IND vs NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି
Advertisement

IND vs NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି

IND vs NZ: ଟିମ୍ ଇଣ୍ଡିଆର ଏହି ଖେଳାଳି ଦୀର୍ଘ ସମୟ ପରେ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । କାରଣ ଏହି ଖେଳାଳି ଅଷ୍ଟ୍ରେଲିଆରେ ଆୟୋଜିତ ଟି-20 ବିଶ୍ୱକପ ୨୦୨୨ରେ ସୁଯୋଗ ପାଇନଥିଲେ । ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳି ନିଶ୍ଚିତ ଭାବରେ ଟି-20 ବିଶ୍ୱକପ୍ ୨୦୨୨ରେ ଖେଳି ନ ଥିବାରୁ ଦୁଃଖିତ ଥିବେ । 

IND vs NZ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି

India vs New Zealand T20 Series: ଟି-20 ବିଶ୍ୱକପ ୨୦୨୨ (ICC T20 World Cup 2022) ଶେଷ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯିବ । ଏଠାରେ ଭାରତୀୟ ଦଳ ଟି-20 ଓ ଏକ ଦିବସୀୟ ସିରିଜ ଖେଳିବ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୧୮ରେ ୱେଲିଙ୍ଗଟନରେ ଖେଳାଯିବ । ଏହି ଟି-20 ସିରିଜ୍ ପାଇଁ ଟିମ୍ ଇଣ୍ଡିଆ (Team India) ର ଅନ୍ୟତମ ଖତରନାକ୍ କ୍ରିକେଟରଙ୍କ ହଠାତ୍ ପ୍ରତ୍ୟାବର୍ତ୍ତନ ଘଟିଛି । ଯେଉଁ କାରଣରୁ ନ୍ୟୁଜିଲ୍ୟାଣ୍ଡ ଦଳ  ଆତଙ୍କିତ ଅବସ୍ଥାରେ ଥିବେ! ଟିମ୍ ଇଣ୍ଡିଆର ଏହି ଖେଳାଳି ଦୀର୍ଘ ସମୟ ପରେ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବେ । କାରଣ ଏହି ଖେଳାଳି ଅଷ୍ଟ୍ରେଲିଆରେ ଆୟୋଜିତ ଟି-20 ବିଶ୍ୱକପ ୨୦୨୨ରେ ସୁଯୋଗ ପାଇନଥିଲେ । ଟିମ୍ ଇଣ୍ଡିଆର ଏହି ଘାତକ ଖେଳାଳି ନିଶ୍ଚିତ ଭାବରେ ଟି-20 ବିଶ୍ୱକପ୍ ୨୦୨୨ରେ ଖେଳି ନ ଥିବାରୁ ଦୁଃଖିତ ଥିବେ । ତେଣୁ ଏହି ଦମଦାର୍ ଖେଳାଳି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ନିଜ ବ୍ୟାଟ୍ ସାହାଯ୍ୟରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ଅଛନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର (Shreyas Iyer) ନିଜ ବ୍ୟାଟ୍ ସାହାଯ୍ୟରେ ଧମାଲ୍ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହା ନିଶ୍ଚିତ ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ (Team India) ର ଚୂଡ଼ାନ୍ତ ଏକାଦଶରେ  ଶ୍ରେୟସ୍ ଆୟରଙ୍କୁ ଚୟନ କରାଯିବ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଟିମ୍ ଇଣ୍ଡିଆ ପାଇଁ ଶ୍ରେୟସ୍ ଆୟର ନମ୍ବର ୩ରେ ବ୍ୟାଟିଂ କରିବାକୁ ମୈଦାନରେ ଓହ୍ଲାଇବେ । ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଙ୍କୁ ଟି-20 ବିଶ୍ୱକପ ୨୦୨୨ ପରେ ବ୍ରେକ୍ ଦିଆଯାଇଛି । 

ଏଭଳି ପରିସ୍ଥିତିରେ ବିରାଟ କୋହଲି (Virat Kohli) ଙ୍କ ସ୍ଥାନ ଶ୍ରେୟସ୍ ଆୟର (Shreyas Iyer) ପୂରଣ କରିବେ । ଶ୍ରେୟସ୍ ଆୟରଙ୍କ ବିସ୍ଫୋରକ ବ୍ୟାଟିଂର ପ୍ରତିଭା ସହିତ ମ୍ୟାଚର ଗତି ବଦଳାଇବାର କ୍ଷମତା ଅଛି । ଶ୍ରେୟସ୍ ଆୟର ଟି-20 ଫର୍ମାଟରେ ଜଣେ ଖତରନାକ୍ ଖେଳାଳି । ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଶ୍ରେୟସ୍ ଆୟର ସର୍ବାଧିକ ରନ୍ କରିଥିବା ଖେଳାଳି ହୋଇପାରନ୍ତି ।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି..ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପରେ IPLରେ ବି ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ହଠାତ୍ କରାଗଲା ଦଳରୁ ବାହାର

ଅଧିକ ପଢ଼ନ୍ତୁ:-ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?

ଅଧିକ ପଢ଼ନ୍ତୁ:-ଏପରି ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ମହିଳା

 

ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।