IND vs NZ: ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ତେବେ ଯାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ହେବ ସୁନିଶ୍ଚିତ!
Advertisement
Article Detail0/zeeodisha/odisha1462376

IND vs NZ: ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ତେବେ ଯାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ହେବ ସୁନିଶ୍ଚିତ!

IND vs NZ 3rd ODI: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସିରିଜରେ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେପଟେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାତିଲ କରାଯାଇଥିଲା । ଏହି ସିରିଜରେ ଟିମ୍ ଇଣ୍ଡିଆ ୦-୧ରେ ପଛରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ତୃତୀୟ ଦିନିକିଆ ଜିତିବାକୁ ପଡ଼ିବ । 

IND vs NZ: ସିରିଜ ବଞ୍ଚାଇବା ପାଇଁ ଶିଖର ଧାୱନଙ୍କୁ କରିବାକୁ ହେବ ଏହି କାମ, ତେବେ ଯାଇ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟ ହେବ ସୁନିଶ୍ଚିତ!

India vs New Zealand 3rd ODI: ବର୍ତ୍ତମାନ ଭାରତୀୟ ଦଳ (India Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି । ଏଠାରେ ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ଟି-20 ସିରିଜ (IND vs NZ T20 Series) ଖେଳିଛି । ଏବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦିନିକିଆ ସିରିଜ (IND vs NZ ODI Series) ଚାଲିଛି । ଏହି ସିରିଜ (India vs New Zealand ODI Series) ରେ ପ୍ରଥମ ଦିନିକିଆରେ ଭାରତୀୟ ଦଳକୁ ୭ ୱିକେଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ସେପଟେ ବର୍ଷା ଯୋଗୁଁ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାତିଲ କରାଯାଇଥିଲା । ଏହି ସିରିଜରେ ଟିମ୍ ଇଣ୍ଡିଆ ୦-୧ରେ ପଛରେ ରହିଛି । ଏଭଳି ପରିସ୍ଥିତିରେ ଭାରତୀୟ ଦଳକୁ ଯେକୌଣସି ମୂଲ୍ୟରେ ତୃତୀୟ ଦିନିକିଆ ଜିତିବାକୁ ପଡ଼ିବ । ଏଥିପାଇଁ ଅଧିନାୟକ (Indian Captain) ଶିଖର ଧାୱନ (Shikhar Dhawan) ଙ୍କୁ ଖରାପ ଫର୍ମ ସହ ସଂଘର୍ଷ କରୁଥିବା ଅନେକ ଖେଳାଳିଙ୍କୁ ଦଳରୁ ବାହାରର ରାସ୍ତା ଦେଖାଇବାକୁ ପଡ଼ିବ ।

ପ୍ରଥମ ଦିନିକିଆ (IND vs NZ 1st ODI) ରେ ୟୁଜବେନ୍ଦ୍ର ଚହଲ (Yuzvendra Chahal) ନିଜ ନାମ ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲେ । ସେ ନିଜ ୧୦ ଓଭରରେ ୬୭ ରନ୍ ଦେଇ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ । ଏଭଳି ପରିସ୍ଥିତିରେ ଭାରତୀୟ ଅଧିନାୟକ ଶିଖର ଧାୱନ (Shikhar Dhawan)  ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶ (India Playing 11)ରୁ ବାଦ ଦେଇ ପାରନ୍ତି । କୁଲଦୀପ ଯାଦବ (Kuldeep Yadav) ଙ୍କୁ ତାଙ୍କ ସ୍ଥାନରେ ଏକ ସୁଯୋଗ ମିଳିପାରେ । କୁଲଦୀପ ଯାଦବ ଦଳରେ ସୁଯୋଗ ପାଇବାକୁ ଅପେକ୍ଷା କରି ବସିଛନ୍ତି । କୂଲଦୀପ ଯାଦବ ଭାରତ ପାଇଁ ୭୨ଟି ଦିନିକିଆରେ ୧୧୮ ୱିକେଟ୍ ନେଇଛନ୍ତି ।

ସେହିପରି ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତ (Rishabh Pant) ଙ୍କୁ ଯେତିକି ସୁଯୋଗ ମିଳିଛି, ସେତିକି ସୁଯୋଗ ସଞ୍ଜୁ ସାମସନ ( Sanju Samson) ଙ୍କୁ ମିଳିନାହିଁ । ସଞ୍ଜୁ ସାମସନ୍ ଦମଦାର୍ ଫର୍ମରେ ଅଛନ୍ତି । ଏଭଳି ପରିସ୍ଥିତିରେ ଟିମ୍ ଇଣ୍ଡିଆର ବ୍ୟାଟିଂ କ୍ରମକୁ ମଜବୁତ କରିବାକୁ ଅଧିନାୟକ ଶିଖର ଧାୱନ ସଞ୍ଜୁ ସାମସନଙ୍କୁ ସୁଯୋଗ ଦେଇପାରନ୍ତି । ସଞ୍ଜୁ ସାମସନଙ୍କର ଏପରି କ୍ଷମତା ଅଛି ଯେ ସେ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିପାରିବେ । ସେ ଭାରତ ପାଇଁ ୧୧ଟି ଦିନିକିଆ ମ୍ୟାଚରେ ୩୩୦ ରନ୍ ସଂଗ୍ରହ କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ଭାରତ ପାଇଁ ସିରିଜକୁ ବରାବର କରିବା ପାଇଁ ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଟିମ୍ ଇଣ୍ଡିଆ ପାଖରେ ଅନେକ ଷ୍ଟାର୍ ଖେଳାଳି ଅଛନ୍ତି ଯେଉଁମାନେ ମ୍ୟାଚ୍ ଜିତାଇ ପାରିବେ । ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ଗୋଟିଏ ଦିନିକିଆ ସିରିଜ ହାରି ନାହିଁ । ଏଭଳି ପରିସ୍ଥିତିରେ ତୃତୀୟ ଏକ ଦିବସୀୟରେ ଧାୱନଙ୍କ ବିଶ୍ୱସନୀୟତା ମଧ୍ୟ ବିପଦରେ ରହିଛି ।

ଅଧିକ ପଢ଼ନ୍ତୁ:-ଶାରୀରିକ ସମ୍ପର୍କ ଗଢ଼ିବା ପରେ ପରିସ୍ରା କରିବା କାହିଁକି ହୋଇଥାଏ ଜରୁରୀ? ଏସବୁ ଦିଗ ପ୍ରତି ରଖନ୍ତୁ ବିଶେଷ ଧ୍ୟାନ

ଅଧିକ ପଢ଼ନ୍ତୁ:-ଏହି ଲୋକମାନେ ଭୁଲରେ ବି ଖାଆନ୍ତୁନି ପିଜୁଳି, ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ୬ଟି ବଡ଼ କ୍ଷତି

 

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ODI ସିରିଜର ପୂରା କାର୍ଯ୍ୟସୂଚୀ 

ପ୍ରଥମ ODI ନଭେମ୍ବର ୨୫
ଦ୍ୱିତୀୟ ODI ନଭେମ୍ବର ୨୭
ତୃତୀୟ ODI ନଭେମ୍ବର ୩୦

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ODI ଦଳ 

ଶିଖର ଧୱନ (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ), ଶୁଭମାନ ଗିଲ, ଦୀପକ ହୁଡା, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଶାହାବାଜ ଅହମ୍ମଦ, ୱାଶିଂଟନ ସୁନ୍ଦର, ଉମ୍ରାନ ମଲିକ, କୁଲଦୀପ ସେନ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।