IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ମ୍ୟାଚ୍ ହେବ ବାତିଲ ନା ବଦଳିବ ଭେନ୍ୟୁ? ହାଇକୋର୍ଟରେ ପହଞ୍ଚିଥିଲା ବିବାଦ
Advertisement

IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ମ୍ୟାଚ୍ ହେବ ବାତିଲ ନା ବଦଳିବ ଭେନ୍ୟୁ? ହାଇକୋର୍ଟରେ ପହଞ୍ଚିଥିଲା ବିବାଦ

IND vs NZ 3rd ODI: ଏହି ସିରିଜର ତୃତୀୟ ଦିନିକିଆ ମଧ୍ୟ ପ୍ରଦେଶର ଇନ୍ଦୌରର ହୋଲକର ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍କୁ ନେଇ ଏକ ବଡ଼ ବିବାଦ ଲାଗି ରହିଛି । କେବଳ ଏତିକି ନୁହେଁ ଏହି ମାମଲା ହାଇକୋର୍ଟରେ ପହଞ୍ଚିଛି । ଏବେ ମଧ୍ୟ ପ୍ରଦେଶର କ୍ରିକେଟ୍ ଫ୍ୟାନ୍ସ ମାନଙ୍କୁ ରିହାତି ମିଳିବ ନା ଭେନ୍ୟୁ ପରିବର୍ତ୍ତନ କରାଯିବ, ତାହା ଦେଖିବା ମଜାଦାର ହେବ ।

IND vs NZ 3rd ODI: ଭାରତ-ନ୍ୟୁଜିଲ୍ୟାଣ୍ଡ ଦିନିକିଆ ମ୍ୟାଚ୍ ହେବ ବାତିଲ ନା ବଦଳିବ ଭେନ୍ୟୁ? ହାଇକୋର୍ଟରେ ପହଞ୍ଚିଥିଲା ବିବାଦ

India vs New Zealand 3rd ODI: ବର୍ତ୍ତମାନ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଦିନିକିଆ ସିରିଜ୍ (IND vs NZ ODI Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (India vs New Zealand 3rd ODI) ହାଇଦ୍ରାବାଦରେ ଖେଳାଯାଇଛି । ପ୍ରଥମ ଦିନିକିଆ ମ୍ୟାଚ (IND vs NZ) ରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡକୁ ୧୨ ରନରେ ପରାସ୍ତ କରିଛି । ଏହି ସିରିଜର ପ୍ରଥମ ମ୍ୟାଚରେ ଶୁଭମାନ ଗିଲ (Subhman Gill) ଙ୍କ ବ୍ୟାଟ୍ ଝଡ଼ ସୃଷ୍ଟି କରିଛି । ଏହି ମ୍ୟାଚରେ ଶୁଭମାନ ଗିଲ୍ ଦ୍ୱିଶତକ ଲଗାଇଛନ୍ତି । ସେପଟେ ଏହି ସିରିଜର ତୃତୀୟ ODI (IND vs NZ 3rd ODI) ମଧ୍ୟ ପ୍ରଦେଶର ଇନ୍ଦୌରର ହୋଲକର ଷ୍ଟାଡିୟମ (Indor Holkar Stadium) ରେ ଖେଳାଯିବ । ଏହି ମ୍ୟାଚ୍କୁ ନେଇ ଏକ ବଡ଼ ବିବାଦ ଲାଗି ରହିଛି । କେବଳ ଏତିକି ନୁହେଁ ଏହି ମାମଲା ହାଇକୋର୍ଟ (Madhya Pradesh High Court) ରେ ପହଞ୍ଚିଛି । ଏବେ ମଧ୍ୟ ପ୍ରଦେଶର କ୍ରିକେଟ୍ ଫ୍ୟାନ୍ସ ମାନଙ୍କୁ ରିହାତି ମିଳିବ ନା ଭେନ୍ୟୁ ପରିବର୍ତ୍ତନ କରାଯିବ, ତାହା ଦେଖିବା ମଜାଦାର ହେବ ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ତୃତୀୟ ଦିନିକିଆ ଜାନୁଆରୀ ୨୪ରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ଇନ୍ଦୌରର ହୋଲକର ଷ୍ଟାଡିୟମ ଇନ୍ଦୌରର ହୋଲକର ଷ୍ଟାଡିୟମ (Indor Holkar Stadium) ରେ ଖେଳାଯିବ । ଏହାପୂର୍ବରୁ ମ୍ୟାଚ୍ ଟିକେଟ୍ ବିକ୍ରିକୁ ନେଇ ଏକ ବିବାଦ ଉପୁଜିଛି କିମ୍ବା ଆମେ ଏହାକୁ ଟିକେଟ୍ କଳା ବଜାରୀ କହି ପାରିବା । ଏହି ମାମଲାରେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ ଶୁଣାଣି ମଧ୍ୟ ହୋଇଥିଲା । 

ଆବେଦନକାରୀ ରାକେଶ ସିଂ ଯାଦବ କହିଛନ୍ତି ଯେ, ମାତ୍ର ଗୋଟିଏ ମିନିଟରେ ୩ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । କେବଳ ଏତିକି ନୁହେଁ ପାଞ୍ଚ ମିନିଟରେ ସମସ୍ତ ଟିକେଟ୍ ବୁକ୍ ହେବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହା ଆଦୌ ସମ୍ଭବ ନୁହେଁ ବୋଲି ରାକେଶ ସିଂ କହିଛନ୍ତି । ମଧ୍ୟପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (MPCA) ଏହା ଉପରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି । ଏହା ପରେ ହାଇକୋର୍ଟ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି । 

ଇନ୍ଦୌରରେ ହେବାକୁ ଥିବା ମ୍ୟାଚ୍ ପାଇଁ ଟିକେଟ୍ କଳା ମାର୍କେଟିଂ ପାଇଁ ଅତୀତରେ ରାଜ୍ୟ କ୍ରିକେଟ୍ ଆସୋସିଏସନ୍ ଉପରେ ଆଙ୍ଗୁଠି ଉଠିଥିଲା । କିନ୍ତୁ ଏଥର ହାଇକୋର୍ଟରେ ମାମଲା ପହଞ୍ଚିଛି । ବରିଷ୍ଠ ଆଡଭୋକେଟ୍ ବ୍ରାଏନ୍ ଡି’ସିଲଭା ଆବେଦନକାରୀ କଂଗ୍ରେସ ନେତା ରାକେଶ ସିଂଙ୍କ ତରଫରୁ ହାଜର ହୋଇଥିଲେ । ସେ ଯୁକ୍ତି ଦର୍ଶାଇଥିଲେ ଯେ, MPCA ଜାନୁଆରୀ ୧୨ ତାରିଖ ସକାଳ ୬ଟାରୁ ଅନଲାଇଇନ୍ ଟିକେଟ୍ ବିକ୍ରି ଆରମ୍ଭ କରିଥିଲା ।​ କେବଳ ଗୋଟିଏ ମିନିଟରେ ଅନଲାଇନ୍ ସାଇଟରୁ ୩,୧୧୮ ଟିକେଟ୍ ବିକ୍ରି ହୋଇଥିଲା । ପରବର୍ତ୍ତୀ ଦ୍ୱିତୀୟ ମିନିଟରେ ୧,୬୦୦ ଟିକେଟ୍ ବିକ୍ରି ହେଲା ଓ ପାଞ୍ଚ ମିନିଟ୍ ମଧ୍ୟରେ ୬,୨୬୦ ଟିକେଟ୍ ବିକ୍ରି ହୋଇସାରିଥିଲା । କେବଳ ଏତିକି ନୁହେଁ, ସମସ୍ତ ଶସ୍ତା ଟିକେଟ୍ ୧୫ ମିନିଟରେ ବିକ୍ରି ହୋଇଗଲା, ଯାହା ଏତେ କମ ସମୟ ମଧ୍ୟରେ ଅସମ୍ଭବ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ବିଜୟ ସତ୍ତ୍ୱେ ଖୁସି ନୁହଁନ୍ତି ଅଧିନାୟକ Rohit Sharma, ଏହି କଥାକୁ ନେଇ ରାଗିପାଚି ଲାଲ ହେଲେ ହିଟମ୍ୟାନ୍

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳର ପୂର୍ବତନ ଅଧିନାୟକ ଗିରଫ! ଅପହରଣ, ବଟି ଆଦାୟ କରିବାର ରହିଛି ଅଭିଯୋଗ

ଅଧିକ ପଢ଼ନ୍ତୁ:-ଆମେରିକାରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍!

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ, ବ୍ୟାଙ୍କ କାରବାର ପାଇଁ ଓ ପରେ OTP ଆସିବା ପାଇଁ ଏକ ମିନିଟ୍ କିମ୍ବା ଦୁଇ ମିନିଟ୍ ସମୟ ଲାଗିଥାଏ, ତେଣୁ ମାତ୍ର ୧୫ ମିନିଟରେ ୧୭,୦୦୦ ଟିକେଟ୍ ବିକ୍ରୟ ହେବାରୁ କିଛି ଭୁଲ ଅଛି ବୋଲି ଦର୍ଶାଯାଇଛି । ଏଥିରେ ହ୍ୟାକରଙ୍କ ମାଧ୍ୟମରେ ଅନେକ ନାମ ଓ ମେଲ୍ ଆଇଡି ବ୍ୟବହାର କରାଯାଇଥିଲା । ଏହା ବ୍ୟତୀତ, ପେଟିଏମ୍ ଓ ପେଟିଏମ୍ ଇନସାଇଡର୍ ବ୍ୟତୀତ ଏକ ତୃତୀୟ ସାଇଟକୁ ପ୍ରବେଶ ଅନୁମତି ଦିଆଯାଇଥିଲା, ଯେଉଁ କାରଣରୁ ଏକ ଥର ଟିକେଟ୍ କ୍ରୟ ଅନେକ ଥିଲା । ଏହାର ଅଭିଯୋଗ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିସିସିଆଇକୁ ମଧ୍ୟ କରାଯାଇଛି ।