UP News: ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା
Advertisement

UP News: ଚଉଠି ରାତିରେ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌: ଜାଣନ୍ତୁ ପୂରା ମାମଲା

UP News: ଏଟାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କ ବାହାଘରରେ ସବୁକିଛି ସୁରୁଖୁରୁରେ ହେଇସାରିଥିଲା, ବାହାଘର ପରେ କନ୍ୟା ତାଙ୍କ ଶାଶୁ ଘରକୁ ଆସିଯାଇଥିଲେ । ଏହି ସମୟରେ ଯୁବକ ଜଣକ ଏକାନ୍ତରେ ତାଙ୍କ ପତ୍ନୀଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ । 

ପ୍ରତୀକାତ୍ମକ ଫଟୋ

UP News: ବାହାଘର (Marriage) ଅବସରରେ ବର (Bride) ଓ କନ୍ୟା (Groom) ଙ୍କ ଘରେ ଖୁସିର ପରିବେଶ ଦେଖାଦେଇଥାଏ । ଏହି ସମୟରେ ସମ୍ପର୍କୀୟ ଓ ବନ୍ଧୁମାନେ ମଧ୍ୟ ଏହି ବାହାଘରର ସାକ୍ଷୀ ହେବାକୁ ଚାହାଁନ୍ତି । କିନ୍ତୁ ବାହାଘହ ସମୟରେ ଯଦି ଝିଅ କିମ୍ବା ପୁଅ ପକ୍ଷରୁ କୌଣସି ତଥ୍ୟ ଲୁଚାଇ ବାହାଘର କରାଯାଇଥାଏ, ତେବେ ବ୍ୟକ୍ତି ଜଣକ ନିଜକୁ ଠକାମିର ଶିକାର ହୋଇଥିବା ଅନୁଭବ କରନ୍ତି । ଏପରି କିଛି ଉତ୍ତର ପ୍ରଦେଶର ଏଟାରେ ଘଟିଛି । ଏଟାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କ ବାହାଘରରେ ସବୁକିଛି ସୁରୁଖୁରୁରେ ହେଇସାରିଥିଲା, ବାହାଘର ପରେ କନ୍ୟା ତାଙ୍କ ଶାଶୁ ଘରକୁ ଆସିଯାଇଥିଲେ । ଏହି ସମୟରେ ଯୁବକ ଜଣକ ଏକାନ୍ତରେ ତାଙ୍କ ପତ୍ନୀଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ । ଏହାସହ ଯୁବକ ଜଣକ ଚଉଠି ରାତିରେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ । 

କିନ୍ତୁ ଏହି ସମୟରେ ପତ୍ନୀ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କରିଦେଇଥିଲେ । ଯୁବକ ଜଣକ ପ୍ରଥମ ଦିନରେ ରାଜି ହୋଇଯାଇଥିଲେ । ପରଦିନ ରାତିରେ ଶାରୀରିକ ସମ୍ପର୍କ ଗଢ଼ିବା ପୂର୍ବରୁ ଯେତେବେଳେ ସେ ନିଜ ପତ୍ନୀଙ୍କ ଓଢ଼ଣା ଉଠାଇଲେ, ସେ ଚିତ୍କାର କରିବାକୁ ଲାଗିଲେ । ଏହା ଶୁଣି ପରିବାର ସଦସ୍ୟ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଯୁବକ ଜଣକ କହିଲା ମୋ ପତ୍ନୀ ଜଣେ କିନ୍ନର (Kinnar) । ଏହା ଶୁଣି ପରିବାର ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । କୁହାଯାଉଛି ଏହି ଘଟଣା ପରେ ଯୁବକ ଜଣକ ପାଞ୍ଚ ରାତି ଶୋଇପାରି ନଥିଲେ ।

ଯୁବକ କହିଛନ୍ତି ଯେ, ଲୋକ ଲଜ୍ଜା ଭୟରେ ଏହି ମାମଲା କିଛି ଦିନ ପର୍ଯ୍ୟନ୍ତ ଲୁଚାଇ ରଖାଯାଇଥିଲା । ଅଭିଯୋଗ ହୋଇଛି ଯେ ପାଞ୍ଚ ଦିନ ପରେ ଅଭିଯୁକ୍ତ ପତ୍ନୀ, ଶାଶୁ, ଶ୍ୱଶୁର, ଶାଳୀ ଆସିଥିଲେ ଓ ଅଳଙ୍କାର, ଟଙ୍କା ନେଇ ପଳାଇ ଯାଇଥିଲେ । ଯେତେବେଳେ ପୀଡିତ଼ ଯୁବକ ଅଳଙ୍କାର ଓ ଟଙ୍କା ମାଗିଥିଲେ, ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଆହତ କରିଦେଇଥିଲେ । ହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି । ପୀଡିତ଼ ଯୁବକ ବର୍ତ୍ତମାନ ଜୈଥାରା ଥାନାରେ ମାମଲା ରୁଜୁ କରିଛନ୍ତି । ଯୁବକଙ୍କ ଅଭିଯୋଗ ଉପରେ ପୋଲିସ ଏକ ରିପୋର୍ଟ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି । ମାମଲା ରୁଜୁ କରିବାବେଳେ SHO ଜୈଥାରା ରମେନ୍ଦ୍ର ଶୁକ୍ଲା କହିଛନ୍ତି ଯେ, ଏହି ମାମଲା ରୁଜୁ ହୋଇସାରିଛି । ଘଟଣାର ତଦନ୍ତ କରାଯାଉଛି ।

ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଚାଲିବେ ବଡ଼ ଚାଲ୍, ଏହି ଖତରନାକ୍ ଖେଳାଳିଙ୍କୁ କରାଇବେ ଓପେନିଂ!

ଅଧିକ ପଢ଼ନ୍ତୁ:-IPL 2023 ଆରମ୍ଭ ପୂର୍ବରୁ ହିଁ KKRକୁ ଲାଗିଲା ଜୋରଦାର ଝଟକା, ଏହି ୩ ଘାତକ ଖେଳାଳି ଛାଡ଼ିଲେ ସାଥ୍

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ୨୦୨୨ରେ ଏହି ଦଳର ନିରାଶାଜନକ ପ୍ରଦର୍ଶନର ହେବ ଯାଞ୍ଚ, ୩ ଦିଗ୍ଗଜ ଖେଳାଳିଙ୍କୁ ମିଳିଲା ଦାୟିତ୍ୱ

ପୀଡ଼ିତ ଯୁବକ ଜଣାଇଛନ୍ତି ଯେ, ଯେତେବେଳେ ସେ କନ୍ୟାର ଓଢ଼ଣା ଉଠାଇଲେ ସେତେବେଳେ ସେ ନିଜକୁ ଠକାମିର ଶିକାର ହୋଇଥିବା ଅନୁଭବ କଲେ । ସେ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପତ୍ନୀ ଜଣେ କିନ୍ନର, ସେ ପାଞ୍ଚ ଦିନରାତିରେ ଶୋଇପାରି ନଥିଲେ । ଯେତେବେଳେ ସେ ଝିଅକୁ ଦେଖିବାକୁ ଯାଇଥିଲେ, ସେହି ସମୟରେ କନ୍ୟା ପକ୍ଷର ଲୋକମାନେ ତାଙ୍କୁ କିଛି କହି ନଥିଲେ । ତେବେ ତାଙ୍କ ସହ ଘଟିଥିବା ଠକେଇ ସମ୍ପର୍କରେ ବର ପକ୍ଷ ପୋଲିସରେ ଏକ ମାମଲା ରୁଜୁ କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।