IND vs AUS: ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍ ବ୍ୟାଟ୍ସମ୍ୟାନ୍
Advertisement

IND vs AUS: ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍ ବ୍ୟାଟ୍ସମ୍ୟାନ୍

IND vs AUS 1st ODI: ପଡ଼ିଆରେ ପ୍ରାୟ ଦୁଇ ଦିନ ବିତାଇବା ପରେ ଶ୍ରେୟସ୍ ଆୟର ଅହମ୍ମଦାବାଦ ଟେଷ୍ଟ ସମୟରେ ତାଙ୍କ ପିଠିର ତଳ ଭାଗରେ ଫୁଲିଥିବାର ଅଭିଯୋଗ କରିଥିଲେ । ଏହି କାରଣ ଶ୍ରେୟସ୍ ଆୟର ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ବ୍ୟାଟିଂ କରିବାକୁ ମଇଦାନକୁ ଆସି ନଥିଲେ । ଇଏସପିଏନ କ୍ରିକିନଫୋରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରେୟସ୍ ଆୟର ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛନ୍ତି, ଯେଉଁଠାରେ ତାଙ୍କୁ ମୂଲ୍ୟାଙ୍କନ କରାଯିବ ।

IND vs AUS: ଟିମ୍ ଇଣ୍ଡିଆ ପାଇଁ ଆସିଲା ଖରାପ ଖବର, ଦିନିକିଆ ସିରିଜରୁ ବାହାର ହେଲେ ଏହି ବଡ଼ ମ୍ୟାଚ୍ ୱିନର୍ ବ୍ୟାଟ୍ସମ୍ୟାନ୍

India vs Australia 1st ODI: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ  ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs Australia ODI Series) ଖେଳାଯିବାର ଅଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st ODI) ମାର୍ଚ୍ଚ ୧୭ (ଶୁକ୍ରବାର) ଅପରାହ୍ନ ୧:୩୦ ମିନିଟରେ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ (Team India) ପାଇଁ ଏକ ଖରାପ ଖବର ଆସୁଛି । ଦଳର ଏକ ବଡ଼ ମ୍ୟାଚ୍ ୱିନର୍ ଖେଳାଳି ଏହି ODI ସିରିଜରୁ ବାଦ ପଡିଛନ୍ତି । ନିକଟ ଅତୀତରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ଏହି ଖେଳାଳି ଆହତ ହୋଇଥିଲେ ।

ପିଠିରେ ଆଘାତ ଲାଗିଥିବାରୁ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ମାର୍ଚ୍ଚ ୧୭ରୁ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜ (India vs Australia ODI Series) ରୁ  ବାଦ୍ ଦିଆଯାଇଛି । ପଡ଼ିଆରେ ପ୍ରାୟ ଦୁଇ ଦିନ ବିତାଇବା ପରେ ଶ୍ରେୟସ୍ ଆୟର ଅହମ୍ମଦାବାଦ ଟେଷ୍ଟ ସମୟରେ ତାଙ୍କ ପିଠିର ତଳ ଭାଗରେ ଫୁଲିଥିବାର ଅଭିଯୋଗ କରିଥିଲେ । ଏହି କାରଣ ଶ୍ରେୟସ୍ ଆୟର ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ବ୍ୟାଟିଂ କରିବାକୁ ମଇଦାନକୁ ଆସି ନଥିଲେ । ଇଏସପିଏନ କ୍ରିକିନଫୋରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ଶ୍ରେୟସ୍ ଆୟର ବର୍ତ୍ତମାନ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛନ୍ତି, ଯେଉଁଠାରେ ତାଙ୍କୁ ମୂଲ୍ୟାଙ୍କନ କରାଯିବ ।

ଇଏସପିଏନ୍ କ୍ରିକିନଫୋଙ୍କ ରିପୋର୍ଟ ଅନୁଯାୟୀ, ଶ୍ରେୟସ୍ ଆୟର (Shreyas Iyer) ଟେଷ୍ଟ ମ୍ୟାଚ୍ ଶେଷ ହେବା ପୂର୍ବରୁ ମଧ୍ୟ ଅହମ୍ମଦାବାଦ ଛାଡିଥିଲେ । ଯାହା ଦ୍ୱାରା ତାଙ୍କ ଅବସ୍ଥାର ପରୀକ୍ଷଣ  ହୋଇପାରିବ । ୨୮ ବର୍ଷୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟରଙ୍କ ପିଠି ଆଘାତ ମଧ୍ୟ କୋଲକାତା ନାଇଟ୍ ରାଇଡର୍ସକୁ ଚିନ୍ତାରେ ପକାଇପାରେ, ସେ ଆଇପିଏଲ୍ ୨୦୨୩ରେ ଏହି ଦଳର ନେତୃତ୍ୱ ନେବେ । ଅହମ୍ମଦାବାଦ ଟେଷ୍ଟ ଶେଷ ହେବା ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା (Rohit Sharma) କହିଥିଲେ ଯେ ଶ୍ରେୟସ୍ ଆୟର (Shreyas Iyer) ଙ୍କ ଅବସ୍ଥା ଭଲ ନାହିଁ । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ତାଙ୍କୁ ବ୍ୟାଟିଂ ପାଇଁ ପୂରା ଦିନ (ଦ୍ୱିତୀୟ ଦିନ) ଅପେକ୍ଷା କରିବାକୁ ପଡିଲା ଓ ଦିନ ଶେଷ ହେବା ପରେ ତାଙ୍କ ପିଠିରେ ସମସ୍ୟା ପୁଣି ଆରମ୍ଭ ହେଲା । ତାଙ୍କୁ ସ୍କାନ ପାଇଁ ଡାକ୍ତରଖାନା ପଠାଯାଇଛି । ମୁଁ ସ୍କାନର ପ୍ରକୃତ ରିପୋର୍ଟ ଜାଣି ନାହିଁ, କିନ୍ତୁ ଲାଗୁଛି ଯେ ସେ ଭଲ ଦେଖାଯାଉ ନାହାଁନ୍ତି । ଏଥି ସହିତ ବିସିସିଆଇ ଏକ ପ୍ରେସ୍ ରିଲିଜ ଜାରି କରିଛି ଯେ ଶ୍ରେୟସ୍ ଆୟର (Shreyas Iyer) ଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞଙ୍କ ମତାମତ ନିଆଯିବ ।

 ଅଧିକ ପଢ଼ନ୍ତୁ-ଏସିଆ କପ୍ ୨୦୨୩ ପୂର୍ବରୁ BCCIକୁ ଧମକ ଦେଲେ PCB ଅଧ୍ୟକ୍ଷ ନଜାମ ସେଠୀ

 ଅଧିକ ପଢ଼ନ୍ତୁ-ଦିନିକିଆରେ ମଧ୍ୟ ଧୂଳି ଚଟାଇବା ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ; ଏଥର ଏହି ସମୟରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍, ଏଠାରେ ଦେଖନ୍ତୁ ତାରିଖ ଓ ସମୟ

ଅଧିକ ପଢ଼ନ୍ତୁ-ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

ଶ୍ରେୟସ୍ ଆୟର (Shreyas Iyer) ଙ୍କ ବାହାର ହେବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା ହେବ କାରଣ ସେ ODI ରେ ୪୬.୬୦ ଏଭେରେଜରେ ରନ୍ କରିଛନ୍ତି । ସେ ଏପର୍ଯ୍ୟନ୍ତ ୪୨ଟି ମ୍ୟାଚରେ ୧୬୩୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୨ଟି ଶତକ ଓ ୧୪ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ରହିଛି ।