IPL 2023: କ୍ୟାରିୟରର ସବୁଠାରୁ ବ୍ୟୟବହୁଳ ବୋଲିଂ କଲେ ଏହି ଓଭର, ପଞ୍ଜାବକୁ ପରାଜୟର ମୁହଁ ଦେଖାଇଲେ
Advertisement
Article Detail0/zeeodisha/odisha1673197

IPL 2023: କ୍ୟାରିୟରର ସବୁଠାରୁ ବ୍ୟୟବହୁଳ ବୋଲିଂ କଲେ ଏହି ଓଭର, ପଞ୍ଜାବକୁ ପରାଜୟର ମୁହଁ ଦେଖାଇଲେ

ଏହି ମୁକାବିଲାରେ ଘରୋଇ ପଡ଼ିଆରେ ମ୍ୟାଚ ଖେଳୁଥିବା ପଞ୍ଜାବ ଦଳର ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍। ପ୍ରଥମ ମ୍ୟାଚ୍ ଖେଳିଥିବା ଗୁରୁନୁର ବରାର ୩ ଓଭର ବୋଲି ୪୨ ରନ୍ ବ୍ୟୟ କରିଥିଲେ। ଯୁବ ପେସର୍ ଅର୍ଶଦୀପ ସିଂହ ୪ ଓଭର ବୋଲିଂ ୫୪ ରନ୍ ଏବଂ କାଗିସୋ ରାବାଡା ୫୨ ବ୍ୟୟ କରିଥିଥିଲେ। 

IPL 2023: କ୍ୟାରିୟରର ସବୁଠାରୁ ବ୍ୟୟବହୁଳ ବୋଲିଂ କଲେ ଏହି ଓଭର, ପଞ୍ଜାବକୁ ପରାଜୟର ମୁହଁ ଦେଖାଇଲେ

IPL 2023: ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗତକାଲି ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ପଞ୍ଜାବ ବୋଲର ଅର୍ଶଦୀପ ସିଂହ। ଲକ୍ଷ୍ନୌ ବିପକ୍ଷରେ ଖେଳାଯାଉଥିବା ପଞ୍ଜାବର ବୋଲର ଆଇପିଏଲ କ୍ୟାରିୟର ମଧ୍ୟରେ ସବୁଠାରୁ ନୈରାଶ୍ୟଜନକ ବୋଲିଂ କରିଥିଲେ। ଏହି ମ୍ୟାଚରେ ଏହି ୨୪ ବର୍ଷିୟ ବୋଲର ୪ ଓଭର ବୋଲିଂ କରି ୫୪ ରନ ବିନିମୟ କରିଥିଲେ। ଏହା ତାଙ୍କ କ୍ୟାରିୟର ସବୁଠାରୁ ବ୍ୟବବହୁଳ ଓଭର ରହିଥିଲା। ଏହା ପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ ବିରୋଧରେ ୪ ଓଭରରେ ୪୭ ରନ ବ୍ୟୟ କରି ୨ ଓ୍ୱିକେଟ ହାତେଇଥିଲେ। 

ସୂଚନାଯୋଗ୍ୟ ଚଳିତ ଆଇପିଲ ସଂସ୍କରଣରେ ନିଜର ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ରହିଥିବା ଲକ୍ଷ୍ନୌ ସୁପରଜିଆଣ୍ଟସ୍ ପାଖରୁ ୫୬ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି ପଞ୍ଜାବ କିଙ୍ଗ୍ସ। ଶୁକ୍ରବାର ମୋହାଲି ଆଇଏସ୍ ବିଡ୍ରା କ୍ରିକେଟ୍ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ନିଜର ବ୍ୟାଟିଂ କରାମତି ଦେଖାଇବା ଲକ୍ଷ୍ନୌ ଟିମ ବ୍ୟାଟ୍ସ,ମ୍ୟାନ ପଞ୍ଜାବ ଦଳର ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପରଜିଆଣ୍ଟସ୍ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୫୭ ରନ ସଂଗ୍ରହ କରିଥିଲା। ପ୍ରତିଦ୍ୱନ୍ଦ୍ୱୀ ଲକ୍ଷ୍ନୌ ପକ୍ଷରୁ ଦିଆଯାଇଥିବା ୨୫୮ ରନ୍ ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ଦଳ ୧୯.୫ ଓଭରରେ ୨୦୧ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା।  କେ.ଏଲ୍ ରାହୁଲଙ୍କ ନେତୃତ୍ୱାଧିନ ଲକ୍ଷ୍ନୌ ସୁପରଜିଆଣ୍ଟସ୍ ଚଳିତ ଆଇପିଏଲ ସଂସ୍କରଣରେ ଏହାର ପଞ୍ଚମ ବିଜୟ ପଞ୍ଜୀକରଣ କରିବା ସହ ୧୦ ପଏଣ୍ଟ ହାସଲ କରିଛି। 

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପଞ୍ଜାବ ଦଳ ପାଇଁ ଅଥର୍ବ ତାୟଡେ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୬ ବଲ୍ ଇନିଂସରେ ୮ ଚୌକା ଏବଂ ୨ ଛକା ମାରିଥିଲେ। ତାଙ୍କ ବ୍ୟତୀତ ସିକନ୍ଦର ରଜା ୨୨ ବଲ ଖେଳି ୩୬ ରନ୍ ସଂଗ୍ରହ କରିଥିଲେ। ତାଙ୍କ ଇନିଂସରେ ୪ ଚୌକା ଏବଂ ଗୋଟିଏ ଛକା ଅନ୍ତର୍ଭୂକ୍ତ ରହିଥିଲା। ମିଳିତ ଭାବେ ସେମାନେ ତୃତୀୟ ୱିକେଟ୍ ପାଇଁ ୭୮ ରନ୍ ଭାଗିଦାରୀ ବାଣ୍ଟିଥିଲେ। ଲିଆମ୍ ଲିଭିଙ୍ଗଷ୍ଟୋନ୍ ୨୩, ସାମ କରେନ ୨୧ ଏବଂ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ୧୦ ବଲ ଖେଳି ୩ ଛକା ସହାୟତାରେ ୨୪ ରନ୍ ସ୍କୋର କରିଥିଲେ।

ଲକ୍ଷ୍ନୌ ପକ୍ଷରୁ ୪ ଓଭର ବୋଲିଂ କରି ୩୦ ରନ୍ ବ୍ୟୟରେ ୩ ୱିକେଟ୍ ନେଇ ନବୀନ-ଉଲ୍-ହକ୍ ସର୍ବାଧିକ ସଫଳ ହୋଇଥିଲେ। ୨୪ ବର୍ଷୀୟ ମିଡ଼ିୟମ ପେସର୍ ୟଶ ଠାକୁର ମଧ୍ୟ ୩ ୱିକେଟ୍ ନେଇଥିଲେ। ସ୍ପିନର ରବି ବିଷ୍ଣୁ ୨ ୱିକେଟ୍ ନେଇଥିଲେ। ହେଲେ ସେ  ୪ ଓଭର ବୋଲିଂ କରି ୪୧ ରନ୍ ଦେଇଥିଲେ। ମାର୍କସ୍ ଷ୍ଟୋଇନିସ୍ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ଯିଏ ମ୍ୟାଚ୍ ମଝିରେ ଆହତ ହୋଇଥିଲେ ଏବଂ ସେ କେବଳ ୧୧ ବଲ୍ ବୋଲିଂ କରିପାରିଥିଲେ।

ଏହାପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ଆଇପିଏଲ୍ ଇତିହାସରେ ଏହାର ସବୁଠାରୁ ବଡ ଦଳ ଗତ ସ୍କୋର କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି ଦ୍ୱିତୀୟ ସର୍ବାଧିକ ସ୍କୋର। ଲକ୍ଷ୍ନୌ ଉପର କେବଳ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରହିଛି। ଯିଏ ୨୦୧୩ ଆଇପିଏଲ ସଂସ୍କରଣରେ ବାଙ୍ଗାଲୋର ଠାରେ ଅନୁଷ୍ଠିତ ହୋଇଥିବା ମୁକାବିଲାରେ ପୁଣେ ୱାରିୟର୍ସ ବିରୋଧରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୬୩ ରନ୍ ସ୍କୋର କରିଥିଲା।

ମାର୍କସ୍ ଷ୍ଟୋଇନିସ୍ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ ଏବଂ ଲକ୍ଷ୍ନୌ ଦଳ ପାଇଁ ସେ ସର୍ବାଧିକ ୭୪ ରନ୍ ସଂଗ୍ରହ କରିଥିଲେ। ସେ ୪ ବଲ ଖେଳି ୬ ଚୌକା ଏବଂ ୫ ଛକା ମାରିଥିଲେ। ଓପନର୍ କାଇଲ୍ ମେୟର୍ସ ୨୪ ବଲ ଖେଳି ୭ ଚୌକା ଏବଂ ୪ ଛକା ସହାୟତାରେ ୫୪ ରନ୍ ସ୍କୋର କରିଥିଲେ। ସେହିପରି ଆୟୁଷ ବାଡୋନି ୨୪ ବଲ ଖେଳି ୩ ଚୌକା ଏବଂ ୩ ଛକା ସହାୟତାରେ ୪୩ ରନ ସ୍କୋର କରିଥିଲେ। ୱିକେଟ୍ କିପର ନିକୋଲାସ୍ ପୁରନ୍ ୧୯ ବଲ ଖେଳି ୭ ଚୌକା ଏବଂ ୧ ଛକା ସହାୟତାରେ ୪୫ ରନ ସଂଗ୍ରହ କରିଥିଲେ। ସେହିପରି ୬ ବଲ ଖେଳି ୧୧ ରନ୍ ସ୍କୋର କରିବା ପରେ ଦୀପକ ହୁଡା ଅପରାଜିତ ରହିଥିଲେ। ଯିଏ ତାଙ୍କ ପାଳିରେ ଦୁଇଟି ଚୌକା ମାରିଥିଲେ।

ଏହି ମୁକାବିଲାରେ ଘରୋଇ ପଡ଼ିଆରେ ମ୍ୟାଚ ଖେଳୁଥିବା ପଞ୍ଜାବ ଦଳର ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନ୍। ପ୍ରଥମ ମ୍ୟାଚ୍ ଖେଳିଥିବା ଗୁରୁନୁର ବରାର ୩ ଓଭର ବୋଲି ୪୨ ରନ୍ ବ୍ୟୟ କରିଥିଲେ। ଯୁବ ପେସର୍ ଅର୍ଶଦୀପ ସିଂହ ୪ ଓଭର ବୋଲିଂ ୫୪ ରନ୍ ଏବଂ କାଗିସୋ ରାବାଡା ୫୨ ବ୍ୟୟ କରିଥିଥିଲେ। ସିକନ୍ଦର ରଜା କେବଳ ଗୋଟିଏ ଓଭର ବୋଲିଂ କରିଥିଲେ ଏବଂ କାଇଲ୍ ମେରେସ୍ ୧୭ ରନ୍ ସଂଗ୍ରହ କରିଥିଲେ। ସାମ କରେନା ୩ ଓଭର ବୋଲିଂ କରି ୩୮ ରନ ବ୍ୟୟ କରିଥିଲେ। ସ୍ପିନର ରାହୁଲ ଚହର ୪ ଓଭର ବୋଲି ୨୯ ବ୍ୟୟ କରିଥିଲେ। କାଗିସୋ ରାବାଡା ଦୁଇଟି ୱିକେଟ୍ ନେଇଥିବା ବେଳେ,  ଅର୍ଶଦୀପ ସିଂହ ଏବଂ ସାମ କରେନ୍ ଗୋଟିଏ ଲେଖାଁଏ ୱିକେଟ୍ ନେଇଥିଲେ