IPL 2024: ବଢିଲା ଟେନସନ୍, ଆଇପିଏଲରୁ ବାଦ ପଡ଼ିବେ ଏହି ୪ ଷ୍ଟାର ଖେଳାଳି!
Advertisement

IPL 2024: ବଢିଲା ଟେନସନ୍, ଆଇପିଏଲରୁ ବାଦ ପଡ଼ିବେ ଏହି ୪ ଷ୍ଟାର ଖେଳାଳି!

IPL 2024: ଆଇପିଏଲ୍ ୨୦୨୪ ଆରମ୍ଭ ନ ହେଉଣୁ ବହୁ ଟିମ୍ ର ଟେନସନ୍ ବଢାଇଛି ଖେଳାଳିଙ୍କ ଆହତ ସମସ୍ୟା । ଆଉ କେଇଟା ମାସ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୪। ଏହା ପୂର୍ବରୁ ଆହତ କାରଣରୁ ଟିମ୍ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ବହୁ ଖେଳାଳି । 

ସୌ(ସୋସିଆଲ ମିଡିଆ)

IPL 2024: ଆଇପିଏଲ୍ ୨୦୨୪ ଆରମ୍ଭ ନ ହେଉଣୁ ବହୁ ଟିମ୍ ର ଟେନସନ୍ ବଢାଇଛି ଖେଳାଳିଙ୍କ ଆହତ ସମସ୍ୟା । ଆଉ କେଇଟା ମାସ ପରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍ ୨୦୨୪। ଏହା ପୂର୍ବରୁ ଆହତ କାରଣରୁ ଟିମ୍ ଇଣ୍ଡିଆରୁ ବାଦ ପଡ଼ିଛନ୍ତି ବହୁ ଖେଳାଳି । ଏହିସବୁ ଖେଳାଳି କେବେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ସେନେଇ କୌଣସି ସୂଚନା ମିଳିପାରିନାହିଁ।

ମହମ୍ମଦ ଶାମି- ଦିନିକିଆ ବିଶ୍ୱକପ ୨୦୨୩ରେ ନିଜ ଧୂଆଁଧାର ବୋଲିଂରେ ବିପକ୍ଷ ଦଳକୁ ଧୂଳି ଚଟାଇଥିବା ଦ୍ରୁତ ବୋଲର ମହମ୍ମଦ ଶାମୀ ମଧ୍ୟ ଆହତ କାରଣରୁ ଟିମ୍ ଇଣ୍ଡିଆ ବାଦ ପଡ଼ିଛନ୍ତି। ସଦ୍ୟ ସୂଚନା ଅନୁଯାୟୀ, ଶାମି ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ୍ ରେ ଦଳକୁ କମବ୍ୟାକ୍ କରିପାରନ୍ତି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସେହିପରି ଶାମି ଆଇପିଏଲରେ ଗୁଜରାଟ ଟାଇଟାନ୍ସର ଖେଳାଳି ଅଟନ୍ତି । ଶାମି ଦଳର ଏକମାତ୍ର ଅଭିଜ୍ଞ ଦ୍ରୁତ ବୋଲର ହୋଇଥିବାରୁ ସେ ଆଇପିଏଲ୍ ରୁ ବାଦ ପଡ଼ିବା ଟିମ୍ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

ହାର୍ଦ୍ଦିକ ପାଣ୍ଡ୍ୟା- ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ଯ ଦିନିକିଆ ବିଶ୍ୱକପ ୨୦୨୩ରେ ଆହତ ହୋଇଥିଲେ। ଯାହା ପରେ ସେ ପୁରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ । ସେବେଠାରୁ ପାଣ୍ଡ୍ୟା ଟିମ୍ ଇଣ୍ଡିଆରୁ ବାଦ ପଡ଼ିଛନ୍ତି । ସେ କେବେ ଦଳକୁ ଫେରିବେ ସେନେଇ କୌଣସି ଠୋସ୍ ସୂଚନା ମିଳିପାରିନାହିଁ। ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକଙ୍କୁ ଦଳର ଅଧିନାୟକ ଦାୟିତ୍ବ ଦେଇଛି । ଯଦି ହାର୍ଦ୍ଦିକ ଆଇପିଏଲରୁ ବାଦ ପଡ଼ିନ୍ତି ତାହାଲେ ଦଳ ପାଇଁ ଏହା ବଡ଼ ସମସ୍ୟା ସୃଷ୍ଟି କରିବ ।

 ଋତୁରାଜ ଗାଇକୱାଡ୍- ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଇକୱାଡ ଆହତ ହୋଇଥିଲେ। ଏହାପରେ ସେ ଦଳରୁ ବାଦ ପଡ଼ିଛନ୍ତି। ଆଫଗାନିସ୍ତାନ ସହ ଖେଳାଯିବାକୁ ଥିବା ଟି -20 ସିରିଜରୁ ମଧ୍ଯ ଋତୁରାଜ ବାଦ ପଡିଛନ୍ତି । ଯଦି ଗାଇକୱାଡ୍ ଆଇପିଏଲ୍ ୨୦୨୪କୁ ମିସ୍ କରନ୍ତି, ତେବେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏହା ଏକ ବଡ ଝଟକା ସାବ୍ୟସ୍ତ ହେବ ।

ସୂର୍ଯ୍ୟକୁମାର ଯାଦବ- ଏଥର ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । କାରଣ ଦଳର ଦୁଇ ବଡ ଖେଳାଳି ବର୍ତ୍ତମାନ ଆହତ ଅଛନ୍ତି। ହାର୍ଦ୍ଦିକଙ୍କ ପରେ ସୁର୍ଯ୍ୟକୁମାର ଯାଦବ ମଧ୍ୟ ଆହତ କାରଣରୁ ଦଳରୁ ବାଦପଡ଼ିଛନ୍ତି । ସୂର୍ଯ୍ୟକୁମାର ବର୍ତ୍ତମାନ ହର୍ନିଆ ଅସ୍ତ୍ରୋପଚାର କରିବା ନେଇ ସୂଚନା ମିଳିଛି । ତେବେ ସେ କେବେ ସମ୍ପୂର୍ଣ୍ଣ ଫିଟ୍ ହେବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ। ଯଦି ସୂର୍ଯ୍ୟକୁମାର ଆଇପିଏଲରୁ ବାଦ ପଡ଼ନ୍ତି ତାହାଲେ ଏହା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସମସ୍ୟା ବଢାଇବ ।