PM Modi on Cuttack Bali Jatra: ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ପିଏମ ମୋଦି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଦୋହରାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଓଡିଶାର କଟକ ସ୍ଥିତ ମହାନାଦୀ କୂଳରେ ବାଲିଯାତ୍ରାର ମହୋତ୍ସବ ଚାଲିଛି । ଏହି ବାଲିଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ହଜାର ହଜାର ବର୍ଷର ବାଣିଜ୍ୟିକ ସମ୍ପର୍କର ଉତ୍ସବ ଅଟେ ।
Trending Photos
PM Modi on Cuttack Bali Jatra: ଜି-20 ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଇଣ୍ଡୋନେସିଆର ବାଲି (Bali) ରେ ପହଞ୍ଚିଛନ୍ତି । ଚଳିତ ଥର ଜି-20 ଶିଖର ସମ୍ମିଳନୀ ବାଲି (G20 Summit in Bali) ରେ ଅନୁଷ୍ଠିତ ହୋଇଛି । ଏହି ସମୟରେ ସେଠାରେ ଥିବା ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ପିଏମ ମୋଦି (PM Modi) ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ଦୋହରାଇଛନ୍ତି । ପିଏମ ମୋଦି କହିଛନ୍ତି ଯେ, ଓଡିଶାର କଟକ ସ୍ଥିତ ମହାନାଦୀ କୂଳରେ ବାଲିଯାତ୍ରା (Cuttack Bali Jatra) ମହୋତ୍ସବ ଚାଲିଛି । ଏହି ବାଲିଯାତ୍ରା (Bali Jatra) ଭାରତ (India) ଓ ଇଣ୍ଡୋନେସିଆ (Indonesia) ମଧ୍ୟରେ ହଜାର ହଜାର ବର୍ଷର ବାଣିଜ୍ୟିକ ସମ୍ପର୍କର ଉତ୍ସବ ଅଟେ ।
ପ୍ରଧାନମନ୍ତ୍ରୀ ମୋଦ (PM Modi) କହିଛନ୍ତି ଯେ, 'ଆଜି ମୁଁ ଯେତେବେଳେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଛି ଓ ଆମେ ଇଣ୍ଡୋନେସିଆ ସଭ୍ୟତାର ଗୀତ ଗାଉଛୁ, ଏହି ମୁହୂର୍ତ୍ତରେ ବାଲି ଠାରୁ ୧,୫୦୦ କିଲୋମିଟର ଦୂରରେ ଥିବା ଭାରତର କଟକ ସହରରେ ମହାନଦୀ (Mahanadi)ର କୂଳରେ ବାଲିଯାତ୍ରା (Cuttack Bali Jatra) ଉତ୍ସବ ଚାଲିଛି । ଏହି ପର୍ବ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଏକ ଉତ୍ସବ ଅଟେ ।" ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, "ଯେତେବେଳେ ଇଣ୍ଡୋନେସିଆର ଲୋକମାନେ ଇଣ୍ଟରନେଟରେ ଚଳିତ ବର୍ଷର ବାଲିଯାତ୍ରାର ଫଟୋ ଦେଖିବେ ସେତେବେଳେ ସେମାନେ ଗର୍ବିତ ହେବେ ଓ ସେମାନେ ଖୁସି ହେବେ । କୋଭିଡ କାରଣରୁ କିଛି ବାଧା ଉପୁଜିଥିଲା କିନ୍ତୁ ବର୍ତ୍ତମାନ ଲକ୍ଷ ଲକ୍ଷ ଲୋକଙ୍କ ଅଂଶଗ୍ରହଣରେ ଧୂମଧାମରେ ବାଲିଯାତ୍ରା ପାଳନ କରାଯାଉଛି ।"
ବାଲି ଆସିବାର ଅଭିଜ୍ଞତା ବାଣ୍ଟି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, "ବାଲି ଆସିବା ପରେ ପ୍ରତ୍ୟେକ ଭାରତୀୟଙ୍କର ଅଲଗା ଅଲଗା ଅନୁଭୂତି ହୋଇଥାଏ । ମୁଁ ମଧ୍ୟ ସମାନ ଅନୁଭବ କରୁଛି । ଯେଉଁ ସ୍ଥାନ ସହିତ ଭାରତର ସହସ୍ର ବର୍ଷର ସମ୍ପର୍କ ରହିଆସିଛି, ଯାହା ବିଷୟରେ ଆପଣ ଶୁଣିଥାଉଛନ୍ତି, ସେହି ପରମ୍ପରାକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଯାଇଛି । କିନ୍ତୁ ଏହାକୁ କେବେ ବି ଅଦୃଶ୍ୟ ହେବାକୁ ଦିଆଯାଇ ନାହିଁ ।"
ଅଧିକ ପଢ଼ନ୍ତୁ:-ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ହଠାତ୍ ଫେରିଲେ ଭାରତର ଏହି ଖତରନାକ୍ ଖେଳାଳି
ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ପରେ IPLରେ ବି ଶେଷ ହେଲା ଏହି ଖେଳାଳିଙ୍କ କ୍ୟାରିୟର! ହଠାତ୍ କରାଗଲା ଦଳରୁ ବାହାର
ଅଧିକ ପଢ଼ନ୍ତୁ:-ପୋଲାଣ୍ଡ ଉପରେ ପଡ଼ିଲା ଋଷର ମିସାଇଲ, ୨ ମୃତ; ମସ୍କୋ ଉପରେ NATO କରିବ ଆକ୍ରମଣ?
କ'ଣ ରହିଛି ଓଡିଶାର ବାଲିଯାତ୍ରାର ଇତିହାସ?
'ବାଲି ଯାତ୍ରା' (Bali Jatra) ହେଉଛି ଏକ ମେଳା ମହୋତ୍ସବ । ଯାହା ଓଡିଶାର ସମୃଦ୍ଧ ସାମୁଦ୍ରିକ ଇତିହାସକୁ କହିଥାଏ । ଏହା ସମଗ୍ର ରାଜ୍ୟରେ ପାଳନ କରାଯାଏ । ଐତିହାସିକ ସହର କଟକରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ କରି ଏହା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲି ଥାଏ । ବାସ୍ତବରେ କଳିଙ୍ଗ ସାମ୍ରାଜ୍ୟ (ବର୍ତ୍ତମାନର ଓଡିଶା) ନିଜର ଚମତ୍କାର ସାମୁଦ୍ରିକ ଇତିହାସ ପାଇଁ ଜଣାଶୁଣା । କଳିଙ୍ଗର ଭୌଗୋଳିକ ଅବସ୍ଥିତି ଯୋଗୁଁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଓ ପଞ୍ଚମ ଶତାବ୍ଦୀ ପୂର୍ବରୁ ଏହି ଅଞ୍ଚଳରେ ବନ୍ଦର ନିର୍ମାଣ ଆରମ୍ଭ ହୋଇଥିଲା । ତାମ୍ରଲିପ୍ତି, ମାଣିକପାଟନା, ଚେଲିଟାଲୋ, ପଲୁର ଏବଂ ପିଥୁଣ୍ଡ ପରି କେତେକ ପ୍ରସିଦ୍ଧ ବନ୍ଦର ମାଧ୍ୟମରେ ଭାରତ ସମୁଦ୍ର ଦେଇ ଅନ୍ୟ ଦେଶ ସହିତ ଯୋଡ଼ି ପାରିଥିଲା । ଖୁବ୍ ଶୀଘ୍ର କଳିଙ୍ଗବାସୀ ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି ଏବଂ ବର୍ମା ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲା । ବାଲି ସେହି ଚାରୋଟି ଦ୍ୱୀପପୁଞ୍ଜର ଏକ ଅଂଶ ଥିଲା, ଯାହାକୁ ବର୍ତ୍ତମାନ ସମୟରେ ଇଣ୍ଡୋନେସିଆ ଭାବରେ ଜଣାଶୁଣା ।