IND vs NZ: ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର
Advertisement

IND vs NZ: ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର

IND vs NZ T20 Series: ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ୩ଟି ଟି-20 ମ୍ୟାଚର ସିରିଜ ଖେଳିବ । ଏହା ପରେ ସମାନ ସଂଖ୍ୟକ ODI ମ୍ୟାଚର ସିରିଜ ଖେଳିବ । ଟି-20 ସିରିଜରେ ଭାରତୀୟ ଦଳର କମାଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିଛି । ସେପଟେ ଶିଖର ଧୱନଙ୍କୁ ଏକଦିବସୀୟ ଦଳର ଅଧିନାୟକର ଦାୟିତ୍ୱ ମିଳିଛି । 

IND vs NZ: ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି! ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର

India vs New Zealand T20 Series: ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଶେଷ ହେବା ପରେ ଏବେ ବିଭିନ୍ନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହୋଇସାରିଛି । ଏହି କ୍ରମରେ ଭାରତ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଛି । ଏଠାରେ ଟିମ୍ ଇଣ୍ଡିଆ ଟି-20 ଓ ଏକଦିବସୀୟ ସିରିଜ ଖେଳିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏହି ସରିଜି ନଭେମ୍ବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଟିମ୍ ଇଣ୍ଡିଆ (Team India) ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମେ ୩ଟି ଟି-20 ମ୍ୟାଚର ସିରିଜ (IND vs NZ T20 Series) ଖେଳିବ । ଏହା ପରେ ସମାନ ସଂଖ୍ୟକ ODI ମ୍ୟାଚର ସିରିଜ (IND vs NZ ODI Series) ଖେଳିବ । ଟି-20 ସିରିଜରେ ଭାରତୀୟ ଦଳର କମାଣ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ରହିଛି । ସେପଟେ ଶିଖର ଧୱନ (Shikhar Dhawan) ଙ୍କୁ ଏକଦିବସୀୟ ଦଳର ଅଧିନାୟକର ଦାୟିତ୍ୱ ମିଳିଛି । 

ସେପଟେ ଏହି ଗସ୍ତରେ ଏପରି ୩ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିବେ । ସେମାନଙ୍କୁ ହୁଏତ ଗୋଟିଏ ମ୍ୟାଚରେ ବି ଖେଳିବାର ସୁଯୋଗ ନ ମିଳିପାରେ । ଏହି ୩ ଖେଳାଳିଙ୍କୁ କେବଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିବ । ଚାଲନ୍ତୁ ଏହିପରି 3 ଖେଳାଳିଙ୍କ ବିଷୟରେ ଜାଣିବା...

୧. ୟୁଜଭେନ୍ଦ୍ର ଚହଲ (Yuzvendra Chahal)

ଟିମ୍ ଇଣ୍ଡିଆର ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ (Yuzvendra Chahal) ପୂରା ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଗୋଟିଏ ବି ମ୍ୟାଚ୍ ଖେଳି ନ ପାରନ୍ତି । ଏହି ବୋଲର ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ପାଇ ନଥିଲେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ଓ ODI ସିରିଜରେ ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବଙ୍କୁ ୟୁଜଭେନ୍ଦ୍ର ଚହଲଙ୍କ ଅପେକ୍ଷା ଗୁରୁତ୍ୱ ଦିଆଯାଇପାରେ । କାରଣ କୁଲଦୀପ ଯାଦବ ଆଜିକାଲି ଘାତକ ଫର୍ମରେ ଚାଲୁଛନ୍ତି । ସେ ଭାରତର ତିନି ପର୍ମାଟ ଟେଷ୍ଟ, ODI ଏବଂ ଟି-20 ଟିମରେ ନିଜ ସ୍ଥାନକୁ ପକ୍କା କରିନେଇଛନ୍ତି । ଅଫ୍ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ସ୍ପିନ୍ ଡିପାର୍ଟମେଣ୍ଟରେ କୁଲଦୀପ ଯାଦବଙ୍କ ଯୋଡ଼ିଦାର ହେବେ । ଏଭଳି ପରିସ୍ଥିତିରେ ୟୁଜଭେନ୍ଦ୍ର ଚହଲଙ୍କୁ କେବଳ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବେଞ୍ଚରେ ବସିଥିବାର ଦେଖିବାକୁ ମିଳିବ । ଏହାସହ ସେ ଖେଳାଳିଙ୍କୁ ଜଳ ମଧ୍ୟ ଯୋଗାଇବାକୁ ପଡିବ ।

୨. ଦୀପକ ହୁଡା (Deepak Hooda)

ସେହିପରି ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଦୀପକ ହୁଡା ସମଗ୍ର ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ନଜରକୁ ଆସିପାରେ । ତାଙ୍କୁ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ନ ମିଳିପାରେ । ଟିମ୍ ଇଣ୍ଡିଆରେ ଏପରି ଅନେକ ଧୁରନ୍ଧର ଅଛନ୍ତି, ଯେଉଁ କାରଣରୁ ଏହି ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ଓ ODI ସିରିଜରେ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ନ ପାଇପାରନ୍ତି ।  ଟିମ୍ ଇଣ୍ଡିଆରେ ଶ୍ରେୟସ୍ ଆୟର, ସଞ୍ଜୁ ସାମସନ୍, ୱାଶିଂଟନ୍ ସୁନ୍ଦର ଏବଂ ଶାହାବାଜ ଅହମ୍ମଦଙ୍କ ଭଳି କ୍ରିକେଟର ଅଛନ୍ତି, ଯେଉଁମାନେ ଦୀପକ ହୁଡାଙ୍କଠାରୁ ମଧ୍ୟ ଭଲ । ୱାଶିଂଟନ୍ ସୁନ୍ଦର ଓ ଶାହାବାଜ ଅହମ୍ମଦ ସ୍ପିନ୍ ବୋଲିଂ ବ୍ୟତୀତ ବିସ୍ଫୋରକ ବ୍ୟାଟିଂରେ ମଧ୍ୟ ପାରଦର୍ଶି । ଏଭଳି ପରିସ୍ଥିତିରେ ଦୀପକ ହୁଡାଙ୍କ ପାଇଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବା କଷ୍ଟକର । 

ଅଧିକ ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କେଉଁ ଚ୍ୟାନେଲରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

ଅଧିକ ପଢ଼ନ୍ତୁ:-ଝିଅଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି

ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡ ବିପକ୍ଷରେ ଏପରି ହେବ ଭାରତର ଚୂଡ଼ାନ୍ତ ଏକାଦଶ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

୩. ମହମ୍ମଦ ସିରାଜ (Mohammad Siraj)

ଦ୍ରୁତ ବୋଲର ମହମ୍ମଦ ସିରାଜ ସମଗ୍ର ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଗୋଟିଏ ବି ମ୍ୟାଚ୍ ଖେଳି ନ ପାରନ୍ତି । ଏହି ଗସ୍ତରେ ଟିମ୍ ଇଣ୍ଡିଆରେ ମହମ୍ମଦ ସିରାଜଙ୍କ ଉପରେ ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ, ଦୀପକ ଚହର ଏବଂ କୁଲଦୀପ ସେନଙ୍କ ଭଳି ଦ୍ରୁତ ବୋଲରମାନେ ଭାରି ପଡ଼ିବେ । ଏଭଳି ପରିସ୍ଥିତିରେ ମହମ୍ମଦ ସିରାଜଙ୍କୁ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ପାଣି ପିଆଉଥିବାର ଦେଖିବାକୁ ମିଳିପାରେ । ସେ ଗୋଟିଏ ମ୍ୟାଚରେ ଖେଳିବାର ସୁଯୋଗ ପାଇବେ ନାହିଁ ବୋଲି ଆଶା କରାଯାଉଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଉଭୟ ଟି​​-20 ଓ ODI ସିରିଜରେ ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର ଏବଂ ଦୀପକ ଚହର ଟିମ୍ ଇଣ୍ଡିଆର ପ୍ରଥମ ପସନ୍ଦ ହେବେ ।