IND vs NZ Playing 11: ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍
Advertisement

IND vs NZ Playing 11: ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

IND vs NZ 1st T20 Playing 11: ଟି-20 ବିଶ୍ୱକପ ୨୦୨୨ର ସେମିଫାଇନାଲରେ ପରାଜୟ ପରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଛି । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଏକ ଅଗ୍ନି ପରୀକ୍ଷା ଠାରୁ କମ୍ ହେବ ନାହିଁ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନେକ ଦିଗ୍ଗଜ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । 

IND vs NZ Playing 11: ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

India vs New Zealand 1st T20 Playing XI: ଆଜି (ଶୁକ୍ରବାର) ଅର୍ଥାତ ନଭେମ୍ୱର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ (IND vs NZ T20 Series) ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ୩ଟି ଟି-20 ମ୍ୟାଚ୍ ଖେଳା ଯିବ । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs NZ 1st T20 Match) ଆଜି (ନଭେମ୍ବର 18) ନ୍ୟୁଜିଲ୍ୟାଣ୍ଡର ୱେଲିଙ୍ଗଟନ୍ ଗ୍ରାଉଣ୍ଡରେ ଖେଳାଯିବ । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ସେମିଫାଇନାଲରେ ପରାଜୟ ପରେ ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠିଛି । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଙ୍କ ପାଇଁ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଏକ ଅଗ୍ନି ପରୀକ୍ଷା ଠାରୁ କମ୍ ହେବ ନାହିଁ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନେକ ଦିଗ୍ଗଜ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । 

ଏପରି ସ୍ଥଳେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି । ଭାରତୀୟ ଓପେନର ରୋହିତ ଶର୍ମା ଓ କେଏଲ୍ ରାହୁଲ (KL Rahul) ଙ୍କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବିଶ୍ରାମ ଦିଆଯାଇଛି । ଫଳରେ ଇଶାନ କିଶନ (Ishaan Kishan) ଓ ଶୁଭମାନ ଗିଲ (Shubman Gill) ସେମାନଙ୍କ ସ୍ଥାନରେ ଖୋଲିବାର ସୁଯୋଗ ପାଇପାରନ୍ତି । ଟି-20 କ୍ରିକେଟରେ ଟିମ ଇଣ୍ଡିଆ (Team India) ପାଇଁ ଇଶାନ କିଶନ ଓପେନିଂ କରିସାରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କର ଅଭିଜ୍ଞତା ଅଛି, ଯାହା ଟିମ୍ ଇଣ୍ଡିଆ ପାଇଁ ଉପଯୋଗୀ ହୋଇପାରେ । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଶୁଭମାନ ଗିଲ ଟି-20 କ୍ରିକେଟରେ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି ।

ସେପଟେ ବିରାଟ କୋହଲି (Virat Kohli) ଙ୍କ ଅନୁପସ୍ଥିତିରେ ପୂର୍ବରୁ ଶ୍ରେୟସ ଆୟର (Shreyas Iyer) ତିନିଥର ବ୍ୟାଟିଂ କରିସାରିଛନ୍ତି । ସେ ଦମଦାର୍ ଫର୍ମରେ ଚାଲୁଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଗତ ଏକ ଦିବସୀୟ (ODI) ସିରିଜରେ ଶ୍ରେୟସ ଆୟର ତୁଫାନୀ ଶତକ ଲଗାଇଥିଲେ । ଏଭଳି ପରିସ୍ଥିତିରେ ନିଜର ଧମାକାଦାର ପ୍ରଦର୍ଶନ ଜାରି ରଖି ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ପକ୍କା କରିବାକୁ ଚାହିଁବେ । ଚତୁର୍ଥ ନମ୍ବରରେ ମୈଦାନରେ ବ୍ୟାଟିଂ କରିବାକୁ ଓହ୍ଲାଇ ସୂର୍ଯ୍ୟକୁମାର ଯାଦବ (Suryakumar Yadav) ଟି-20 ବିଶ୍ୱକପ ୨୦୨୨ରେ ଅନେକ ପ୍ରଶଂସା ଲାଭ କରିଛନ୍ତି । 

ସୂର୍ଯ୍ୟକୁମାର ଯାଦବ ମୈଦାନର ପ୍ରତ୍ୟେକ କୋଣରେ ଷ୍ଟ୍ରୋକ୍ ଲଗାଇପାରନ୍ତି । ଏପରି ପରିସ୍ଥିତିରେ ଚତୁର୍ଥ ନମ୍ବରରେ ତାଙ୍କର ଖେଳିବା ସମ୍ପୂର୍ଣ୍ଣ ନିଶ୍ଚିତ ମନେହେଉଛି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପାଞ୍ଚ ନମ୍ବରରେ ଖେଳିବା ନିଶ୍ଚିତ ମନେ ହେଉଛି । ଏଥିସହିତ ୱିକେଟ୍ କିପର ଦାୟିତ୍ୱ ଋଷଭ ପନ୍ତ (Rishabh Pant) ଙ୍କ ଉପରେ ନ୍ୟସ୍ତ ରହିପାରେ । ୟୁଜବେନ୍ଦ୍ର ଚହଲ ଟି-20 ବିଶ୍ୱକପରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ଭଲ ପ୍ରଦର୍ଶନ କରିବାକୁ ଆଗ୍ରହୀ ହେବେ । ଏଥି ସହିତ ତାଙ୍କ ସାଥ୍ ଦେବା ପାଇଁ ୱାଶିଂଟନ୍ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇପାରେ । ଦ୍ରୁତ ବୋଲିଂ ଆକ୍ରମଣର ଦାୟିତ୍ୱ ଭୂବନେଶ୍ୱର କୁମାରଙ୍କୁ ମିଳିପାରେ । ତାଙ୍କ ସାଥ୍ ଦେବା ପାଇଁ ହର୍ଷଲ ପଟେଲ ଓ ଅର୍ଶଦୀପ ସିଂଙ୍କୁ ସୁଯୋଗ ମିଳିପାରେ । ଟି-୨୦ ବିଶ୍ୱକପ ୨୦୨୨ରେ ଅର୍ଶଦୀପ ସିଂ ଭଲ ପ୍ରଦର୍ଶନ କରିଛନ୍ତି । ସେ ୬ଟି ମ୍ୟାଚରେ ୧୦ଟି ୱିକେଟ୍ ନେଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ।

ଅଧିକ ପଢ଼ନ୍ତୁ:-ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଚାଲିବେ ବଡ଼ ଚାଲ୍, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!

ଅଧିକ ପଢ଼ନ୍ତୁ:-IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।