IPL 2023: ଶ୍ରେୟସ ଆୟରଙ୍କ ବଦଳରେ କ୍ୟାପଟେନ୍ ଦାୟିତ୍ବ ତୁଲାଇପାରନ୍ତି ଏହି ଖେଳାଳୀ, ସାମ୍ନାକୁ ଆସିଲା ୩ଟି ନାମ
Advertisement

IPL 2023: ଶ୍ରେୟସ ଆୟରଙ୍କ ବଦଳରେ କ୍ୟାପଟେନ୍ ଦାୟିତ୍ବ ତୁଲାଇପାରନ୍ତି ଏହି ଖେଳାଳୀ, ସାମ୍ନାକୁ ଆସିଲା ୩ଟି ନାମ

IPL 2023: ସିଜନ ଆରମ୍ଭ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ନୂତନ ଅଧିନାୟକ ଘୋଷଣା କରିବାକୁ ପଡି଼ବ, ସେମାନଙ୍କୁ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ଏକ ରିପ୍ଲେସମେଣ୍ଟ ଖେଳାଳି ମଧ୍ୟ ବାଛିବାକୁ ହେବ। ୨୦୨୨ ମସିହାରେ ନିଲାମ ସମୟରେ, ଆୟରଙ୍କୁ କେକେଆର୍ ୧୨.୨୫ କୋଟି ଟଙ୍କା କିଣିଥିଲା । ତେବେ ଏନେଇ ଏମିତି କିଛି ଖେଳାଳୀଙ୍କ ନାମ ସାମ୍ନାକୁ ଆସିଛି ଯିଏ ଶ୍ରେୟସ୍ ଆୟରଙ୍କ ବଦଳରେ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ପାରିବେ ।

ସୌ(ସୋସିଆଲ ମିଡିଆ)

IPL 2023: ଆଇପିଏଲ ସିଜନ ୧୬(ipl season 16) ଆରମ୍ଭ ହେବା ଲାଗି ଆଉ ସପ୍ତାହରୁ କମ ସମୟ ରହିଛି । କିନ୍ତୁ ଚଳିତ ବର୍ଷ ଆଇପିଏଲ ଆରମ୍ଭରୁ କେକେଆର ଫ୍ୟାନ୍ସଙ୍କୁ ଲାଗିଛି ବଡ଼ ଝଟକା । ଅସଲରେ କୋଲକତା ନାଇଟ୍ ରାଇଡର୍ସ ଅଧିନାୟକ ଶ୍ରେୟସ ଆୟର (Shreyas Iyer) ପିଠି ଯନ୍ତ୍ରଣା(Back injury) ଯୋଗୁଁ ଏହି ସିଜନରୁ ବାଦ ପଡ଼ିଛନ୍ତି । ତେବେ ଆୟର ପୂରା ସିଜନରେ ନ ଖେଳିବା ଏକ ପ୍ରକାର ନିଶ୍ଚିତ ହୋଇଛି । ସିଜନ ଆରମ୍ଭ ପୂର୍ବରୁ ଦଳକୁ ନୂତନ ଅଧିନାୟକ (kolkata knight riders captain) ଘୋଷଣା କରିବାକୁ ପଡି଼ବ, କୋଲକତାକୁ ଶ୍ରେୟସ୍ ଆୟରଙ୍କ ସ୍ଥାନରେ ରିପ୍ଲେସମେଣ୍ଟ ଖେଳାଳି ବାଛିବାକୁ ହେବ। ୨୦୨୨ ମସିହାରେ ନିଲାମ ସମୟରେ, ଆୟରଙ୍କୁ କେକେଆର୍ ୧୨.୨୫ କୋଟି ଟଙ୍କା କିଣିଥିଲା । ତେବେ ଏନେଇ ଏମିତି କିଛି ଖେଳାଳୀଙ୍କ ନାମ ସାମ୍ନାକୁ ଆସିଛି ଯିଏ ଶ୍ରେୟସ୍ ଆୟରଙ୍କ ବଦଳରେ ଦଳର ଅଧିନାୟକ ଦାୟିତ୍ବ ତୁଲାଇ ପାରିବେ ।

୧- ଶାକିବ ଅଲ୍ଲୀ ହାସନ(shakib al hasan)- ବିଶ୍ବ କ୍ରିକେଟର କିମ୍ବଦନ୍ତୀ ଅଲରାଉଣ୍ତର ବାଂଲାଦେଶର ଅଭିଜ୍ଞ ଖେଳାଳୀ ଶାକିବ ଅଲ୍ଲୀ ହସନ ଅଧିନାୟକ ପାଇଁ ଉପଯୁକ୍ତ ହୋଇପାରିବେ। ଶାକିବଙ୍କ ଅନ୍ତର୍ଜାତୀୟ ସ୍ତରରେ ତଥା ଫ୍ରାଞ୍ଚାଇଜ କ୍ରିକେଟରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ରହିଛି।

୨- ସୁନୀଲ ନାରାୟଣ(Sunil Narayan)-  ୨୦୧୨ ଆଇପିଏଲରେ ଦଳରେ ବେଶ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ସୁନୀଲ ନାରାୟଣ ଅଧିନାୟକ ପାଇଁ ଭଳ ବିକଳ୍ପ । ଅନ୍ୟ ଖେଳାଳିଙ୍କ ଅପେକ୍ଷା ସୁନୀଲଙ୍କର ଫ୍ରାଞ୍ଚାଇଜ୍ ଲିଗରେ ଖେଳିବାର ଅଧିକ ଅଭିଜ୍ଞତା ରହିଛି । ସେ କେକେଆରର ଦ୍ୱିତୀୟ ଟି-୨୦ ଲିଗରେ ଖେଳୁଥିବା ଦଳର ଏକ ଅଂଶ ମଧ୍ୟ ଅଟନ୍ତି । ଦଳକୁ ଦୁଇ ଥର ବିଜେତା କରାଇବା ଲାଗି ସୁନୀଲଙ୍କ ବ୍ୟାଟ୍ ଓ ବଲରେ ଉଲ୍ଲେଖନୀୟ ଅବଦାନ ରହିଛି ।

୩-ଶାର୍ଦ୍ଦୁଳ ଠାକୁର(Shardul Thakur)-  କୋଲକତା ସହ ଏହା ଶାର୍ଦ୍ଦୁଳ ଠାକୁରଙ୍କ ପାଇଁ ଏହା ପ୍ରଥମ ସିଜନ ହେବ । ତେବେ ଜଣେ ଭାରତୀୟ ଖେଳାଳି ଭାବେ ସେ ଦଳ ପାଇଁ ଅଧିନାୟକତ୍ୱର ଦାୟିତ୍ବ ତୁଲାଇବା ନେଇ ଆଶା କରାଯାଉଛି । ଯଦିଓ ଗତ ଆଇପିଏଲରେ ଶାର୍ଦ୍ଦୁଲଙ୍କ ସେପରି କିଛି ଖାସ ପ୍ରର୍ଦଶନ କରିପାରିନଥିଲେ । କିନ୍ତୁ ଚଳିତ ସିଜନରେ କୋଲକାତା ନାଇଟ୍ ରାଇଡର୍ସ ଦଳରେ ଯୋଗ ଦେବା ପରେ ଶାର୍ଦ୍ଦୁଲ ଭଳ ପ୍ରର୍ଦଶନ କରି ବୋଲି ଆଶା କରାଯାଉଛି ।

ସୂଚନାଥାଉ କି, ଶ୍ରେୟସ୍ ଆୟରଙ୍କୁ ଆଇପିଏଲ୍ ୨୦୨୨ରେ କୋଲକାତା ନାଇଟ୍ ରାଇଡର୍ସର(Kolkata Knight Riders) ଅଧିନାୟକ ଦାୟିତ୍ବ ମିଳିଥିଲା । ଏଭଳି ପରିସ୍ଥିତିରେ, କିଏ ଆଇପିଏଲର ୧୬ତମ ସିଜନରେ ଆୟରଙ୍କ ସ୍ଥାନରେ ଦଳର ଅଧିନାୟକ ଦାୟିତ୍ୱ ତୁଲାଇବେ, ତାହା ନେଇ ସୂଚନା ମିଳିନାହିଁ । ଗତ ସିଜନରେ, ଆୟରଙ୍କ ଅଧିନାୟକତ୍ୱରେ, କେକେଆର ୧୪ଟି ମ୍ୟାଚ ମଧ୍ୟରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୮ଟି ମ୍ୟାଚରେ ଦଳ ପରାଜୟ ବରଣ କରିଥିଲା । ଏଥି ସହିତ ଦଳ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲରେ(Point Table) ସପ୍ତମ ସ୍ଥାନରେ ରହିଥିଲା ​​।

ଶ୍ରେୟସ ଆୟରଙ୍କୁ ତାଙ୍କ ପିଠି ଯନ୍ତ୍ରଣା ଲାଗି ସର୍ଜରୀ କରିବାକୁ ପଡ଼ିପାରେ । ଏଥିପାଇଁ ଶ୍ରେୟସ ଦୀର୍ଘ ସମୟ ଧରି କ୍ରିକେଟଠାରୁ ଦୂରରେ ରହିପାରନ୍ତି । ଏହି ଯୁବ କ୍ରିକେଟର ଜୁନ୍ ମାସ ୭ ତାରିଖରେ ଓବଲରେ ଖେଳା ଯିବାକୁ ଥିବା ୱାର୍ଲଡ଼ ଟେଷ୍ଟ ଚାମ୍ପିୟନସିପରୁ(World Test Championship) ମଧ୍ୟ ବାଦ ପଡ଼ିପାରନ୍ତି। ସୂତ୍ରରୁ ପ୍ରକାଶ, ଆୟର ମୁମ୍ବାଇର ଏକ ଡାକ୍ତରଙ୍କ ସହ ସାକ୍ଷାତ କରିବା ପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଏହି କାରଣରୁ, ସେ ଆଇପିଏଲ୍ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରୁ ବଞ୍ଚିତ ହୋଇପାରନ୍ତି । ଆୟର ଲଣ୍ଡନରେ ଅସ୍ତ୍ରୋପଚାର କରିବାକୁ ଚାହୁଁଥିବା ବେଳେ ବିସିସିଆଇ(Board of Control for Cricket in India) ପକ୍ଷରୁ ଏପର୍ଯ୍ୟନ୍ତ ଅପରେସନ୍ ନେଇ ସ୍ଥାନ ଚୂଡ଼ାନ୍ତ କରିଯାଇ ନାହିଁ। ତେବେ ଭାରତରେ ଏହି ଅସ୍ତ୍ରୋପଚାର କରାଯାଇପାରେ ବୋଲି ସମ୍ଭାବନା ରହିଛି।