IND vs AUS ODI Series: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେନି ରୋହିତ ଶର୍ମା? ବିସିସିଆଇ ଦେଲା ବଡ଼ ଅପଡେଟ୍
Advertisement

IND vs AUS ODI Series: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେନି ରୋହିତ ଶର୍ମା? ବିସିସିଆଇ ଦେଲା ବଡ଼ ଅପଡେଟ୍

IND vs AUS ODI Series: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ । ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ରୋହିତ ଶର୍ମା ଦାୟିତ୍ୱ ନିର୍ବାହ କରୁଛନ୍ତି । ସେପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା  BCCI ODI ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ଏକ ଅପଡେଟ୍ ଦେଇଛି । ଯାହା ବିଷୟରେ କିଛି ଲୋକ ଜାଣନ୍ତି ନାହିଁ । 

IND vs AUS ODI Series: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକତ୍ୱ କରିବେନି ରୋହିତ ଶର୍ମା? ବିସିସିଆଇ ଦେଲା ବଡ଼ ଅପଡେଟ୍

India vs Australia ODI Series Rohit Sharma:  ବର୍ତ୍ତମାନ ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ଟେଷ୍ଟ ସିରିଜ୍ (India vs Australia Test Series) ଚାଲିଛି । ଏହା ପରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ (India vs Australia ODI Series) ଖେଳାଯିବ । ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ଭାବେ ରୋହିତ ଶର୍ମା ଦାୟିତ୍ୱ ନିର୍ବାହ କରୁଛନ୍ତି । ସେପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇ (BCCI) ODI ସିରିଜରେ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱକୁ ନେଇ ଏକ ଅପଡେଟ୍ ଦେଇଛି । ଯାହା ବିଷୟରେ କିଛି ଲୋକ ଜାଣନ୍ତି ନାହିଁ । ଆସନ୍ତୁ ଜାଣିବା ଏହା ବିଷୟରେ...

ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ (IND vs AUS ODI Series) ପାଇଁ ଭାରତୀୟ ଦଳ (Indian Team) ଘୋଷଣା ହୋଇସାରିଛି ।  ଦିଲ୍ଲୀରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶେଷ ହେବାର କିଛି ଘଣ୍ଟା ପରେ BCCI ଭାରତୀୟ ଦଳ ଘୋଷଣା କରିଥିଲା । ସିରିଜର ପ୍ରଥମ ମ୍ୟାଚରେ ଓପନର୍ ରୋହିତ ଶର୍ମା ଅଧିନାୟକତ୍ୱ କରୁଥିବାର ନଜରକୁ ଆସିବେ ନାହିଁ । ଏହି ସୂଚନା ବିସିସିଆଇ ନିଜେ ଦେଇଛି । ଦଳ ଘୋଷଣା କରିବା ସହିତ ବିସିସିଆଇ କହିଛି ଯେ, ସିରିଜର ଉଦଘାଟନୀ ଦିନିକିଆରେ ରୋହିତ ଶର୍ମା (Rohit Sharma) ଅଧିନାୟକତ୍ୱ କରିବେ ନାହିଁ । ରୋହିତ ଶର୍ମା ଏହି ମ୍ୟାଚର ଅଂଶ ହେବେ ନାହିଁ । ପାରିବାରିକ କାରଣରୁ ରୋହିତ ଦଳର ଅଂଶ ହୋଇପାରିବେ ନାହିଁ । ଏହି ଅବଧିରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳର କମାଣ ସମ୍ଭାଳିବେ । 

ୱିକେଟ୍ କିପର ଭାବରେ ଇଶାନ କିଶନ (Ishaan Kishan) ଙ୍କୁ ଦଳରେ ସାମିଲ କରାଯାଇଛି । ରବିନ୍ଦ୍ର ଜାଡେଜା (Ravindra Jadeja) ଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । କିନ୍ତୁ ଆର ଅଶ୍ୱିନ (R Ashwin) ଙ୍କୁ ଦଳରେ ସ୍ଥାନ ମିଳିନାହିଁ । କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ ଉଭୟ ସ୍ପିନରଙ୍କୁ ଦଳରେ ସାମିଲ କରାଯାଇଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ପ୍ରଥମ ODI ମାର୍ଚ୍ଚ ୧୭ (India vs Australia 1st ODI Match) ରେ ମୁମ୍ବାଇରେ ଖେଳାଯିବ । ଏହା ପରେ ମାର୍ଚ୍ଚ ୧୯ରେ ବିଶାଖାପାଟନମରେ ଦ୍ୱିତୀୟ ODI ଖେଳାଯିବ ଏବଂ ସିରିଜର ତୃତୀୟ ତଥା ଅନ୍ତିମ ODI ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ।

ଅଧିକ ପଢ଼ନ୍ତୁ:-ଅଧିନାୟକ ରୋହିତ ଓ ବିରାଟ ଖେଳିବେନି ଚତୁର୍ଥ ଟେଷ୍ଟ! ଇନ୍ଦୋରରେ ଲଜ୍ଜାଜନକ ପରାଜୟ ସତ୍ତ୍ୱେ ନେଲେ ଏହି ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଭଉଣୀଙ୍କ ବାନ୍ଧବୀଙ୍କୁ ହୃଦୟ ଦେଇ ବସିଲେ ଏହି ଭାରତୀୟ ଷ୍ଟାର୍ କ୍ରିକେଟର, ପ୍ରଥମ ସାକ୍ଷାତରେ ପ୍ରେମରେ ପଡ଼ିଲେ, ତା'ପରେ ହେଲେ କ୍ଲିନ୍ ବୋଲ୍ଡ

ଅଧିକ ପଢ଼ନ୍ତୁ:-ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ଖୁସି ଖବର, ମୋଦି ସରକାର ପ୍ରତିମାସରେ ଦେବେ ୫୦୦୦ ଟଙ୍କା!

ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ ଶେଷ ୨ ଦିନିକିଆ), ଶୁଭମାନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍ ରାହୁଲ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଶାର୍ଦ୍ଦୁଲ ଠାକୁର, ଅକ୍ସର ପଟେଲ ଏବଂ ଜୟଦେବ ଉନାଦକଟ ।