Norway Chess: ବିଶ୍ୱବିଜେତାଙ୍କୁ ହରାଇଲେ ବିଶ୍ୱନାଥନ
Advertisement
Article Detail0/zeeodisha/odisha1203098

Norway Chess: ବିଶ୍ୱବିଜେତାଙ୍କୁ ହରାଇଲେ ବିଶ୍ୱନାଥନ

ପୂର୍ବତନ ବିଶ୍ୱଚାମ୍ପିଅନ୍ ବିଶ୍ୱନାଥନ୍, ଚତୁର୍ଥ ଏବଂ ନବମ ରାଉଣ୍ଡରେ ଅନିଶ ଗିରି (ନେଦରଲାଣ୍ଡ) ଏବଂ ମ୍ୟାକ୍ସାଇମ୍ ଭାଚିଅର୍-ଲାଗ୍ରାଭ (ଫ୍ରାନ୍ସ)ଙ୍କ ବିପକ୍ଷରେ ପରାସ୍ତ ହୋଇ ବ୍ଲିଟ୍ ଇଭେଣ୍ଟରେ ୫ ପଏଣ୍ଟ ସହ ୧୦ ପ୍ଲେୟାର୍ସଙ୍କ ଟୁର୍ଣ୍ଣାମେଣ୍ଟକୁ ମଙ୍ଗଳବାର ଶେଷ କରିଛନ୍ତି।

ଫାଇଲ ଫଟୋ

Norway Chess : ଦୁଇ ରାଉଣ୍ଡ ହାରିଲା ପରେ ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥ ଆନନ୍ଦଙ୍କ ବିଜୟ ଅଭିଯାନ ଆରମ୍ଭ ହୋଇଛି। ମଙ୍ଗଳବାର ନରୱେ ଚେସରେ ବିଶ୍ୱନାଥନ ବିଶ୍ୱବିଜେତା ମଗନୁସ ଚାର୍ଲସେନଙ୍କ ପରାସ୍ତ କରିଛନ୍ତି। ମଗନୁସ ତାଙ୍କ ସପ୍ତମ ରାଉଣ୍ଡରେ ବିଶ୍ୱନାଥନଙ୍କ ସହ ଭେଟି ଥିଲେ।

Norway Chessରେ ଚତୁର୍ଥ ସ୍ଥାନ ହାସଲ କରିବା ପାଇଁ ବ୍ଲିଟ୍ ଇଭେଣ୍ଟରେ ଭାରତୀୟ ଚେସ୍ ତାରକା ବିଶ୍ୱନାଥନ୍ ଆନନ୍ଦ, ବିଶ୍ୱ ଚାମ୍ପିଅନ୍ ମାଗନୁସ୍ ଚାର୍ଲସେନଙ୍କୁ ପରାସ୍ତ କରିଛନ୍ତି। ପୂର୍ବତନ ବିଶ୍ୱଚାମ୍ପିଅନ୍ ବିଶ୍ୱନାଥନ୍, ଚତୁର୍ଥ ଏବଂ ନବମ ରାଉଣ୍ଡରେ ଅନିଶ ଗିରି (ନେଦରଲାଣ୍ଡ) ଏବଂ ମ୍ୟାକ୍ସାଇମ୍ ଭାଚିଅର୍-ଲାଗ୍ରାଭ (ଫ୍ରାନ୍ସ)ଙ୍କ ବିପକ୍ଷରେ ପରାସ୍ତ ହୋଇ ବ୍ଲିଟ୍ ଇଭେଣ୍ଟରେ ୫ ପଏଣ୍ଟ ସହ ୧୦ ପ୍ଲେୟାର୍ସଙ୍କ ଟୁର୍ଣ୍ଣାମେଣ୍ଟକୁ ମଙ୍ଗଳବାର ଶେଷ କରିଛନ୍ତି।

Also Read: IPL 2022 Final : ଡେବ୍ୟୁ ସିଜିନରେ ଇତିହାସ ରଚିଲା Gujarat Titans, ତୃତୀୟ ଥର Rajasthan..

ଇଣ୍ଡିଆନ୍ ଗ୍ରାଣ୍ଡମାଷ୍ଟର ଦ୍ୱିତୀୟ ରାଉଣ୍ଡ ଡ୍ର କରିବା ପୂର୍ବରୁ ଆର୍ଯ୍ୟନ୍ ତାରି (ନରୱେ)ଙ୍କୁ ପରାସ୍ତ କରିଥିଲେ। ତୃତୀୟ ରାଉଣ୍ଡରେ ଭେଟେରାନ ଭେସେଲିନ ଟୋପାଲୋଭଙ୍କ ଉପରେ ତୃତୀୟ ରାଉଣ୍ଡରେ ଏକ ବିଜୟ ପୋଷ୍ଟ କରିଥିଲେ। ଏହା ପୂର୍ବରୁ ସେ ତେମୁର ରାଡଜାବୋଭଙ୍କ ସହ ପଏଣ୍ଟ ବାଣ୍ଟିଥିଲେ। ଗିରିଙ୍କୁ ହରାଇବା ଏବଂ ହାଓ ୱାଙ୍ଗ (ଚାଇନା)ଙ୍କ ସହ ଡ୍ର ପରେ ଆନନ୍ଦ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି। 

ସୂଚନାଯୋଗ୍ୟ, ଥମ ତିନି ରାଉଣ୍ଡରୁ ୨.୫ ପଏଣ୍ଟ ସହ ଇଣ୍ଡିଆନ୍ ଗ୍ରାଣ୍ଡମାଷ୍ଟ ବିଶ୍ୱନାଥନ ଆନନ୍ଦ ନିଜର Norway Chess ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ ଶାଖିଆର୍ ମାମେଡିଆରୋଭଙ୍କ ବିପକ୍ଷରେ ଡ୍ର ’ପରେ ୱାଚିଆର୍-ଲାଗ୍ରେଭଙ୍କୁ ହରାଇବା ଏକ ହାଇ ଫିନିସ ହେବାର ସମ୍ଭାବନା ଦେଇଥିଲା। ଆମେରିକୀୟ ୱେସଲି ୬.୫ ପଏଣ୍ଟ ସହ ଟୁର୍ଣ୍ଣାମେଣ୍ଟର ଟପରେ ଥିବା ବେଳେ କାର୍ଲସେନ ଦ୍ୱିତୀୟ, ଗିରି ତୃତୀୟ ଓ ବିଶ୍ୱନାଥନ ଚତୁର୍ଥସ୍ଥାନରେ ଅଛନ୍ତି।

ମଙ୍ଗଳବାର Norway Chessର କ୍ଲାସିକାଲ ଇଭେଣ୍ଟ ଆରମ୍ଭ ହେଉଛି। ଏଥିରେ ୧୦ ଜଣ ଖେଳାଳି ଅଂଶଗ୍ରହଣ କରିବେ। କ୍ଲାସିକାଲ ଇଭେଣ୍ଟରେ ବିଶ୍ୱନାଥନ ଆନନ୍ଦ ଫ୍ରାନ୍ସର ମ୍ୟାକ୍ସାଇମ୍ ଭାଚିଅର୍-ଲାଗ୍ରାଭଙ୍କ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବେ।