।  ଭାରତୀୟ ଦଳକୁ ଚଳିତ ବର୍ଷ ଶେଷରେ ଡିସେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ପଡିବ।

୨୬ ଡିସେମ୍ବରରେ ଖେଳିବ ପ୍ରଥମ ଟେଷ୍ଟ
ଭାରତୀୟ ଦଳ ଚଳିତ ମାସ ୨୪ ତାରିଖରେ ଶେଷ ଟେଷ୍ଟ ମ୍ୟାଚ ଖେଳିସାରିଛି। ଏବେ ଆଗାମୀ ଡିସେମ୍ବର ମାସରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ତେବେ ଡିସେମ୍ବର ୨୬ ତାରିଖରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ। ଯାହା ଚଳିତ ବର୍ଷର ଶେଷ ଟେଷ୍ଟ ଖେଳିବ ଭାରତ। ସେହିପରି ଦ୍ୱିତୀୟ ଟେଷ୍ଟ ୩ ଜାନୁଆରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ଖେଳିବ। ଯାହା ୨୦୨୩ ବର୍ଷର ପ୍ରଥମ ଟେଷ୍ଟ ଖେଳିବ ଭାରତ। ୩ ଜାନୁଆରୀରୁ ୭ ଜାନୁଆରୀ ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ। 

୫ ମାସ ମଧ୍ୟରେ ମେଗା ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ
ଏହି ୫ ମାସ ମଧ୍ୟରେ ଭାରତ ଅନେକ ମେଗା ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଉଛି। ଆଗାମୀ ୫ ମାସ ମଧ୍ୟରେ ଆୟରଲ୍ୟାଣ୍ଡ ଗସ୍ତରେ ଭାରତ ଯିବାକୁ ଥିବା ବେଳେ ଏସିଆ କପ ଓ ଏସିଆନ ଗେମ୍ସ ମଧ୍ୟ ଖେଳାଯିବ। ପ୍ରଥମେ ଏସିଆନ ଗେମ୍ସରେ ଦଳ ଅଂଶ ଗ୍ରହଣ କରିବ। ପରେ ଏସିଆ କପରେ ମଧ୍ୟ ଭାରତ ଖେଳିବାକୁ ଥିବା ବେଳେ ଦିନିକିଆ ବିଶ୍ୱକପ ମଧ୍ୟ ଦଳ ଖେଳିବ। 

Also Read: Team India Test Match: ସରିଲା ଟେଷ୍ଟ ଯାତ୍ରା, ଏବେ ୫ ମାସ ପରେ ଏହି ଦଳକୁ ଭେଟିବ ଟିମ ଇଣ୍ଡିଆ

Also Read: Gold Price: କ୍ୟାରେଟ ହିସାବରେ କିପରି ଧାର୍ଯ୍ୟ ହୋଇଥାଏ ସୁନା ଦର, ଜାଣନ୍ତୁ କିଛି ରୋଚକ ତଥ୍ୟ

Also Read: 7th Pay Commission: ମାଲାମାଲ ହେବେ କେନ୍ଦ୍ରୀୟ ସରକାରୀ କର୍ମଚାରୀ, ମହଙ୍ଗା ଭତ୍ତା ସହିତ ଏହି ଭତ୍ତା ମଧ୍ୟ ଦେବେ ସରକାର