India vs New Zealand 1st T20I Match Live Streaming: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ଭାରତର ପ୍ରଦର୍ଶନ ଏତେ ଖାସ୍ ନଥିଲା । ଦଳକୁ ସେମିଫାଇନାଲରେ ପରାଜିତ ହେବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହେବାକୁ ପଡ଼ିଥିଲା । ବର୍ତ୍ତମାନ ଭାରତ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ଏହି ଗସ୍ତରେ ଭାରତ ଟି-20 ସିରିଜ (IND vs NZ T20 Series) ସହ ଏକଦିବସୀୟ ସିରିଜ (IND vs NZ ODI Series) ମଧ୍ୟ ଖେଳିବ । ଏଥିପାଇଁ ସମସ୍ତଙ୍କ ନଜର ଏହି ସିରିଜ ଉପରେ ରହିଛି । ଭାରତୀୟ ଦର୍ଶକ ମଧ୍ୟ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟ-20 ସିରିଜ (NZ vs IND T20 Series) କୁ ଦେଖିବା ପାଇଁ ଉତ୍ସୁକତାର ସହ ଚାହିଁ ବସିଛନ୍ତି ।


COMMERCIAL BREAK
SCROLL TO CONTINUE READING

ନ୍ୟୁଜିଲାଣ୍ଡ ବିପକ୍ଷ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (NZ vs IND T20 Series) ରେ ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma), ଉପ-ଅଧିନାୟକ କେଏଲ୍ ରାହୁଲ (KL Rahul) ଓ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କୁ ବିଶ୍ରାମ ଦିଆଯାଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆ (Team India) ର ଅଧିନାୟକର କମାଣ ସମ୍ଭାଳିବେ । ଆଗାମୀ ଦିନରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ଫର୍ମାଟର ସ୍ଥାୟୀ ଅଧିନାୟକ କରାଯାଇପାରେ । 


ଏବେ ଆସନ୍ତୁ ଜାଣିବା ଆପଣ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଆଜି (ଶୁକ୍ରବାର) ନଭେମ୍ବର ୧୮ରେ ଖେଳାଯିବ ।  ୱେଲିଂଟନ୍‌ର ସ୍କାଏ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ ।
ଏହି ପ୍ରଥମ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହେବ ।


ଆପଣ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-20 ମ୍ୟାଚ୍ DD ସ୍ପୋର୍ଟସ (DD Sports) ରେ ମାଗଣାରେ ଲାଇଭ ଟେଲିକାଷ୍ଟ ଦେଖିପାରିବେ । ଏହା ବ୍ୟତୀତ ଆପଣ 'ଆମାଜନ ପ୍ରାଇମ ଭିଡିଓ' (Amazon Prime Videos) ରେ ଡିଜିଟାଲ ପ୍ଲାଟଫର୍ମରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିପାରିବେ । ଏହା ସହ ମ୍ୟାଚର ଲାଇଭ୍ ଅପଡେଟ୍ ଗୁଡିକ https://zeenews.india.com/hindi/Zeeodisha ରେ ମଧ୍ୟ ପଢ଼ିପାରିବେ ।


ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ।


ଅଧିକ ପଢ଼ନ୍ତୁ:-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି


ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍


ଅଧିକ ପଢ଼ନ୍ତୁ:-ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା


 


ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।