Advertisement
Article Detail0/zeeodisha/odisha1977714

IPL 2024: ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ ହାର୍ଦ୍ଦିକ! ଦଳରୁ ବାଦ ପଡ଼ିପାରନ୍ତି ଏହି ଧୂଆଁଧାର ବ୍ୟାଟମ୍ୟାନ୍ସ

IPL 2024: କ୍ରିକେଟ୍ ର ମହାପର୍ବ କୁହାଯାଉଥିବା ଆଇପିଏଲ୍ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହେବ। ଏନେଇ ପ୍ରାୟ ୪ ମାସ ବାକି ରହିଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବର୍ତ୍ତମାନ ବିଭିନ୍ନ ଦଳରେ ଖେଳାଳି ଅଦଳବଦଳ ପ୍ରକ୍ରିୟା ଜାରି ରହିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୌ(ସୋସିଆଲ ମିଡିଆ)
ସୌ(ସୋସିଆଲ ମିଡିଆ)

IPL 2024: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ (IPL 2024) । କ୍ରିକେଟ୍ ର ମହାପର୍ବ କୁହାଯାଉଥିବା ଆଇପିଏଲ୍ ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହେବ। ଏନେଇ ପ୍ରାୟ ୪ ମାସ ବାକି ରହିଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ବର୍ତ୍ତମାନ ବିଭିନ୍ନ ଦଳରେ ଖେଳାଳି ଅଦଳବଦଳ ପ୍ରକ୍ରିୟା ଜାରି ରହିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ (Mumbai Indians) ଫେରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଗୁଜୁରାଟ ଟାଇଟାନ୍ସର (Gujarat Titans) ସଫଳ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡି଼ ମୁମ୍ବାଇରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ବିସିସିଆଇ ସୂତ୍ର ଅନୁଯାୟୀ, ହାର୍ଦ୍ଦିକ ଆସନ୍ତା ଆଇପିଏଲ ୨୦୨୪ରେ ଗୁଜୁରାଟ ପାଇଁ ଖେଳିବେ ନାହିଁ। ସେ ପୂର୍ବତନ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏଭଳି ସ୍ଥିତିରେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଛି ଯେ, ଯଦି ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରନ୍ତି, ତାହାଲେ କେଉଁ ଖେଳାଳିଙ୍କୁ ଦଳରୁ ବାଦ ଦିଆଯିବ। ପାଣ୍ଡ୍ୟା ଜଣେ ବଡ଼ ବଜେଟ୍ ଖେଳାଳି ଅଟନ୍ତି । ଯଦି ହାର୍ଦ୍ଦିକ ମୁମ୍ବାଇରେ ସାମିଲ ହୁଅନ୍ତି ତାହାଲେ ଏଥିପାଇଁ ଦଳକୁ ୧୫ କୋଟି ଟଙ୍କା ଦେବାକୁ ପଡିବ। କିନ୍ତୁ ବର୍ତ୍ତମାନ ଦଳ ନିକଟରେ ମାତ୍ର ୫୦ ଲକ୍ଷ ଟଙ୍କା ବାକି ରହିଛି। ଏଭଳି ସ୍ଥିତିରେ, ମୁମ୍ବାଇକୁ ଏକ ବଡ଼ ବଜେଟ ଖେଳାଳିଙ୍କୁ ଦଳରୁ ବହିଷ୍କାର କରିବାକୁ ପଡି଼ବ, ଯାହାର ବଜେଟ୍ ପ୍ରାୟ ୧୫ କୋଟି ଟଙ୍କା ଅଟେ ।

ବାଦ ପଡ଼ିପାରନ୍ତି ଏହି ଖେଳାଳି?

Add Zee News as a Preferred Source

ଇଶାନ କିଶନ (Ishan kishan) ମୁମ୍ବାଇର ଓପନିଂ ବ୍ୟାଟ୍ସମ୍ୟାନ୍ ଅଟନ୍ତି। ମୁମ୍ବାଇ ୧୫.୨୫ କୋଟି ଟଙ୍କାରେ ଇଶାନଙ୍କୁ ଦଳରେ ସାମିଲ କରିଛି। ତେବେ ପାଣ୍ଡ୍ୟାଙ୍କୁ ଦଳକୁ ଫେରାଇ ଆଣିବାକୁ ହେଲେ ମୁମ୍ବାଇକୁ ଇଶାନଙ୍କ ହାତ ଛାଡି଼ବାକୁ ପଡ଼ିବ। ଅପରପକ୍ଷରେ ଇଶାନଙ୍କୁ ଦଳରୁ ବାହାର କରିବା ସହଜ ହେବ ନାହିଁ । ଅନ୍ୟପଟେ ଛୋଟ ଖେଳାଳିଙ୍କୁ ଦଳରୁ ବାଦ ଦେଲେ ମଧ୍ଯ ପାଣ୍ଡ୍ୟାଙ୍କ ବଜେଟ୍ ପୂରଣ ହେବନାହିଁ, ତେଣୁ ଇଶାନ କିଶନଙ୍କୁ ଦଳ ଛାଡି଼ପାରେ ବୋଲି ଅନୁମାନ କରାଯାଉଛି। ଏହା ବ୍ୟତୀତ ଜୋଫ୍ରା ଆର୍ଚରଙ୍କୁ (Jofra Archer) ମଧ୍ୟ ଦଳରୁ ବାହାର କରାଯାଇପାରେ । ଆର୍ଚରଙ୍କୁ ବଜେଟ୍ ୮ କୋଟି ଅଟେ । ଏଭଳି ସ୍ଥିତିରେ ଆର୍ଚରଙ୍କ ସହିତ ୭-୮ କୋଟି ମୂଲ୍ୟର ଅନ୍ୟ ଖେଳାଳିଙ୍କୁ ବାଦ ଦେଇ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରାଯାଇପାରିବ ।

 

About the Author