Indian Cricket Team Coach: ରାହୁଲଙ୍କୁ ବିଦା କରିଦେବ ବିସିସିଆଇ !, ଏହି ଖେଳାଳିଙ୍କୁ ମିଳିବ ନୂଆ ଦାୟିତ୍ୱ
Advertisement

Indian Cricket Team Coach: ରାହୁଲଙ୍କୁ ବିଦା କରିଦେବ ବିସିସିଆଇ !, ଏହି ଖେଳାଳିଙ୍କୁ ମିଳିବ ନୂଆ ଦାୟିତ୍ୱ

Indian Cricket Team Coach: ଆଇସିସି (ICC) ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ପରାଜୟ ପରଠାରୁ ରାହୁଲ ଦ୍ରାବିଡଙ୍କୁ ବଦଳାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଟିମ୍ ଇଣ୍ଡିଆର ନୂତନ କୋଚ୍ ନିଯୁକ୍ତି ମଧ୍ୟ ଦାବି ଜୋର ଧରିଛି। ଏଥିସହିତ ଏହାର ସୂଚନା ବିସିସିଆଇ ଦ୍ୱାରା ମଧ୍ୟ ଦିଆଯାଇଛି। 

Indian Cricket Team Coach:  ରାହୁଲଙ୍କୁ ବିଦା କରିଦେବ ବିସିସିଆଇ !, ଏହି ଖେଳାଳିଙ୍କୁ ମିଳିବ ନୂଆ ଦାୟିତ୍ୱ

Indian Cricket Team Coach:  ନୂଆଦିଲ୍ଲୀ: ନିକଟରେ ଅଷ୍ଟ୍ରେଲିଆରେ (Australia) ଖେଳାଯାଇଥିବା ଟି-୨୦ ବିଶ୍ୱକପରେ (T20 World Cup) ଭାରତୀୟ ଦଳ (Indian Team) ଲଜ୍ଜାଜନକ ପରାଜୟ ପରେ କୋଚ (Coach) ରାହୁଲ ଦ୍ରାବିଡଙ୍କ (Rahul Dravid) ସ୍ଥାନରେ ଜଣେ ନୂତନ କୋଚଙ୍କୁ (New Coach) ନିଯୁକ୍ତି ପାଇଁ ଦାବି ଜୋର ଧରିଛି। କୁହାଯାଉଛି ଯେ ଭାରତରେ (India) ବିସିସିଆଇ (BCCI) ମଧ୍ୟ ଟି-୨୦ ଫର୍ମାଟ୍ (T20 Format) ପାଇଁ ଅଲଗା କୋଚ୍ ରହିବା ସପକ୍ଷରେ ଅଛି। ମିଳିଥିବା ସୂଚନା ଅନୁଯାୟୀ ଯେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ପାଇଁ ନୂତନ କୋଚିଂ ସେଟଅପ୍ ଶୀଘ୍ର ଘୋଷଣା କରିପାରେ।

ଆଇସିସି (ICC) ଟି-୨୦ ବିଶ୍ୱକପ ୨୦୨୨ରେ ଭାରତର ପରାଜୟ ପରଠାରୁ ରାହୁଲ ଦ୍ରାବିଡଙ୍କୁ ବଦଳାଇବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏପରିକି ଟିମ୍ ଇଣ୍ଡିଆର ନୂତନ କୋଚ୍ ନିଯୁକ୍ତି ମଧ୍ୟ ଦାବି ଜୋର ଧରିଛି। ଏଥିସହିତ ଏହାର ସୂଚନା ବିସିସିଆଇ ଦ୍ୱାରା ମଧ୍ୟ ଦିଆଯାଇଛି। ଟିମ୍ ଇଣ୍ଡିଆ ବର୍ତ୍ତମାନ ବାଂଲାଦେଶ ଗସ୍ତରେ ଅଛି, ଯେଉଁଠାରେ ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ଦଳ। ଏହି ଯାତ୍ରା ପରେ ଜାନୁଆରୀରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା। ଏଠାରେ ଘରୋଇ ଦଳ ସହିତ ଶ୍ରୀଲଙ୍କା ଟି-୨୦ ସିରିଜ ଖେଳିବ। ଏହି ସମୟ ମଧ୍ୟରେ ଭାରତୀୟ ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରାପ୍ତ ସୂଚନା ଅନୁଯାୟୀ ଟିମ୍ ଇଣ୍ଡିଆ ଟି୨୦ ସିରିଜ ପୂର୍ବରୁ ଜଣେ ନୂଆ କୋଚ୍ ପାଇବ। ତେବେ ଏନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ତେବେ ଅନ୍ତର୍ଜାତୀୟ ଦଳରେ ଅଭିଜ୍ଞ ଥିବା ଖେଳାଳିଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି। 

ଚଳିତ ମାସରେ ଭାରତୀୟ ଦଳର କୌଣସି ଟି-୨୦ ମ୍ୟାଚ୍ ନାହିଁ। ଆସନ୍ତା ବର୍ଷ ଆରମ୍ଭରେ ଭାରତ ଟି-୨୦ ଇଣ୍ଟରନ୍ୟାସନାଲରେ ନୂଆ ଚେହେରା ସହିତ ଆରମ୍ଭ କରିବ। ବର୍ତ୍ତମାନ ଟି-୨୦ କୋଚର ଦାୟିତ୍ୱ ମଧ୍ୟ ରାହୁଲ ଦ୍ରାବିଡଙ୍କ କାନ୍ଧରେ ଅଛି। ଦ୍ରାବିଡ ସମସ୍ତ ତିନୋଟି ଫର୍ମାଟରେ କୋଚ୍ ଅଟନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଅଧିନାୟକତ୍ୱ ଦେଖିବାକୁ ମିଳିବ। ଏହା ସହିତ ଟି-୨୦ କୋଚ୍ ମଧ୍ୟ ନୂଆ ହେବ। କୁହାଯାଉଛି ଯେ ଯଦି ରାହୁଲ ଦ୍ରାବିଡ ଦିନିକିଆ ଏବଂ ଟେଷ୍ଟ ଦଳର କୋଚ ହେବେ, ତେବେ ଅନ୍ୟ କେହି ଟି-୨୦ ଦଳର କୋଚ ଦାୟିତ୍ୱ ମିଳିବେ।

ଚଳିତ ମାସ ଶେଷ ସୁଦ୍ଧା ବିସିସିଆଇର ଚୟନ କମିଟି ନୂତନ କୋଚ ନିଯୁକ୍ତି କରାଯିବ ବୋଲି ଜଣାପଡ଼ିଛି। ବିସିସିଆଇ ଚୟନ କମିଟି ସିଏସି କମିଟି ମଧ୍ୟ ଗଠନ କରାଯାଇଛି। ଖୁବଶୀଘ୍ର ନୂଆ ଚୟନ କମିଟି ନୂତନ କୋଚ ଚୟନ ନେଇ ଘୋଷଣା କରିବେ। ଏହାପରେ ଭାରତୀୟ ଦଳର ରୂପରେଖରେ ଗୁରୁତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିବ। 

ଶ୍ରୀଲଙ୍କା ସିରିଜ ପରେ ଭାରତୀୟ ଦଳ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବ। ଏହା ସହିତ ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ମଧ୍ୟ ନିଜର ପ୍ରସ୍ତୁତିକୁ ଜୋରଦାର କରିବ। ଶୁଣିବାକୁ ମିଳୁଛି ଯେ ଆଇପିଏଲର କୌଣସି ଜଣେ ଦକ୍ଷ କୋଚଙ୍କୁ ଭାରତୀୟ ଦଳର କୋଚ ଭାବେ ନିଯୁକ୍ତି କରାଯାଇପାରେ। ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ସହିତ ଆଇପିଏଲର ଭଲ ପ୍ରଦର୍ଶନ କରୁଥିବା ଦଳର କୋଚଙ୍କୁ ଏହି ଦାୟିତ୍ୱ ମିଳିବ।