Relationship Tips: ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି
Advertisement
Article Detail0/zeeodisha/odisha1446343

Relationship Tips: ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

Relationship Tips: ରିଲେଶନଶିପକୁ ଆସିବା ପରେ ଝିଅ ଓ ପୁଅ ଦୁହେଁ ପରସ୍ପର ସହିତ ପ୍ରେମ ମୁହୂର୍ତ୍ତ ବିତାଇବା ଆରମ୍ଭ କରନ୍ତି । କିଛି ସମୟ ପାଇଁ ପ୍ରତ୍ୟେକ କପଲ୍ସଙ୍କ ସମ୍ପର୍କ ବହୁତ ଭଲରେ ଚାଲିଥାଏ, କିନ୍ତୁ ସମୟ ସହିତ କିଛି ଜିନିଷ ଯୋଗୁଁ ଏହା ଖରାପ ହେବାକୁ ଲାଗେ । ତା’ପରେ ଯଦି ଏହି ମନମାଳିନ୍ୟ ବା ଝଗଡ଼ାର କାରଣ ନ ଖୋଜା ଯାଏ, ତେବେ ସମ୍ପର୍କ ଭାଙ୍ଗିବାର ସ୍ଥିତିରେ ପହଞ୍ଚିଥାଏ ।

Relationship Tips: ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

Relationship Tips: ପ୍ରତ୍ୟେକ ପୁଅର ଜୀବନରେ ନିଶ୍ଚିତ ଭାବରେ ଏପରି ଝିଅ ଅଛନ୍ତି ଯାହାକୁ ସେ ଭେଟନ୍ତି ଓ ସେ ନିଜ ଜୀବନରେ ବହୁତ ଗୁରୁତ୍ୱ ଦିଅନ୍ତି । ସମୟ ସହିତ ଉଭୟେ ସ୍ପେଶାଲ ଫିଲ୍ କରିବା ଆରମ୍ଭ କରନ୍ତି ଓ ତା’ପରେ ଉଭୟ ଅନୁଭବ କରନ୍ତି ଯେ ସେମାନେ ପରସ୍ପରକୁ ପସନ୍ଦ କରୁଛନ୍ତି । ରିଲେଶନଶିପ (Relationship) କୁ ଆସିବା ପରେ ଦୁହେଁ ପରସ୍ପର ସହିତ ପ୍ରେମ ମୁହୂର୍ତ୍ତ ବିତାଇବା ଆରମ୍ଭ କରନ୍ତି । କିଛି ସମୟ ପାଇଁ ପ୍ରତ୍ୟେକ କପଲ୍ସ (Couple) ଙ୍କ ସମ୍ପର୍କ ବହୁତ ଭଲରେ ଚାଲିଥାଏ, କିନ୍ତୁ ସମୟ ସହିତ କିଛି ଜିନିଷ ଯୋଗୁଁ ଏହା ଖରାପ ହେବାକୁ ଲାଗେ । ତା’ପରେ ଯଦି ଏହି ମନମାଳିନ୍ୟ ବା ଝଗଡ଼ାର କାରଣ ନ ଖୋଜା ଯାଏ, ତେବେ ସମ୍ପର୍କ ଭାଙ୍ଗିବାର ସ୍ଥିତିରେ ପହଞ୍ଚିଥାଏ ।

ଯଦି ଆପଣ ଓ ଆପଣଙ୍କର ଗର୍ଲଫ୍ରେଣ୍ଡ (Girlfriend) ମଧ୍ୟରେ ଅଧିକ ଝଗଡ଼ା ହୁଏ, ତେବେ ଏହାର କାରଣ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ । ଯାହା ଦ୍ୱାରା ସେହି କାରଣଗୁଡ଼ିକୁ ବୁଝିବା ଓ ସେଗୁଡିକର ସମାଧାନ କରାଯାଇପାରିବ । ଏହି ଆର୍ଟିକିଲରେ ଆମେ ଏପରି କିଛି କଥା କହୁଛୁ, ଯାହା ପ୍ରାୟତ କପଲ୍ସଙ୍କ ମଧ୍ୟରେ ଦୂରତା ସୃଷ୍ଟି କରେ ।

୧. ପର୍ସନଲ ସ୍ପେଶ୍ ନ ଦେବା 

ପୁଅମାନେ ରିଲେଶନଶିପ (Relationship) କୁ ଆସିବା ପରେ ପ୍ରାୟତଃ ଏହି ଭୁଲ୍ କରନ୍ତି । ସେମାନେ ମନେ କରନ୍ତି ଯେ ତାଙ୍କ ଗର୍ଲଫ୍ରେଣ୍ଡ ଦିନସାରା ତାଙ୍କ ସହ କଥା ହେବା ଉଚିତ୍ । ଯଦି କୌଣସି ସମୟରେ ସେ ବ୍ୟସ୍ତ, କଲ୍ କିମ୍ବା ମେସେଜର ଜବାବ ଦେଇପାରୁ ନାହାଁନ୍ତି, ତ ସେମାନେ ବିଭିନ୍ନ ପ୍ରକାରର କଥା କହିବା ଆରମ୍ଭ କରନ୍ତି । ପୁଅମାନଙ୍କୁ ବୁଝିବାକୁ ପଡିବ ଯେ ସେମାନଙ୍କ ଗର୍ଲଫ୍ରେଣ୍ଡଙ୍କ ଜୀବନରେ ଅନ୍ୟ ଲୋକ ମଧ୍ୟ ଅଛନ୍ତି, ତାଙ୍କର ମଧ୍ୟ ନିଜ ଜୀବନ ଅଛି । ଯଦି ଆପଣ ତାଙ୍କୁ ପର୍ସନଲ ସ୍ପେଶ୍ ନ ଦିଅନ୍ତି, ତେବେ ସେ ବନ୍ଧା ଅନୁଭବ କରିବେ ଏବଂ ତା’ପରେ ସମ୍ପର୍କରୁ ବାହାରକୁ ଯିବାକୁ ଚେଷ୍ଟା କରିବେ ।

୨. ସନ୍ଦେହ କରିବା 

ଅନେକ ପୁଅ ଗର୍ଲଫ୍ରେଣ୍ଡ (Girlfriend) ର ମୋବାଇଲ ଦୀର୍ଘ ସମୟ ବ୍ୟସ୍ତ ରହିବାକୁ ନେଇ ସନ୍ଦେହ କରିବା ଆରମ୍ଭ କରନ୍ତି । ତା’ପରେ ସେମାନେ ସ୍କ୍ରିନସଟ ପଠାଇବା ଓ ନମ୍ବର ପଠାଇବା ଭଳି କାର୍ଯ୍ୟ କରିବା ଆରମ୍ଭ କରନ୍ତି । ଏପରି ପରିସ୍ଥିତିରେ ଝିଅ ଅନୁଭବ କରିବାକୁ ଲାଗେ ଯେ ତାଙ୍କ ସାଥୀ (Partner) ତାଙ୍କୁ ସନ୍ଦେହ କରୁଛନ୍ତି । ଏଭଳି ପରିସ୍ଥିତିରେ ମନରେ ବିଭିନ୍ନ ପ୍ରକାରର ଚିନ୍ତାଧାରା ଆସିପାରେ ଓ ସମ୍ପର୍କ ଦୁର୍ବଳ ହୋଇଯିବ ।

୩. ଛୋଟ କଥାରେ ପାଟି କରିବା 

ବଜାରରେ କିମ୍ବା ବାହାରେ କୌଣସି ସ୍ଥାନରେ ଏପରି ଅନେକ କପଲ୍ସଙ୍କୁ ଆପଣ ନିଶ୍ଚୟ ଦେଖିଥିବେ, ଯେଉଁଥିରେ ପୁଅ ଛୋଟ ଛୋଟ କଥାକୁ ନେଇ ନିଜ ଗର୍ଲଫ୍ରେଣ୍ଡ ଉପରେ ରାଗନ୍ତି । ସେମାନେ ଏହା ମଧ୍ୟ ଦେଖନ୍ତି ନାହିଁ ସେହି ଲୋକମାନେ କେଉଁଠାରେ ଅଛନ୍ତି । ଯଦି ଝିଅଟି କିଛି ବୁଝିପାରୁନାହିଁ, ତେବେ ତାଙ୍କୁ ପ୍ରେମ ସହିତ ମଧ୍ୟ ବୁଝାଯାଇପାରିବ । କିନ୍ତୁ ଯଦି ପୁଅମାନେ ନିଜ ଗର୍ଲଫ୍ରେଣ୍ଡ ଉପରେ ପାଟି କରନ୍ତି, ତେବେ ଏହା ସ୍ପଷ୍ଟ ଯେ ସମ୍ପର୍କ ଦୁର୍ବଳ ହୋଇଯିବ ।

୪. ଏକ୍ସକୁ ନେଇ ବାରମ୍ୱାର କଥା ଶୁଣାଇବା 

ସମସ୍ତଙ୍କର କିଛି ନା କିଛି ଅତୀତ ଅଛି, ବୋଧହୁଏ ଆପଣଙ୍କର ମଧ୍ୟ ଅଛି । ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ଜୀବନରେ ଆପଣଙ୍କ ପୂର୍ବରୁ କେହି ଥିଲେ ଓ ସେ ଆପଣଙ୍କୁ ତା' ବିଷୟରେ କହିଛନ୍ତି । ବର୍ତ୍ତମାନ ଏପରି ପରିସ୍ଥିତିରେ ତାଙ୍କୁ ବାରମ୍ବାର କଥା ଶୁଣାଇବା ତାଙ୍କୁ ବହୁତ କଷ୍ଟ ଦେବ । ଏହା ପରେ ସେ ସମ୍ପର୍କରୁ ବାହାରକୁ ଯିବାକୁ ଚେଷ୍ଟା କରିବେ ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ:-ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଚାଲିବେ ବଡ଼ ଚାଲ୍, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!

 

 

୫. ଇଣ୍ଟିମେସି ପାଇଁ ଫର୍ସ କରିବା

ପାର୍ଟନର ବା ଗର୍ଲଫ୍ରେଣ୍ଡଙ୍କୁ ଇଣ୍ଟିମେସି ପାଇଁ ବାଧ୍ୟ କରିବା, ତେବେ ଏହା ସ୍ପଷ୍ଟ ଯେ ସମ୍ପର୍କ କଷ୍ଟସାଧ୍ୟ ହୋଇପାରେ । ଏହିପରି ଚାପ ପ୍ରୟୋଗ କରି ସମ୍ପର୍କ ଅଧିକ ଦିନ ରହିବ ନାହିଁ । ତେଣୁ ଏଥିପାଇଁ ଆପଣ ଗର୍ଲଫ୍ରେଣ୍ଡକୁ କେବେବି ବାଧ୍ୟ କରନ୍ତୁ ନାହିଁ ।