Kane Williamson Sunrisers Hyderabad: ଡେଭିଡ ୱାର୍ଣ୍ଣର (David Warner) ଙ୍କ ଅଧିନାୟକତ୍ୱରେ ୨୦୧୬ରେ କେବଳ ଥରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ଆଇପିଏଲ୍ ଟ୍ରଫି (IPL Trophy) ଜିତିଥିଲା । ସେବେଠାରୁ ହାଇଦ୍ରାବାଦ ଏହି ଆଇପିଏଲ ଟ୍ରଫି କେବେ ନିଜ ନାମରେ କରିପାରି ନାହିଁ । ବର୍ତ୍ତମାନ ଏକ ବଡ଼ ନିଷ୍ପତ୍ତି ନେଇ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନ (Kane Williamson) ଙ୍କୁ ରିଲିଜ୍ କରିଦେଇଛି । ଏଭଳି ପରିସ୍ଥିତିରେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ କେନ ୱିଲିୟମସନଙ୍କ ସ୍ଥାନରେ ହାଇଦ୍ରାବାଦର ଅଧିନାୟକ (Sunrisers Hyderabad Captain) କିଏ ହେବେ? ସନରାଇଜର୍ସ ହାଇଦ୍ରାବାଦ ଦଳରେ ଜଣେ ଏପରି ଖେଳାଳି ଅଛନ୍ତି ଯିଏ ୱିଲିୟମସନଙ୍କ ସ୍ଥାନରେ ଅଧିନାୟକ ହୋଇପାରିବେ । ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନର ଅଧିନାୟକ କେନ୍ ୱିଲିୟମସନ ଙ୍କୁ ରିଟେନ କରିନାହିଁ । ସନ ୱିଲିୟମସନଙ୍କ ଅଧିନାୟକତ୍ୱରେ ହାଇଦ୍ରାବାଦ ଆଇପିଏଲ ୨୦୨୨ (IPL 2022) ରେ ବହୁତ ଖରାପ ପ୍ରଦର୍ଶନ କରିଥିଲା ​। 


COMMERCIAL BREAK
SCROLL TO CONTINUE READING

IPL 2022 ରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) ପ୍ଲେ ଅଫରେ ମଧ୍ୟ ପହଞ୍ଚି ପାରି ନଥିଲା । ଏହି କାରଣରୁ, ଫ୍ରାଞ୍ଚାଇଜି ଏହି ବଡ଼ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଭୁବନେଶ୍ୱର କୁମାର (Bhuvneshwar Kumar) କେନ୍ ୱିଲିୟମସନଙ୍କ ସ୍ଥାନରେ ଅଧିନାୟକ ହୋଇପାରନ୍ତି । ଭୁବନେଶ୍ୱର କୁମାର ଆଇପିଏଲ୍ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଉପ-ଅଧିନାୟକ ଥିଲେ । ଏଥି ସହିତ ଭୁବନେଶ୍ୱର କୁମାର ୨୦୧୯ରେ ପ୍ରଥମ ଥର ପାଇଁ ଦଳର ଅଧିନାୟକ ହୋଇଥିଲେ । ଜଣେ ଖେଳାଳି ଭାବରେ ଭୁବନେଶ୍ୱର କୁମାର ୧୦୨ ମ୍ୟାଚ୍ ଖେଳିବା ପରେ ତାଙ୍କୁ ଅଧିନାୟକତ୍ୱର କମାଣ ମିଳିଥିଲା ।


ଭୁବନେଶ୍ୱର କୁମାର (Bhuvneshwar Kumar) ହାଇଦ୍ରାବାଦର ୬ଟି ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ଯେଉଁଥିରୁ ଦଳ ୨ଟି ମ୍ୟାଚ ଜିତିଛି । ସେ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ସହ ଟିମ୍ ଇଣ୍ଡିଆ (Team India) ରେ ଖେଳିଛନ୍ତି । ଆଇପିଏଲର ଭବନେଶ୍ୱର କୁମାର ଏକମାତ୍ର ବୋଲର ଯିଏକି ଦୁଇଥର ପର୍ପଲ କ୍ୟାପ ଜିତିଛନ୍ତି । ଭୁବନେଶ୍ୱର କୁମାର ୨୦୧୬ ଓ ୨୦୧୭ରେ ପର୍ପଲ କ୍ୟାପ୍ ଜିତିଥିଲେ । ଇନିଂସ ଆରମ୍ଭରେ ସେ ଅତ୍ୟନ୍ତ ଖତରନାକ୍ ବୋଲିଂ କରନ୍ତି ଓ ବହୁତ ଉପଯୋଗୀ ବୋଲି ପ୍ରମାଣ କରନ୍ତି ।


ଅଧିକ ପଢ଼ନ୍ତୁ:-ଟି-୨୦ ସିରିଜ୍ ପୂର୍ବରୁ 'ରିକ୍ସା' ଚଳାଉଥିବାର ନଜର ଆସିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେନ୍ ୱିଲିୟମସନ, VIDEO ଭାଇରାଲ


ଅଧିକ ପଢ଼ନ୍ତୁ:-କଟକର ବାଲିଯାତ୍ରାକୁ କାହିଁକି ମନେପକାଇଲେ ପିଏମ ମୋଦି, ଜାଣନ୍ତୁ ଇଣ୍ଡୋନେସିଆର ବାଲି ସହ କ'ଣ ରହିଛି ଏହାର କନେକଶନ୍


ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି


 


ଭୁବନେଶ୍ୱର କୁମାର (Bhuvneshwar Kumar) ପାଖରେ ଯେକୌଣସି ବ୍ୟାଟିଂ ଆକ୍ରମଣକୁ ବିଧ୍ୱସ୍ତ କରିବାର କ୍ଷମତା ଅଛି । ଭୁବନେଶ୍ୱର କୁମାର ନିଜେ ସନରାଇଜର୍ସ ହାଇଦ୍ରାବାଦକୁ ଅନେକ ମ୍ୟାଚ୍ ଜିତାଇଛନ୍ତି । ସେ ଆଇପିଏଲର ୧୪୬ଟି ମ୍ୟାଚରେ ୧୫୪ ୱିକେଟ୍ ନେଇଛନ୍ତି । ସେ ହାଇଦ୍ରାବାଦର ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେଉଛନ୍ତି । ତାଙ୍କର ଲାଇନ୍ ଓ ଲେନ୍ଥ ବହୁତ ସଠିକ୍ ରହିଥାଏ । ଭୁବନେଶ୍ୱର କୁମାର ୱିକେଟର ଉଭୟ ପାର୍ଶ୍ୱରେ ସୁଇଙ୍ଗ୍ କରିବାରେ ଜଣେ ପାରଦର୍ଶୀ ଖେଳାଳି ।