IPL 2023: ଆଇପିଏଲ୍ ୨୦୨୩ ରେ, ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଶେଷରେ ବିଜୟ ହାସଲ କରିଛି । ଗୁରୁବାର ଦିନ ଦିଲ୍ଲୀ ନିଜ ଘରେ କୋଲକାତାକୁ (KKR) ୪ ୱିକେଟରେ ପରାସ୍ତ କରିଛି । ଦିଲ୍ଲୀର ଏହି ବିଜୟରେ କ୍ୟାପଟେନ ଡେଭିଡ ୱାର୍ନରଙ୍କର (David Warner) ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୪୧ ଟି ବଲରେ ୫୭ ରନ୍ ସ୍କୋର କରି ଦଳକୁ ବିଜୟ ଲକ୍ଷ୍ୟର ନିକଟତର କରାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତେବେ ମ୍ୟାଚ୍ ପରେ ଡେଭିଡ ୱାର୍ଣ୍ଣର ନିଜ ଦଳର ବ୍ୟାଟ୍ସମ୍ୟାନ୍ଙ୍କୁ ଉପରେ ପ୍ରଶ୍ନ ଉଠାଇଛନ୍ତି । ଡେଭିଡ ୱାର୍ଣ୍ଣର ଇସାରା ଇସାରାରେ ଏହା କହିଦେଇଥିଲେ ଯେ ଦିଲ୍ଲୀରେ ଖେଳୁଥିବା ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏକ୍ସପ୍ରେସ ଫାଷ୍ଟ ବୋଲରଙ୍କ ସମ୍ମୁଖରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଡେଭିଡ ୱାର୍ନର କହିଛନ୍ତି ଯେ ଯଦି ଆପଣ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲ କରୁଥିବା ବୋଲରମାନଙ୍କୁ ଖେଳିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ଖେଳିବା ପାଇଁ ଆପଣଙ୍କ ପାଖରେ କୌଶଳ ଥିବା ଆବଶ୍ୟକ । ୱାର୍ଣ୍ଣରଙ୍କ ଅନୁଯାୟୀ, ଆପଣଙ୍କୁ ଅଧିକ ଦ୍ରୁତ ବୋଲରଙ୍କ ବିପକ୍ଷରେ ରନ୍ ସ୍କୋର କରିବାର ଏକ ଉପାୟ ଖୋଜିବାକୁ ପଡିବ ।


ଡେଭିଡ ୱାର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କୁ ବୋଧହୁଏ ବରୁଣ ଚକ୍ରବର୍ତ୍ତୀଙ୍କ ବଲ ବୁଝିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ଲଗାତାର ବ୍ୟାକଫୁଟରେ ବରୁଣଙ୍କ ବୋଲକୁ ଖେଳୁଛନ୍ତି । ୱାର୍ଣ୍ଣର ବରୁଣଙ୍କ ବଲକୁ ହାତରୁ ପଢି ନିଅନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନ୍ ଆଦୌ ଲୟରେ ନାହାଁନ୍ତି । ପୃଥ୍ଵୀ ଶ', ୟସ ଧୁଲ, ଅମାନ ଖାନ, ଅଭିଷେକ ପୋରେଲ ଫର୍ମରେ ନାହାଁନ୍ତି । କିନ୍ତୁ ୱାର୍ଣ୍ଣର ତାଙ୍କ ସହଯୋଗୀ ମିଚେଲ ମାର୍ଶଙ୍କ ଫର୍ମ ଉପରେ ମଧ୍ୟ ନଜର ପକାଇବା ଉଚିତ୍ ଥିଲା କାରଣ ସେ ମଧ୍ୟ ଫର୍ମରେ ନାହାଁନ୍ତି ।


ମିଚେଲ ମାର୍ଶଙ୍କ ଫର୍ମକୁ କ'ଣ ହୋଇଛି?
ଡେଭିଡ ୱାର୍ନର ଇସାରାରେ ନିଜ ଦଳର ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି, କିନ୍ତୁ ଯଦି ସେ ମିଚେଲ ମାର୍ଶଙ୍କୁ ମଧ୍ୟ ଦେଖନ୍ତି, ତେବେ ହୁଏତ ଏହା ଭଲ ହୋଇଥାନ୍ତା । ଏହି ସିଜନରେ ମିଚେଲ ମାର୍ଶଙ୍କୁ ଦିଲ୍ଲୀ ୬.୫୦ କୋଟି ଟଙ୍କା ଦେଇଛି, କିନ୍ତୁ ଏହି ଖେଳାଳି ୪ଟି ମ୍ୟାଚରେ ମାତ୍ର ୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ମିଚେଲ ମାର୍ଶ କ'ଣ ଦ୍ରୁତ ବୋଲିଂ ଖେଳି ଜାଣନ୍ତି ନାହିଁ? କହିରଖୁଛୁ ଯେ, ମିଚେଲ ମାର୍ଶଙ୍କ ଫର୍ମ ପ୍ରସଙ୍ଗଟି ବୋଧହୁଏ ଦିଲ୍ଲୀର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସହ ମଧ୍ୟ ସମାନ ରହିଛି ।


ଏହା ବି ପଢ଼ନ୍ତୁ: IPL 2023: KKRର ପରାଜୟ ପରେ ନୀତିଶ ରାଣାଙ୍କ ବଡ଼ ବୟାନ, ପରାଜୟ ପାଇଁ ଏହି ଖେଳାଳିଙ୍କୁ କଲେ ଦାୟୀ!


ଏହା ବି ପଢ଼ନ୍ତୁ: Arjun Tendulkar: ଉମ୍ରାନ୍ ମଲିକଙ୍କ ଅପେକ୍ଷା ଅଧିକ ବିପଜ୍ଜନକ ଅର୍ଜୁନ ତେନ୍ଦୁଲକର, ଜାଣନ୍ତୁ କାହିଁକି?